ନୋରା ଫତେହୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ! ଅଟୋକୁ ପିଟିଲା ଅଭିନେତ୍ରୀଙ୍କ ବିଳାସମୟ ଗାଡ଼ି; ୧୦୦୦ ଟଙ୍କା ଦେବା ପରେ ଡ୍ରାଇଭରକୁ ଛାଡ଼ିଲେ ଲୋକେ

ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖବର ରହିଛି କି, ଅଭିନେତ୍ରୀଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଯଦିଓ ଏହି ଦୁର୍ଘଟଣା ସମୟରେ କାରରେ ନୋରା ନ ଥିଲେ। କାରରେ କେବଳ ତାଙ୍କ ଡ୍ରାଇଭର ହିଁ ଥିଲେ। ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ସମୟରେ ଅଭିନେତ୍ରୀ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱାଙ୍କ ସହିତ ନିଜର ନୂଆ ଗୀତ ‘ଡ୍ୟାନ୍ସ ମେରୀ ରାନୀ’ର ପ୍ରମୋସନାଲ ଇଭେଣ୍ଟରେ ବ୍ୟସ୍ତ ଥିଲେ। କହି ରଖୁଛୁ, ଉଭୟ ତାରକା ସେହି କାରରେ ହିଁ ଇଭେଣ୍ଟରେ ଯୋଗ ଦେଇଥିଲେ।

କାରରେ ନ ଥିଲେ ନୋରା ଫତେହୀ

ବଲିଉଡ ଲାଇଫର ରିପୋର୍ଟ ମୁତାବକ, ନୋରା ଫତେହୀଙ୍କ ଡ୍ରାଇଭର ଏକ ଅଟୋକୁ ଜୋର୍‌ରେ ଧକ୍କା ଦେଇଥିଲେ। ଏହି ଦୃଶ୍ୟ ଦେଖିବା ପରେ ମଝି ରାସ୍ତାରେ ଲୋକମାନେ ଗାଡିକୁ ଘେରି ଡ୍ରାଇଭରଙ୍କ କଲର ଧରି ପକାଇଥିଲେ। ଏହି ସମୟରେ ନୋରା ଅଟୋ ଚାଳକଙ୍କୁ ୧୦୦୦ ଟଙ୍କା ଦେଇଥିଲେ, ଯାହା ପରେ ଲୋକମାନେ ସାମାନ୍ୟ ଶାନ୍ତ ପଡ଼ି ତାଙ୍କ ଗାଡ଼ି ଏବଂ ଡ୍ରାଇଭରଙ୍କୁ ଛାଡି ଦେଇଥିଲେ। ଆଶ୍ୱସ୍ତୀକର କଥା ହେଉଛି ଯେ ଉଭୟ ଗାଡ଼ିର ଡ୍ରାଇଭର ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି, କିନ୍ତୁ ଦୁଇଟି ଯାକ ଗାଡି କ୍ଷତିଗ୍ରସ୍ତ ହୋଇଛି। ରିପୋର୍ଟ ଅନୁସାରେ, ଏହି ଘଟଣା ୨୧ ଡିସେମ୍ବର ମଙ୍ଗଳବାର ସନ୍ଧ୍ୟା ୭ଟାରେ ଘଟିଥିଲା।

‘ଜଲପରୀ’ ହୋଇ ଛାଇ ଯାଇଛନ୍ତି

କହି ରଖୁଛୁ କି, ଏବେ ନୋରା ନିଜର ନୂଆ ମ୍ୟୁଜିକ୍ ଭିଡିଓ ‘ଡ୍ୟାନ୍ସ ମେରୀ ରାନୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱାଙ୍କ ସହ ଅଭିନେତ୍ରୀଙ୍କୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଗୀତରେ ଅଭିନେତ୍ରୀଙ୍କ ‘ଜଲପରୀ’ ଲୁକ୍‌କୁ ବହୁତ ପ୍ରଶଂସା କରାଯାଇଛି।

ମନି ଲଣ୍ଡ୍ରିଂ ମାମଲାରେ ସାକ୍ଷୀ ହେବେ

ମ୍ୟୁଜିକ୍ ଭିଡିଓ ବ୍ୟତୀତ ନୋରା ୨୦୦ କୋଟିର ମନି ଲଣ୍ଡ୍ରିଂ ପରେ ଚର୍ଚ୍ଚାକୁ ଆସିଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଖବର ରହିଛି ଯେ ସୁକେଶ ଚନ୍ଦ୍ରଶେଖରଙ୍କ ଜାଲରେ ପଡ଼ିଥିବା ନୋରା ଫତେହୀ ସରକାରୀ ସାକ୍ଷୀ ହେବାକୁ ରାଜି ହୋଇଛନ୍ତି। ନୋରା ନିକଟରେ ଏହି ମାମଲାରେ ମନି ଲଣ୍ଡ୍ରିଂ ଆକ୍ଟ ୨୦୦୨ର ଧାରା ୫୦ (୨) ଏବଂ ୫୦ (୩) ଅଧୀନରେ ନିଜର ବୟାନ ରେକର୍ଡ କରାଇଥିଲେ। ଖବର ଏହା ମଧ୍ୟ ରହିଛି କି, ସୁକେଶଙ୍କଠାରୁ ନୋରାଙ୍କୁ ମିଳିଥିବା ଦାମୀ ଉପହାରଗୁଡ଼ିକୁ ଇଡି ବହୁତ ଜଲ୍‌ଦି ଜବତ କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.