ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ, ୨୦୦କୋଟି ଟଙ୍କାର ମନିଲଣ୍ଡ୍ରିଂ ମାମଲାରେ ଚାଲିଛି ପଚରାଉଚରା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲାରେ ନୋରା ଫତେହୀଙ୍କୁ ସମନ କରିଛି। ଏହି ମାମଲାରେ ଇଡି ଅଫିସରେ ହାଜର ହୋଇଛନ୍ତି ନୋରା। ନୋରାଙ୍କୁ ଏହି ମାମଲାରେ ପଚରାଉଚରା ମଧ୍ୟଚାଲିଛି। ୨୦୦ କୋଟି ଟଙ୍କା ମନି ଲଣ୍ଡ୍ରିଂ କେସ ମାମଲାରେ ଏହି ପଚରାଉଚରା ଚାଲିଛି।

ଗତ ମାସରେ ଏହି ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମନ ପଠାଯାଇଥିଲା। ଏହା ପୂର୍ବରୁ ୨୦୦ କୋଟି ଟଙ୍କାରୁ ଅଧିକ କାରବାର ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ଜଡିତ କେସରେ ଦିଲ୍ଲୀ ୪ଘଣ୍ଟା ଯାଏଁ ଜ୍ୟାକଲିନଙ୍କୁ ପଚରାଉଚରା କରାଯାଇଥିଲା। ତାଙ୍କ ବୟାନକୁ ସାକ୍ଷୀ ହିସାବରେ ଦାଖଲ କରାଯାଇଥିଲା। ଏବେ ନୋରାଙ୍କୁ ମଧ୍ୟ ଏହି ମାମଲରେ ଇଡି ସମନ କରିଛି।

ବହୁ କୋଟି ଟଙ୍କାର ଠକେଇର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ଠକେଇ ନେଇ ପୂର୍ବରୁ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିଛି। ଏହି ମାମଲା ଅନ୍ୟତମ ସାକ୍ଷ୍ୟ ଭାବେ ନେରାଙ୍କୁ ଇଡି ପଚରାଉଚୁରା କରିବ ବୋଲି ଜଣାପଡ଼ିଛି। ଜାକ୍‌ଲିନ ଫର୍ଣ୍ଣାଣ୍ଡିଜ ଠକେଇର ଶିକାର ହେବା ପରେ ପ୍ରମାଣ ଭାବେ ତାଙ୍କୁ ୫ଘଣ୍ଟା ପଚରାଉଚରା କରିଥିଲା ଇଡି। ଆସନ୍ତାକାଲି ପୁଣି ତାଙ୍କୁ ପୁଣି ଥରେ ଜେରା କରିବାକୁ ସମନ ଜାରି କରିଛି ଇଡି।

ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖରଙ୍କୁ ପୋଲିସ ୨୦୨୧ରେ ଗିରଫ କରିଥିଲା। ଯେଉଁଠି ସୁକେଶ ଜେଲ ଭିତରେ ରହି ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରି ଭଳି ରାକେଟ୍ ଚଳାଉଥିଲେ। ସୁକେଶ ଜେଲ ମଧ୍ୟରେ ଜଣେ ନାମୀ ବିଜନେସମ୍ୟାନଙ୍କ ପତ୍ନୀଙ୍କ ଠାରୁ ୫୦ କୋଟି ଟଙ୍କାର ମାଗିଥିଲେ।ପୋଲିସ ଏହି କେସରେ ଛାନଭିନ କରି ଜେଲରେ ଚଢଉ କରି ସୁକେଶଙ୍କ ସେଲରୁ ୨ଟି ମୋବାଇଲ ଜବତ କରିଥିଲା। କେବଳ ସୁକେଶ ନୁହେଁ ତାଙ୍କ ପତ୍ନୀ ମଧ୍ୟ ଏହି ମାମଲାରେ ଜେଲରେ ରହିଛନ୍ତି।

Leave A Reply

Your email address will not be published.