ଟ୍ରାନ୍ସପରେଣ୍ଟ ସ୍କିନ୍‌ ଫିଟିଂ ଗାଉନ୍‌ ପିନ୍ଧି ଷ୍ଟାଇଲିସ୍‌ ଫଟୋସୁଟ୍‌ କରାଇଲେ ନୋରା ଫତେହୀ, ଏବେ ଯାଏଁ ୪୫ ଲକ୍ଷରୁ ଅଧିକ ଥର ଦେଖାଗଲାଣି ଏହି ଭିଡିଓ

ନୋରା ଫତେହୀ ନିଜ ଅନ୍ଦାଜରେ ଲୋକଙ୍କ ହୃଦୟ ଜିତିବାରେ ଲାଗିଛନ୍ତି। ଡ୍ୟାନ୍ସ ସମେତ ଆକ୍ଟିଂ ପାଇଁ ମଧ୍ୟ ନୋରା ବେଶ୍‌ ଜଣାଶୁଣା। ନୋରାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ନୋରାଙ୍କ ଲୁକ୍‌ ବେଶ୍‌ ସୁନ୍ଦର ଲାଗୁଛି। ଏହି ଭିଡିଓରେ ନୋରା ଫତେହୀ ପିଙ୍କ ବଡିକନ୍‌ ଡ୍ରେସ୍‌ରେ ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓ ଦେଖି ଫ୍ୟାନ୍‌ ମଧ୍ୟ ପ୍ରଶଂସା କରିବାରେ ଆଦୌ ଥକି ନାହାନ୍ତି।

ଭିଡିଓକୁ ଏବେ ଯାଏଁ ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ଏହି ଭିଡିଓକୁ ନୋରା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଫ୍ୟାନ୍‌ ତାଙ୍କ ଷ୍ଟାଇଲିସ୍‌ ଅନ୍ଦାଜ୍‌କୁ ବେଶ୍‌ ପ୍ରଶଂସା ମଧ୍ୟ କରୁଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Nora Fatehi (@norafatehi)

ନୋରା ଫତେହୀଙ୍କ କ୍ୟାରିୟର କଥା କହିବା ତ କିଛି ଦିନ ପୂର୍ବରୁ ତାଙ୍କର ଗୀତ ‘ନାଚ ମେରି ରାନୀ’ ରିଲିଜ୍‌ ହୋଇଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଧମାଲ କରିଥିଲା। ନୋରା ଫତେହୀ ଓ ଗୁରୁ ରନ୍ଧଓ୍ଵାଙ୍କ ଏହି ଗୀତକୁ ଏବେ ଯାଏଁ ୨୦ କୋଟିରୁ ଅଧିକ ଥର ଦେଖାସରିଲାଣି। ନୋରାଙ୍କୁ ଖୁବ୍‌ଶୀଘ୍ର ‘ଭୁଜ: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.