ଯେତେବେଳେ ଲୋକେ କହନ୍ତି ହଟ, ତାଙ୍କୁ ଭଲଲାଗେନି କହିଲେ ମୋଷ୍ଟ ବୋଲ୍ଡ ଆକ୍ଟ୍ରେସ ନିୟା

ଟିଭି ଇଣ୍ଡଷ୍ଟ୍ରିରୁ କ୍ୟାରିଅର ଆରମ୍ଭ କରିଥିବା ନିୟା ଶର୍ମା । ଏବେ ଆଉ ଗୋଟେ ପାଦ ଆଗେଇଛନ୍ତି ଗ୍ଲାମର ଦୁନିଆରେ । ନିୟାଙ୍କୁ ରିସେଣ୍ଟଲି ଦେଖିବାକୁ ମିଳିଥିଲା ମ୍ୟୁଜିକ ଭିଡିଓ ଦୋଘୁଣ୍ଟରେ । ଯେଉଁଥିରେ ତାଙ୍କ ବୋଲ୍ଡ ଅବତାର ଦର୍ଶକଙ୍କୁ କାଫି ପସନ୍ଦ ଆସିଛି । ଯେଉଁଥି ପାଇଁ ଦର୍ଶକଙ୍କ ହଟ ଲିଷ୍ଟରେ ସାମିଲ ହୋଇଛନ୍ତି ନିୟା । କିନ୍ତୁ ଏକଥା କିଛି ପସନ୍ଦ ଆସୁନି ଆକ୍ଟ୍ରେସଙ୍କୁ । ସବୁବେଳେ ବୋଲ୍ଡ ଲୁକରେ ନଜର ଆସୁଥିବା ନିୟା କିନ୍ତୁ ସଫାସଫା କହିଦେଇଛନ୍ତି ଯେ ତାଙ୍କୁ ହଟ ଡାକିଲେ ସେ ଅକୱାର୍ଡ ଫିଲ କରନ୍ତି । ସେ କୁଆଡେ ଏହାକୁ ହଜମ କରିପାରୁନାହାନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ସେ ବିଲକୁଲ ବି ଭାବୁନାହାନ୍ତି କି ସେ ହଟ ଆକ୍ଟ୍ରେସଙ୍କ ମଧ୍ୟରୁ ଜଣେ ।

ନିଆ ଏକ ଦଶନ୍ଧି ପୂର୍ବରୁ ଟିଭିରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ କିନ୍ତୁ ପରେ ପରେ ତାଙ୍କ ଛବି କିଛି ବଦଲା ବଦଲା ରହିଥିଲା । ୨୦୧୬ରେ ତାଙ୍କୁ ଏକ କମ୍ପଲିମେଣ୍ଟ ମିଳିଥିଲା କି ସେ ଏସିଆର ସେକ୍ସିଏଷ୍ଟ ମହିଳାଙ୍କ ମଧ୍ୟରୁ ଜଣେ । ଯାହା ସେ ଗ୍ରହଣ କରିପାରିନଥିଲେ ବୋଲି କହିଛନ୍ତି । ଏମିତିକି ଯଦି କେହି ତାଙ୍କୁ ସୁନ୍ଦର ଅର୍ଥରେ ହେଉ କିମ୍ବା ସେକ୍ସିଏଷ୍ଟ ଭାବରେ ପ୍ରଂଶସା କରୁ ସେସବୁକୁ ସେ ଗ୍ରହଣ କରିପାରୁନଥିବା କହିଛନ୍ତି ନିୟା ।

nia
Pc-Hindustan Times

ନିୟାଙ୍କର କହିବା କଥା ମୁଁ ହଟ ନୁହେଁ କି ମୁଁ ସେମିତି ଝିଅ ନୁହେଁ । ମୁଁ ନମ୍ର ହେବାକୁ ଚେଷ୍ଠା କରୁଛି । ମୋର ପ୍ରଶଂସା ଦରକାର ନାହିଁ । ମୋର ଏଜେଣ୍ଡା କିଛି ଅଲଗା । ଏସବୁ ମୋର ଏଜେଣ୍ଡା ନୁହେଁ । ମୁଁ ନିଜ କାମ ପାଇଁ ନିଜକୁ ଫିଟ ରଖୁଛି ଏବଂ ପୂରା ଶ୍ରମ ଦେବାକୁ ଚେଷ୍ଠା କରୁଛି ତାକି କାମ ସକସେସଫୁଲ ହେବ । ସବୁବେଳେ ଚେଷ୍ଠା କରେ ନିଜର ସର୍ବଶ୍ରେଷ୍ଠ ସୁଟ ଦେବାକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.