କ୍ୟାଟ୍ରିନା-ଭିକିଙ୍କ ସଂଗୀତରେ ବାଜିବନି ରଣବୀର କପୁରଙ୍କ କୌଣସି ବି ଗୀତ, ଜାଣନ୍ତୁ କାହିଁକି

କ୍ୟାଟ୍ରିନା କେଫ୍‌ ଏବଂ ଭିକି କୌଶଲଙ୍କ େଓ୍ଵଡିଙ୍ଗ ଭେନ୍ୟୁ ପହଁଚିବା ପରେ ବିବାହର ସବୁ ରୀତିନୀତି ଆରମ୍ଭ ହୋଇଗଲାଣି। ଆଜି ଅର୍ଥାତ୍‌ ୭ ଡିସେମ୍ବରରେ ଭିକି-କ୍ୟାଟ୍ରିନାଙ୍କର ହଲଦି ଏବଂ ମେହେନ୍ଦୀ ସେରେମୋନି ଅଛି। ୮ ଡିସେମ୍ବରରେ ଭିକି ଏବଂ କ୍ୟାଟ୍ରିନାଙ୍କର ସଂଗୀତ ସେରେମୋନି ହେବ। ଖବର ଅନୁଯାୟୀ ସଂଗୀତ ପାଇଁ ଭିକି ଏବଂ କ୍ୟାଟ୍ରିନା ଏଥିପାଇଁ ଜବରଦସ୍ତ ପ୍ରସ୍ତୁତି କରିଛନ୍ତି।

ରିପୋର୍ଟ ଅନୁଯାୟୀ କ୍ୟାଟ୍ରିନା ଏବଂ ଭିକି ଡ୍ୟାନ୍ସ ପରଫାନ୍ସ ସହିତ ଏହା ବି ପ୍ଲାନ କରାଯାଇଛି ଯେ କେଉଁ କେଉଁ ଗୀତ ସଂଗୀତ୍‌ ସେରେମୋନିରେ ବାଜିବ ଏବଂ କେଉଁଟା ବାଜିବନାହିଁ। ଖବର ଅନୁଯାୟୀ ସଂଗୀତ ସେରେମୋନିରେ ରଣବୀର କପୁରଙ୍କୁ କୌଣସି ବି ଗୋଟିଏ ଗୀତ ବାଜିବନାହିଁ। ସେଥିପ୍ରତି ବେଶ୍‌ ଧ୍ୟାନ ଦିଆଯାଇଛି।

ଏହା ହେଉଛି ସଂଗୀତର ଥିମ୍‌, ବାଜିବନି ରଣବୀରଙ୍କ କୌଣସି ବି ଗୀତ

ଖବର ଅନୁଯାୟୀ ସଂଗୀତ ସେରେମୋନିରେ ଭିକି କୌଶଲ ଏବଂ କ୍ୟାଟ୍ରିନା ‘କାଲା ଚଷମା’, ‘ନଚଦେ ଦେ ସାରେ’ ଏବଂ ‘ତେରୀ େଓର’ ଭଳି ଗୀତରେ ରୋମାଣ୍ଟିକ ଡ୍ୟାନ୍ସ ପରଫରମାନ୍ସ ଦେବେ। ସଂଗୀତ ଠାରୁ ନେଇ ବିବାହରେ ସମସ୍ତ େଓ୍ଵଡିଙ୍ଗ ସଙ୍ଗ୍‌ ପ୍ଲେ ହେବ। କିନ୍ତୁ ରଣବୀର କପୁରଙ୍କ ଗୀତକୁ ନବାଜିବା ପାଇଁ ଖାସ୍‌ ଧ୍ୟାନ ରଖାଯାଇଛି। ସଂଗୀତର ଥିମ୍‌ ‘ବ୍ଲିଙ୍ଗ୍‌’ ରଖାଯାଇଛି। କୁହାଯାଉଛି ଯେ ସଂଗୀତରେ ବ୍ରାଇଡ୍‌ ଭର୍ସେସ ଗ୍ରୁମ ସାଇଡ ପରଫର୍ମାନ୍ସ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.