ନିମକି, ନିମପୁରରୁ ନବୀନ ନିବାସର ଟିଜର ରିଲିଜ୍

ଆସୁଛି ଏକ ଭିନ୍ନ ଧରଣର ଓଡ଼ିଆ ଫିଲ୍ମ । ନିମକି, ନିମପୁରରୁ ନବୀନ ନିବାସ। କଟକ ଓସିଏ କ୍ଲବରେ ଏହାର ଟିଜର ରିଲିଜ୍ ହୋଇଛି । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଅଭିନେତ୍ରୀ ବର୍ଷା । ନିପଟ ମଫସଲ ଗାଁର ଝିଅ ନିମକି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ନିମକିର ଆଦର୍ଶ । ସଚିବାଳୟ ହେଉ ଅବା ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ, ସବୁଠି ନିମକି ଧସେଇ ପଶିବାକୁ ଉଦ୍ୟମ କରେ । ଏହାକୁ ନେଇ ଗତିଶୀଳ ଫିଲ୍ମର କାହାଣୀ। ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ । ଟିଜରକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।। ଫିଲ୍ମଟିକୁ ପୂରା ଦର୍ଶକ ବେଶ୍ ପସନ୍ଦ କରିବେ ବୋଲି ରାଜନୈତିକ ବ୍ୟକ୍ତି ମଧ୍ୟ ଆଶାବାଦୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.