ଆଇଏଫଏଫ୍‌ବି ୨୦୧୯ରେ ନୀନା ଜିତିଲେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଆଓ୍ଵାର୍ଡ

ୱେଷ୍ଟର୍ଣ୍ଣ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମ ‘ ଦ ଲାଷ୍ଟ କଲର’ ପାଇଁ ନୀନା ଗୁପ୍ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଆଓ୍ଵାର୍ଡ ମିଳିଛି। ଏହି ଫିଲ୍ମ ଭାରତର ବିଧବା ମହିଳାଙ୍କ ଉପରେ ଆଧାରିତ। ଏହାର ନିର୍ଦ୍ଦେଶନା ପ୍ରସିଦ୍ଧ ସେଫ୍‌ ବିକାଶ ଖାନ୍ନା କରିଛନ୍ତି।

ଫିଲ୍ମଟି ୨୦ ସେପ୍ଟେମ୍ବରରେ ଶିକାଗୋ ପ୍ରିମିଅର ପାଇଁ ପ୍ରସ୍ତୁତ ରହିଛି। ଏହି ଫିଲ୍ମ ଏକ ପୋଷ୍ଟରକୁ ବିକାଶ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ‘ବୋଷ୍ଟନରେ ଆଇଏଫଏଫ୍‌ବି-୨୦୧୯’ରେ ଆମର ବିଜୟ ହୋଇଛି। ଯାହାକୁ ମୁଁ ଗର୍ବିତ। ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ‘ ଦ ଲାଷ୍ଟ କଲର’ ଏବଂ ସର୍ବଶ୍ରେଷ୍ଠ ଅଭିନେତ୍ରୀ ନୀନା ଗୁପ୍ତା।

ଏହାସହ ପଢ଼ନ୍ତୁ ; ଦି କପିଲ ଶର୍ମା ଶୋ’କୁ କମ୍‌ବ୍ୟାକ୍‌ କରୁଛନ୍ତି ସୁନୀଲ !

1

ସୂଚନାଯୋଗ୍ୟ, ଫିଲ୍ମ ‘ବଦ୍ଧାଇ ହୋ’ ପରେ ଜଣାଶୁଣା ଅଭିନେତ୍ରୀ ନୀନା ଗୁପ୍ତାଙ୍କ କ୍ୟାରିଅର ରେଖା ବଦଳିଯାଇଛି। ନୀନାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ପଙ୍ଗା’ ଏବଂ ‘ ସୂର୍ଯ୍ୟବଂଶୀ’ ପରଦା ଉପରକୁ ଆସିବାକୁ ବାକି ରହିଛି।

Leave A Reply

Your email address will not be published.