ନୋରା ଫତେହିଙ୍କ ଆଇଟମ୍ ଗୀତ ‘‘ସାରକେ ଚୁନାର ତେରୀ’’ ବର୍ତ୍ତମାନ ଇଣ୍ଟନେଟରେ ହଇଚଇ ସୃଷ୍ଟି କରିଛି । ସଞ୍ଜୟ ଦତ୍ତଙ୍କ ପ୍ୟାନ ଇଣ୍ଡିଆ ଫିଲ୍ମ କେଡି- ଦ ଡେଭିଲ୍ ର ଗୀତଟି ଫିଲ୍ମ ଏବଂ ରାଜନୈତିକ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି । ବ୍ୟାପକ ବିରୋଧ ଓ ସମାଲୋଚନା ପରେ ନିର୍ମାତା ଏହାର ହିନ୍ଦୀ ଭର୍ସନକୁ YouTubeରୁ ଆନୁଷ୍ଠାନିକ ଭାବେ ହଟାଇ ଦେଇଛନ୍ତି ।
କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏପର୍ଯ୍ୟନ୍ତ ସୁଦ୍ଧା ମଧ୍ୟ ଏହି ଗୀତଟି ଅନ୍ୟାନ୍ୟ ଭାଷାରେ ଶୁଣିବାକୁ ମିଳୁଛି । ଏହାର ତାଲିମ, ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଭାଷାରେ ଏବେ ବି YouTubeରେ ଶୁଣିବାକୁ ମିଳୁଛି । ଗୀତରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ବ୍ୟତୀତ ଜାତୀୟ ମାନବାଧିକାର କମିଶନ(NHRC) ଗୀତର ଅଶ୍ଳୀଳତାକୁ ନେଇ ଏକ ନୋଟିସ୍ ଜାରି କରିଛନ୍ତି ।
କୌଣସି ଏକ ରିପୋର୍ଟ ଅନୁସାରେ, ଜଣେ ସାମାମଜିକ କର୍ମୀ ଏବଂ ଓକିଲ ‘‘ ସାର୍କେ ଚୁନାର’’ ଗୀତ ବିରୋଧରେ ଦିଲ୍ଲୀ ପୋଲିସ ସାଇବର ସେଲରେ ଅଭିଯୋଗ ଦାଖଲ କରିଛନ୍ତି । ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରାଯାଇଛି । ଏହି ଗୀତଟି ଯୌନତାଏବଂ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେମାନେ ସମସ୍ତ ପ୍ଲାଟଫର୍ମରୁ ଏହି ଗୀତଟିକୁ ତୁରନ୍ତ ହଟାଇବାକୁ ମଧ୍ୟ ଦାବି କରିଥିଲେ ।
ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ, ନୋରାଙ୍କ ଏଭଳି ଅଶ୍ଳୀଳ ଗୀତ ଯୁବପିଢିଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ । ଗୀତିକାର ରାକିବ ଆଲମ, ନିର୍ଦ୍ଦେଶକ ପ୍ରେମ, ସଂଗୀତକାର ଅର୍ଜୁନ ଜାନ୍ୟା ଏବଂ ଗାୟକ ମଙ୍ଗଳୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା । ଏଥିସହ ଜିନ୍ଦଲ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡରେ ମଧ୍ୟ ଅଭିଯୋଗ ଦାଖଲ କରିଥିଲେ ।
ଏହାରି ମଧ୍ୟରେ ନିର୍ମାତା ଏହି ଗୀତର ହିନ୍ଦୀ ଭର୍ସନକୁ YouTubeରୁ ଆନୁଷ୍ଠାନିକ ଭାବେ ହଟାଇ ଦେଇଛନ୍ତି । ଗତକାଲି ପର୍ଯ୍ୟନ୍ତ ଏହି ଗୀତ YouTubeରେ ଶୁଣିବାକୁ ମିଳୁଥିଲା । କିନ୍ତୁ ଏବେ ସର୍ଚ୍ଚ କରିବାରୁ ଏହି ଗୀତ ଉପଲବ୍ଧ ନାହିଁ ବୋଲି ଦେଖିବାକୁ ମିଳୁଛି । ନୋରା ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଗୀତ ହଟାଇ ଦେଇଛନ୍ତି ।
ଅନ୍ୟପଟେ ନୋରାଙ୍କ ଗୀତକୁ ଅନଲାଇନରେ କଡ଼ା ସମାଲୋଚନା କରାଯାଇଥିଲା । ତାଙ୍କର ଭାବପ୍ରବଣତାକୁ ଅଶ୍ଳୀଳ ବୋଲି ମଧ୍ୟ ସମାଲୋଚନା କରିଥିଲେ । ସଞ୍ଜୟ ଦତ୍ତ ମଧ୍ୟ ଏହି ଟ୍ରୋଲର ଶିକାରରୁ ବର୍ତ୍ତି ନଥିଲେ । ପୂର୍ବତନ କ୍ରିକେଟର ହରଭଜନ ସିଂହ ମଧ୍ୟ ଗୀତଟିକୁ ଟ୍ରୋଲ୍ କରିଥିଲେ ।
Also Read : ବିବାହର ୧୦ ବର୍ଷ ପରେ ଦିବ୍ୟାଙ୍କା-ବିବେକଙ୍କ ଘରକୁ ଆସିବେ ନୂଆ ଅତିଥି !