କାଜୋଲ ଓ ଶାହାରୁଖଙ୍କ ରୋମାଣ୍ଟିକ ଗୀତ ପାଇଁ ଖର୍ଚ୍ଚ ହୋଇଥିଲା କୋଟିଏ ଟଙ୍କା, ଗୁମର ଖୋଲିଲେ ଡାଇରେକ୍ଟର ନିଖିଲ
ଫିଲ୍ମମେକର କରନ ଜୋହରଙ୍କ ଫିଲ୍ମ କଭି ଖୁସି କଭି ଗମ ଆମେ ସମସ୍ତେ ଏହାକୁ ଦେଖିଛେ । ଫିଲ୍ମରେ ଏକ ସୁନ୍ଦର ଗୀତ ରହିଛି । ସୁରଜ ହୁଆ ମଧ୍ୟମ… ଯେଉଁଗୀତଟି ବହୁତ ଲୋକପ୍ରିୟ ଗୀତ । ଏହି ଗୀତଟିରେ ଦେଖା ଯାଉଥିବା ଦୃଶ୍ୟ ଗୁଡିକ ବହୁତ ସୁନ୍ଦର ଥୁଲା । ଫିଲ୍ମ ମେକର ନିଖିଲ ଆଡଭାନୀ ଫିଲ୍ମର ଗୀତ ବିଷୟରେ ଏକ ମଜାଦାର କାହାଣୀ କହିଥିଲେ । ଏହା ସହ ପ୍ରଯୋଜକ ୟଶ ଜୋହର ପ୍ରଶଂସା କରିଥିଲେ ।
ବଲିଉଡ ଫିଲ୍ମ ମେକର କରନ ଜୋହର ନିଜ ଫିଲ୍ମକୁ ସବୁବେଳେ ଏକ ସ୍ବତନ୍ତ୍ର ଭାବେ ତିଆରି କରିଥାନ୍ତି । ତାଙ୍କ ଫିଲ୍ମ ସବୁବେଳେ ବଡ ବଡ ଜାଗା ସହ ସୁନ୍ଦର ଓ ଆକର୍ଷଣୀୟ ସ୍ଥାନ ଗୁଡିକରେ ସୁଟିଙ୍ଗ କରାଯାଇଥିବା ଦେଖିବାକୁ ମିଳିଥାଏ । ୨୦୦୧ ରେ କଭି ଖୁସି କଭି ଗମ ଫିଲ୍ମରେ ବିଳାଶପୁର୍ଣ୍ଣ ସ୍ଥାନରେ ସୁଟ୍ କରାଯାଇଥିଲା । ଏହି ଫିଲ୍ମରେ ଏକ ସିନ ରହିଥିଲା ଯେଉଁଥିରେ ସୁପରଷ୍ଟାର ଶାହାରୁଖ ଖାନଙ୍କର ଅଭିନେତ୍ରୀ କାଜୋଲଙ୍କ ସହ ଏକ ମେଳାରେ ଦେଖା ହୋଇଥିଲା ।
ଏହାପରେ ଏକ ଗୀତର ଆରମ୍ଭ ହୋଇଯାଇଥିଲା । ସେହି ଗୀତଟି ଥିଲା ସୂରଜ ହୁଆ ମଧ୍ୟମ ଯାହାକି ଇଜିପ୍ଟରେ ସୁଟ କରାଯାଇଥିଲା । ଫିଲ୍ମଟିରେ ଡାଇରେକ୍ଟର ଥିଲେ ନିଖିଲ ଆଡଭାନୀ ଏହି ଫିଲ୍ମରେ ଆସିଷ୍ଟାଣ୍ଡ ଭାବରେ କାମ କରିଥିଲେ । ସେ କହିଥିଲେ ଏହି ଫିଲ୍ମ ର ଗୀତ ପାଇଁ ଫିଲ୍ମର ପ୍ରଯୋଜକ ଏବଂ କରନ ଜୋହରଙ୍କ ବାପା ୟଶ ଜୋହର ବହୁତ ପରିଶ୍ରମ କରିଥିଲେ । ସେ ନିଜ ପୁଅର ଫିଲ୍ମ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଦେଇଥିଲେ । ନିଖିଲ ୟଶ ଜୋହରଙ୍କ ବିଷୟରେ କିଛି କଥା ସେୟାର କରିଥିଲେ ।
ଯେତେବେଳେ କଭି ଖୁସି କଭି ଗମର ସୁଟ ଚାଲିଥିଲା ସେହି ସମୟରେ ୫୨ ଜଣ ଲୋକ ଗୋଟିଏ ଗୀତର ସୁଟିଙ୍ଗ ପାଇଁ ଇଜିପ୍ଟ ଯାଇଥିଲେ ସେ ପ୍ଲେନକୁ ଏକ ବସ ଭଳି ବବହାର କରିଥିଲେ । ଇଜିପ୍ଟ ଏକ ଛୋଟ ଦେଶ ନୁହେଁ । ଏହି ଲୋକେସନ ସବୁଠାରୁ ସୁନ୍ଦର ଥିଲା । ଗୋଟିଏ ଲୋକେସନ ପୂର୍ବରେ ତ ଆଉ ଗୋଟିଏ ପଶ୍ଚିମରେ ଥିଲା । ସେମାନଙ୍କ ପାଖରେ ଏକ ବୋଇଙ୍ଗ ୭୩୭ ପ୍ଲେନ ଥିଲା ସେ ଆମ ମାନଙ୍କୁ ଏକ ପକ୍କା ସଡକ ଉପରେ ଅପେକ୍ଷା କରୁଥିଲା । ୫୨ ଜଣ ସେହି ବିମାନ ଦ୍ବାରା ଯିବା ଆସିବା କରୁଥିଲେ ।
ବହୁତ ସମୟ ପରେ ଫିଲ୍ମ ମେକର କରନ ଜୋହର ମଧ୍ୟ ନିଜ ବାପାଙ୍କ ବିଷୟରେ ଏକ ମଜାଦାର କାହାଣୀ ଖୁଣାଇଥିଲେ । ସେ ନିଜ ଟକ ଶୋ କଫି ୱିଥ କରୋନରେ ରାଣୀ ମୁଖର୍ଜୀ ଏବଂ କାଜୋଲଙ୍କୁ କହିଥିଲେ କି ତାଙ୍କର ପ୍ରଥମ ଫିଲ୍ମ କୁଛ କୁଛ ହୋତାହେ ର ସୁଟିଙ୍ଗ ମେହବୁବ ଷ୍ଟୁଡିଓରେ ସୁଟ କରୁଥିଲେ । ସେହି ସମୟରେ ତାଙ୍କ ବାପାଙ୍କ ସହ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ କଥା ହେଉଥିଲେ । ସଞ୍ଜୟ ତାଙ୍କୁ ପଚାରିଥିଲେ ୟଶଜୀ ଆପଣ ଏଠି କଣ କରୁଛନ୍ତି ତ ମୋ ବାପା କହିଥିଲେ ମୋ ପୁଅ ସଟ ଲଗାଇଛି ଆଉ ମୁଁ ରାସ୍ତା ଉପରେ ଆସି ଯାଇଛି ।