ହ୍ୟାକ୍ ହୋଇଯାଇଥିଲା ନୋରାଙ୍କ ଇନଷ୍ଟା ଆକାଉଣ୍ଟ, ରକଭରି ହେବା ପରେ ଇନଷ୍ଟାଗ୍ରାମ ଟିମକୁ କଲେ ଧନ୍ୟବାଦ

ବଲିଉଡର ‘ଦିଲବର’ ଗାର୍ଲ ନୋରା ଫତେହୀ ହଠାତ୍ ଇନଷ୍ଟାରୁ ଗାଏବ ହୋଇଯାଇଥିଲେ। ଏହି ଯୋଗୁଁ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶ ଦେଖାଦେଇଛି। ନୋରା ହଠାତ କୁଆଡେ ଗାଏବ ହୋଇଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏକ ଫଟୋ ସେୟାର କରିବା ପୂର୍ବରୁ ଆଉ ତାଙ୍କ ଆକାଉଣ୍ଟ ଦେଖିବାକୁ ମିଳୁନାହିଁ । କିନ୍ତୁ ଏବେ ନୋରାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଶୁଣିବାକୁ ମିଳିଛି। ନୋରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଥିଲା ଆଉ ଏବେ ଆକାଉଣ୍ଟ ଧିରେ ଧିରେ ଆକ୍ଟିଭ ହେଉଛି। ନୋରାଙ୍କ ଆକାଉଣ୍ଟ ଗାଏବ ହେବା ପରେ ବ୍ୟସ୍ତ ହୋଇପଡିଥିଲେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ।
୨୦ ଘଣ୍ଟା ପୂର୍ବରୁ କିଛି ଫଟୋ ସେୟାର କରିଥିଲେ ଇନଷ୍ଟା କୁଇନ ନୋରା । ଦୁଇଟି ସିଂହ ସହିତ ତାଙ୍କର ଏହି ଫଟୋ ସେ ପୋଷ୍ଟ କରିଥିଲେ । ଯାହାକୁ ନେଇ ଅନେକ ପ୍ରଶଂସକ ଏହି ପୋଷ୍ଟରେ କମେଣ୍ଟ ମଧ୍ୟ କରିଥିଲେ । କିନ୍ତୁ ଏହି ପୋଷ୍ଟ ପରେ ତାଙ୍କ ଆକାଉଣ୍ଟ ଆଉ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳୁନଥିଲା।
କିନ୍ତୁ ଏବେ ନିଜ ଇନଷ୍ଟାରେ ନୋରା ଲେଖିଛନ୍ତି, ‘ କ୍ଷମା କରିବେ ବନ୍ଧୁ’। ମୋ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହେବାକୁ ଚେଷ୍ଟା ହୋଇଥିଲା। କିଏ ମୋ ଆକାଉଣ୍ଟରେ ଲଗଇନ କରିବାକୁ ଚେଷ୍ଟା କରିଥିଲା। ଏତେ ଜଲଦି ଆକାଉଣ୍ଟ ରିକଭରି ହେବାକୁ ମୋ ସାହାଯ୍ୟ କରିଥିବାରୁ ଇନଷ୍ଟାଗ୍ରାମ ଟିମକୁ ଧନ୍ୟବାଦ। ଇନଷ୍ଟାଗ୍ରାମ ଟିମ୍କୁ ଟ୍ୟାଗ୍ କରି ନୋରା ଇନଷ୍ଟାଗ୍ରାମ ଟିମକୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ନୋରାଙ୍କୁ କରୋନା ହୋଇଥିଲା। କରୋନା ପଜିଟିଭ ଖବର ମଧ୍ୟ ନୋରା ଇନଷ୍ଟାଗ୍ରାମରେ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଥିଲେ। କିନ୍ତୁ ଏବେ ସେ କରୋନାରୁ ବିଲକୁଲ ଠିକ୍ ହୋଇସାରିଛନ୍ତି। କରୋନାରୁ ଠିକ୍ ହେବା ପରେ ଦୁବାଇ ଛୁଟି ମନାଇବା ପାଇଁ ଯାଇଥିଲେ ନୋରା।