ନୋରା ଫତେହୀ ଓ ଗୁରୁ ରନ୍ଧୱାଙ୍କ ଭିତରେ ଚାଲିଛି ଲୁଚାଛପା ପ୍ରେମ ! ଗୋଆ ସମୁଦ୍ରକୂଳରୁ ଫଟୋ ଭାଇରାଲ

ବଲିଉଡ ଇଣ୍ଡଷ୍ଟ୍ରୀରେ କେତେ ବେଳେ କିଏ କାହା ସହ ରିଲେସନରେ ରହୁଛନ୍ତି, ତାହା କେବଳ ସେମାନେ ହିଁ ଜାଣନ୍ତି। ଏବେ ସିନେ ଜଗତରେ ଏକ ନୂଆ ଯୋଡ଼ି ଚର୍ଚ୍ଚାରେ ଅଛନ୍ତି। ଏହି ଯୋଡ଼ି ଆଉ କେହି ନୁହନ୍ତି। ଏମାନେ ହେଉଛନ୍ତି ବଲିଉଡର ଡ୍ୟାନ୍ସିଂ କୁଇନ ନୋରା ଫତେହୀ ଓ ଚର୍ଚ୍ଚିତ କଣ୍ଠଶିଳ୍ପୀ ଗୁରୁ ରନ୍ଧୱା। ଉଭୟଙ୍କୁ ରିଲ ଲାଇଫରେ ତ ଦର୍ଶକେ ଅନେକ ଥର ଦେଖିଥିବେ। କିନ୍ତୁ ଏବେ ଏହି ଦୁଇ ଜଣ ରିୟଲ ଲାଇଫରେ ବି ଏକାଠି ହୋଇଥିବା ଦେଖିବାକୁ ମିଳିଛି।

ଶନିବାର ଦିନ ନୋରା ଓ ଗୁରୁ ରନ୍ଧୱାଙ୍କୁ ଗୋଆର ସମୁଦ୍ର କୂଳରେ ସ୍ପଟ୍ କରାଯାଇଥିଲା। ଉଭୟେ ସମୁଦ୍ର କୂଳରେ ପରସ୍ପର ସହ ବୁଲୁ ଥିବା ଫଟୋ ଭାଇରାଲ ହେଉଛି। ସମୁଦ୍ର କୂଳରେ ଏହି ଦୁଇ ସେଲିବ୍ରିଟି କ୍ୱାଲିଟି ଟାଇମ୍ ବିତାଉଛନ୍ତି। ଏମାନଙ୍କୁ ଏକାଠି ଦେଖି ଫ୍ୟାନ ସନ୍ଦେହ କରୁଛନ୍ତି ଯେ ବୋଧେ ଏହି ଦୁଇ ଜଣ ପରସ୍ପରକୁ ଡେଟ୍ କରୁଛନ୍ତି। ନୋରା ଓ ଗୁରୁଙ୍କ ଫଟୋରେ ଏବେ ଫ୍ୟାନମାନେ ପ୍ରବଳ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି।

 

View this post on Instagram

 

A post shared by Viral Bhayani (@viralbhayani)

Instagramରେ ଭାଇରାଲ ଭୟାନୀ ନୋରା ଓ ଗୁରୁଙ୍କ ଫଟୋ ସେୟାର କରିଛନ୍ତି। ଫଟୋରେ ଉଭୟେ ନୋରା ଓ ଗୁରୁ ହାଫ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧିଛନ୍ତି। ଉଭୟେ ବେଶ୍ ଖୁସି ନଜର ଆସୁଛନ୍ତି।

ଏହି ଗୀତରେ ଉଭୟେ ଏକାଠି କାମ କରିଥିଲେ:
ନୋରା ଫତେହୀ ଓ ଗୁରୁ ରନ୍ଧୱା ‘ନାଚ ମେରି ରାନୀ’ ମ୍ୟୁଜିକ ଭିଡିଓରେ ଏକାଠି କାମ କରିଥିଲେ। ଏହି ଗୀତ ସୁପର ହିଟ୍ ସାବ୍ୟସ୍ତ ହୋଇଥିଲା। ସେବେ ଠାରୁ ଏହି ଦୁଇ ଜଣ ଭଲ ବନ୍ଧୁ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ନୋରା ନିକଟରେ ୟୁଏଇରେ ଏକ କନସର୍ଟରେ ଯୋଗ ଦେଇଥିଲେ। ଏହି ଇଭେଣ୍ଟରେ ନୋରାଙ୍କ ଡ୍ୟାନ୍ସ ଦେଖି ଦର୍ଶକ ମଧ୍ୟ ଝୁମିଥିବା ନଜର ଆସିଥିଲା।

Leave A Reply

Your email address will not be published.