ନୋରାଙ୍କ ଭିଣୋଇଙ୍କୁ BMW କାର୍ ଗିଫ୍ଟ କରିଥିଲା ସୁକେଶ, ଅଭିନେତ୍ରୀଙ୍କୁ ୬ ଘଣ୍ଟା ପଚରାଉଚରା ପରେ ଜାଣିଲା EOW

ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ଜ୍ୟାକଲିନଙ୍କ ପରେ ନୋରାଙ୍କୁ ପଚରାଉଚରା କରିଥିଲା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା (EOW) । ଜ୍ୟାକଲିନଙ୍କ ଭଳି ଦିଲ୍ଲୀ ପୋଲିସ ନୋରା ଫତେହୀଙ୍କୁ ପିଙ୍କି ଇରାନୀଙ୍କ ସାମ୍ନାରେ ବସାଇ ନୋରାଙ୍କୁ ପଚରାଉଚରା କରିଥିଲା। କେବଳ ଏତିକି ନୁହେଁ, ପୋଲିସ ସୁକେଶ ଚନ୍ଦ୍ରଶେଖରଙ୍କୁ ନୋରାଙ୍କ ସାମ୍ନାରେ ବସାଇ ପ୍ରଶ୍ନ ପଚାରିଥିଲା। ତେବେ ଏହି ସମୟରେ ପୋଲିସ ଜାଣିବାକୁ ପାଇଥିଲା କି, ନୋରାଙ୍କ ଭିଣେଇଙ୍କୁ ୬୫ ଲକ୍ଷ ଟଙ୍କାର ବିଏମଡବ୍ୟୁ କାର ଉପହାର ଦେଇଥିଲେ ସୁକେଶ । ସୁକେଶଙ୍କୁ ନ ଦେଖା କରି ମଧ୍ୟ ତାଙ୍କ ସହିତ ଚାଟ୍ କରୁଥିଲେ ନୋରାଙ୍କ ଭିଣୋଇ। ଏହାସହିତ ନୋରା କେବେ ବି ସୁକେଶ କିମ୍ବା ପିଙ୍କିଙ୍କ ସହିତ ଦେଖାହୋଇନାହାନ୍ତି ବୋଲି ପୋଲିସକୁ କହିଥିଲେ। ମୁମ୍ବାଇରେ ରହୁଥିବା ପିଙ୍କି ଇରାନୀ ସୁକେଶ ଚନ୍ଦ୍ରଶେଖରଙ୍କ ସାଙ୍ଗ ଥିଲେ।
ନୋରାଙ୍କୁ ପୋଲିସ ୬ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା ଇଓଡବ୍ଲ୍ୟୁ। ଏହି ପଚରାଉଚରା ବେଳେ ସୁକେଶଙ୍କ ସହଯୋଗୀ ପିଙ୍କି ଇରାନୀ, ନୋରାଙ୍କ ଭିଣୋଇ ବିବ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ସୁକେଶ ନୋରାଙ୍କ ଭିଣୋଇ ବବିଙ୍କୁ ୬୫ଲକ୍ଷ ଟଙ୍କା ମୂଲ୍ୟର ବିଏମଡବ୍ଲୁ ଉପହାର ଦେଇଥିବା ଜଣାପଡିଛି। ପିଙ୍କି ଏବଂ ବବି ଏକଥା ଇଓଡବ୍ଲୁ ଅଧିକାରୀଙ୍କ ନିକଟରେ ସ୍ୱୀକାର କରିଛନ୍ତି। ଏଥି ସହିତ ନୋରା ଦାବି କରିଛନ୍ତି ଯେ ସେ କେବେ ସୁକେଶ କିମ୍ବା ପିଙ୍କିଙ୍କୁ ଭେଟି ନଥିଲେ। ସେ କେବଳ ହ୍ବାଟସଆପ ମାଧ୍ୟମରେ ସୁକେଶଙ୍କ ସହ କଥା ହେଉଥିଲେ।
ଏହାଛଡା ଅନ୍ୟ ଏକ ମାମଲାରେ ଅଭିନେତ୍ରୀ ଜ୍ୟାକଲିନଙ୍କ ସହିତ ତାଙ୍କ ମ୍ୟାନେଜର ପ୍ରଶାନ୍ତଙ୍କୁ ମଧ୍ୟ ସୁକେଶଙ୍କ ତରଫରୁ ମହଙ୍ଗା ଉପହାର ମିଳିଥିଲା। ଯାଞ୍ଚ କରିବା ବେଳେ ଦିଲ୍ଲୀ ପୋଲିସକୁ ପତ୍ତା ଲାଗିଥିଲା। ଦିଲ୍ଲୀ ପୋଲିସ ଗୁରୁବାର ଦିନ ଜ୍ୟାକଲିନଙ୍କ ମ୍ୟାନେଜର ପାଖରୁ ଡୁକାଟି ବାଇକ୍ ଜବତ କରିଛି। ସୂଚନାଯୋଗ୍ୟ, ଏହି ବାଇକକୁ ସୁକେଶ ଉପହାର ଭାବେ ଜ୍ୟାକଲିନଙ୍କ ମ୍ୟାନେଜରକୁ ଦେଇଥିଲେ।
He (Jacqueline’s agent Prashant) says it was his b’day & he received message from him(Sukesh Chandrashekhar)that he’s gifting him a bike. He tried to turn it down but he left the bike &its keys with him. Purpose was to win over Jacqueline: Delhi Spl CP, Crime/EoW on seized Ducati pic.twitter.com/SjOkgx5Je2
— ANI (@ANI) September 15, 2022
ଗୋଟିଏ କମ୍ପାନୀ ଚଲାଉଥିବା ପ୍ରଶାନ୍ତଙ୍କୁ ଜନ୍ମଦିନରେ ଏହି ବାଇକ ଉପହାର ଦେଇଥିଲେ ସୁକେଶ। ଏହାକୁ ନେଇ ପ୍ରଶାନ୍ତ କହିଛନ୍ତି, ସେ ଏହି ବାଇକକୁ ଚଲାଉନାହାନ୍ତି। ତେବେ ପୋଲିସ ଏହି ବାଇକ୍କୁ ଜବତ କରିଛି। ତେବେ ପୋଲିସ କହିବା ମୁତାବକ, ଜ୍ୟାକଲିନ ଏବଂ ନୋରାଙ୍କ ଜବାବକୁ ତାଳମେଳ ଖାଇଲେ ପୁଣିଥରେ ଦୁହିଁଙ୍କୁ ଏକାଠି ଡକାଯିବ। ସୂଚନାଯୋଗ୍ୟ , ଜ୍ୟାକଲିନ ଓ ନୋରାଙ୍କ ବ୍ୟତୀତ ତିହାର ଜେଲରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଅନ୍ୟ ଚାରିଜଣ ଅଭିନେତ୍ରୀ ଭେଟିଥିଲେ। ଏହି ଚାରିଜଣ ଅଭିନେତ୍ରୀ ହେଲେ ନିକିତା ତମ୍ବୋଲି, ଚାହତ ଖନ୍ନା, ସୋଫିଆ ସିଂ ଏବଂ ଆରୁଶା ପାଟିଲ। ଏମାନଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।
Jacqueline Fernandez arrives at EOW office in Delhi in connection with the conman Sukesh Chandrashekhar money Laundering case https://t.co/XFDrF8xDaB pic.twitter.com/qzkIfe9Tzh
— ANI (@ANI) September 14, 2022
Also Read : ୩୫ ଦିନ ପରେ ବି ଆସିନି ରାଜୁଙ୍କ ହୋସ୍, ପତ୍ନୀ କହିଲେ ‘ପ୍ଲିଜ୍ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ’