ତୈମୁରଙ୍କୁ ବାହା ହେବାକୁ ଚାହାନ୍ତି ଗରମୀ ଗାର୍ଲ, କରୀନା ଶୁଣିବା ପରେ ଦେଲେ ଏମିତି ପ୍ରତିକ୍ରିୟା

ତୈମୁରଙ୍କୁ ଆସିଲା ବିବାହ ପ୍ରସ୍ତାବ। ଆପଣ ଶୁଣି ଆଶ୍ଚର୍ଯ୍ଯ ହେଉଥିବେ ନିଶ୍ଚିତ। କିନ୍ତୁ ଏହା ସତ। କରୀନାଙ୍କ ଲୋକପ୍ରିୟ ଚାଟ୍ ଶୋ ‘ହ୍ବାଟ ୱମେନ ୱାଣ୍ଟ’କୁ ବଲିଉଡର ଅନେକ ଲୋକପ୍ରିୟ ଅଭିନେତ୍ରୀ ଆସୁଛନ୍ତି। ଆଉ କରୀନା ଏଥିରେ ସେମାନଙ୍କୁ ତାଙ୍କ ଜୀବନର ଅନେକ ପ୍ରଶ୍ନ ମଧ୍ୟ ପଚାରୁଛନ୍ତି। ଏହି ଶୋ’କୁ ନିକଟରେ ଡ୍ଯାନ୍ସର ତଥା ଅଭିନେତ୍ରୀ ନୋରା ଫତେହୀ ପହଞ୍ଚିଥିଲେ। ଆଉ ନୋରା କରୀନାଙ୍କୁ ଯାହା କହିଥିଲେ ଆପଣ ଶୁଣିବାକୁ ପରେ ଆଶ୍ଚର୍ଯ୍ଯ ହୋଇଯିବେ।
ସୂଚନା ମୁତାବକ, ଏହି ଶୋ’ରେ କରୀନାଙ୍କ ପୁଅ ତୈମୁରଙ୍କୁ ବିବାହ କରିବାକୁ ନୋରା ଚାହାନ୍ତି ବୋଲି କହିଥିଲେ। ତୈମୁର ତ ଏବେ ଛୋଟ ଅଛନ୍ତି, ତେବେ ସେ ବଡ ହେବା ଯାଏଁ ନୋରା ଅପେକ୍ଷା କରିବେ ବୋଲି ମଧ୍ୟ କହିଥିଲେ। ନୋରାଙ୍କ ଏପରି କଥାରେ କରୀନା ହସିବା ସହିତ ଏହାକୁ ନେଇ କ’ଣ ଜବାବ ଦେବେ ତାହା ଜାଣିପାରିନଥିଲେ।
View this post on Instagram
ସେହି ଶୋ’ରେ କରୀନା କହିଥିଲେ, ନୋରାଙ୍କ ଡ୍ଯାନ୍ସ ମୁଭ ସୈଫ ଅଲ୍ଲୀ ଖାନଙ୍କୁ ବେଶ୍ ପସନ୍ଦ। ଶୋ’ର ଏହି ଭିଡିଓ କ୍ଲିପକୁ ଲୋକ ବାରମ୍ବାର ଦେଖିବା ସହିତ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ସୂଚନାଯୋଗ୍ଯ, ଷ୍ଟାର କିଡ ଭାବେ ତୈମୁର ବେଶ୍ ଲୋକପ୍ରିୟ। ଲୋକେ ତୈମୁରଙ୍କ ବେଶ୍ ପସନ୍ଦ କରିବା ସହିତ ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରଲ ମଧ୍ୟ ହେଉଛି। ଏବେ କରୀନା ଗର୍ଭବତୀ ଅଛନ୍ତି। ପୁଣି ଖୁସି ଖବର ଶୁଣିବାକୁ ଫ୍ଯାନ ଚାହିଁ ରହିଛନ୍ତି।