ନିଶ୍ୱାସ ପ୍ରଶ୍ୱାସ ନେଇପାରୁନଥିଲେ ନିକ୍କି ତମ୍ବୋଲୀ, ଟେଷ୍ଟ କରିବାରୁ ବାହାରିଲେ କୋଭିଡ ପଜିଟିଭ

ବିଗ୍‌ବସ୍‌ ୧୪ ପ୍ରତିଯୋଗୀ ଅଭିନେତ୍ରୀ ନିକ୍କି ତମ୍ବୋଲୀ  ଦ୍ୱିତୀୟ ଥର ପାଇଁ କରୋନା ସଂକମ୍ରିତ ହୋଇଛନ୍ତି। ନିଜେ ନିକ୍କି କୋଭିଡ ପଜିଟିଭ ହେବା ଖବର ଦେଇଥିଲେ। ଇନଷ୍ଟାରେ ପୋଷ୍ଟ ସେୟାର କରି ନିକ୍କି ଜଣାଇଛନ୍ତି। ଯେଉଁଥିରେ ନିକି କହିଛନ୍ତି ସେ ନିଜ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି। କିଛିଦିନ ପୂର୍ବରୁ କରୋନାର ଲକ୍ଷଣ ଦେଖାଦେଇଥିଲା, ପରେ ସେ ଟେଷ୍ଟ କରିବା ପରେ ପିଜିଟିଭ ନଜର ଆସିଥିଲା।

ନିକ୍କି ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି ‘ମୋର କୋଭିଡ -୧୯ ରିପୋର୍ଟ ପଜିଟିଭ୍ ଆସିଛି। ମୋର ବହୁତ ଭାରି ଲକ୍ଷଣ ରହିଛି।  ମୁଁ ନିଜକୁ ଘରେ କ୍ୱାରେଣ୍ଟାଇନରେ ରଖିଛି, ଯେଉଁଠାରେ ମୁଁ ଆବଶ୍ୟକ ସତର୍କତା ଅବଲମ୍ବନ କରୁଛି। ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଥିବା ଲୋକଙ୍କୁ ମୋର ଅନୁରୋଧ, ସେମାନେ ଯଥାଶୀଘ୍ର ଟେଷ୍ଟ କରାଇ ନିଅନ୍ତୁ। ମାସ୍କ ପିନ୍ଧିବା ଏବଂ କରୋନା ନିୟମ ପାଳନ କରିବାକୁ ସମସ୍ତ ଲୋକଙ୍କୁ ମୋର ନିବେଦନ।

 

View this post on Instagram

 

A post shared by Nikki Tamboli (@nikki_tamboli)

ବର୍ତ୍ତମାନ ନିକିଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତାଙ୍କ ଆରୋଗ୍ୟ କାମନା କରି ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ଫ୍ୟାନ୍ସଙ୍କ ବ୍ୟତୀତ ଅନେକ ଷ୍ଟାର ମଧ୍ୟ ଅଭିନେତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତି। ଫ୍ୟାନ୍ସ ନିକ୍କିଙ୍କ ପାଇଁ ବହୁତ ଚିନ୍ତିତ ହୋଇପଡିଛନ୍ତି।

 

View this post on Instagram

 

A post shared by Nikki Tamboli (@nikki_tamboli)

 

ସୂଚନାଯୋଗ୍ୟ ଯେ ନିକ୍କି ବିଗ୍‌ବସ୍‌ ୧୪ରେ ଟପ୍‌ ଫାଇନାଲିଷ୍ଟଙ୍କ ମଧ୍ୟରୁ ଜଣେ। ଶୋ’ ସରିବା ପରେ ସେ ପ୍ରାୟତଃ ନିଜ ସାଙ୍ଗସାଥୀଙ୍କ ସହ ସ୍ପଟ୍‌ ହୋଇଛନ୍ତି। ସେ ରୁବିନା ଓ ଅଭିନବଙ୍କ ସହ ଅନେକ ଭିଡିଓରେ ନଜର ଆସିଛନ୍ତି। ଏବେ ଯାଏଁ ନିକ୍କି ଏକାଧିକ ତାମିଲ ଓ ତେଲୁଗୁ ଫିଲ୍ମରେ ଅଭିନୟ କରିସାରିଛନ୍ତି।

View this post on Instagram

 

A post shared by Nikki Tamboli (@nikki_tamboli)

ଗତବର୍ଷ ମାର୍ଚ୍ଚରେ ନିକ୍କି ତମ୍ବୋଲୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେଥିରେ ସେ ଲେଖିଛନ୍ତି- ଆଜି ସକାଳେ ହିଁ ଜଣାପଡ଼ିଲା ଯେ ମୁଁ କରୋନା ପଜିଟିଭ୍‌ ଅଛି। ଏହା ଜାଣିବା ପରେ ମୁଁ ନିଜକୁ ହୋମ୍‌ କ୍ୱାରେଣ୍ଟାଇନ୍‌ କରିଛି ଓ ସମସ୍ତ ନିୟମ ପାଳନ କରୁଛି। ଡାକ୍ତର ଯେମିତି କହିଛନ୍ତି ମୁଁ ସେଭଳି କରୁଛି ଓ ମେଡିସିନ୍‌ ଖାଉଛି। ଗତ କିଛି ଦିନ ହେବ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ମଧ୍ୟ ନିଜର ଟେଷ୍ଟ କରାଇନିଅନ୍ତୁ। ଧନ୍ୟବାଦ।

Leave A Reply

Your email address will not be published.