ଜେହ ନୁହେଁ, ଜହାଙ୍ଗୀର! ସାନପୁଅର ପୂରା ନାମରୁ ପରଦା ଉଠାଇଲେ କରୀନା କପୁର ଖାନ, ପ୍ରେଗ୍‌ନାନ୍ସି ସମୟରେ ସେକ୍ସ ଲାଇଫ୍‌ ବିଷୟରେ ପୁସ୍ତକରେ କଲେ ଖୁଲାସା

କରୀନା କପୁର ଖାନଙ୍କ ପୁସ୍ତକ ପ୍ରେଗ୍‌ନାନ୍ସି ବାଇବେଲ୍‌ ଅଭିନେତ୍ରୀଙ୍କ ସହ ଜଡ଼ିତ ଅନେକ କଥା ଏବଂ ଭାବନାକୁ ବ୍ୟକ୍ତ କରୁଛି। ପୁସ୍ତକରେ କରୀନାଙ୍କ ପ୍ରେଗ୍‌ନାନ୍ସି ଫେଜ୍‌ରୁ ଆରମ୍ଭ କରି ତାଙ୍କର ଦୁଇ ପୁଅ ଏବଂ ସ୍ୱାମୀ ସୈଫ୍‌ଙ୍କ ବିଷୟରେ ଉଲ୍ଲେଖ ରହିଛି। ଖାସ୍‌ କଥା ହେଉଛି, ଏଥିରେ ସେ ତାଙ୍କ ସାନପୁଅ ନାଁରୁ ବି ପରଦା ଉଠାଇଛନ୍ତି। ସୋମବାର ସନ୍ଧ୍ୟାରେ କରୀନା ନିଜ ପୁସ୍ତକକୁ ଲଞ୍ଚ୍‌ କରିଛନ୍ତି।

ରିପୋର୍ଟ ମୁତାବକ, କରୀନାଙ୍କ ପ୍ରେଗ୍‌ନାନ୍ସି ବାଇବେଲ୍‌ର ଶେଷ ଭାଗରେ ଅଭିନେତ୍ରୀଙ୍କ ପ୍ରେଗ୍‌ନାନ୍ସି ଏବଂ ପୋଷ୍ଟ ଡେଲିଭରୀର ଫଟୋ ରହିଛି। ଏଥିରେ ଏକ ଫଟୋରେ ସେ ନିଜ ସାନପୁଅର ନାଁ ଜହାଙ୍ଗୀର ଲେଖିଛନ୍ତି। ଏପରିକି, ସାନପୁଅର ଚେହେରା ମଧ୍ୟ କରୀନା ଦେଖାଇଛନ୍ତି। କହି ରଖୁଛୁ, କରୀନାଙ୍କ ବାପା ରଣଧୀର କପୁର ନିଜ ଛୋଟ ନାତିର ନାଁ ଜେହ କନ୍‌ଫର୍ମ କରିଥିଲେ। ସେହି ସମୟରେ ଲୋକେ ଜେହଙ୍କୁ ଜହାଙ୍ଗୀର କିମ୍ବା ଜେହଲାଲୁଦ୍ଦୀନ ନାଁର ଶର୍ଟ ଫର୍ମ ବୋଲି କହୁଥିଲେ। ଏବେ କରୀନାଙ୍କ ପୁସ୍ତକରୁ ଜଣାପଡ଼ିଛି ଯେ ଜେହଙ୍କ ପୂରା ନାଁ ହେଉଛି ଜହାଙ୍ଗୀର।

ବୁକ୍‌ ଲଞ୍ଚ୍‌ ସମୟରେ କରୀନା ଓ କରଣ ଜୋହରଙ୍କ ମଧ୍ୟରେ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ରେ ପ୍ୟାରେଣ୍ଟହୁଡ୍‌ ଉପରେ କଥାବାର୍ତ୍ତା ହୋଇଥିଲା। କରୀନା ପ୍ରେଗ୍‌ନାନ୍ସି ସମୟରେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନଙ୍କ ସହିତ ନିଜ ସେକ୍ସ ଲାଇଫ୍‌ ବିଷୟରେ ମଧ୍ୟ ସେୟାର କରିଥିଲେ। ସେ କହିଥିଲେ କି, ପ୍ରେଗ୍‌ନାନ୍ସି ସମୟରେ ପତ୍ନୀଙ୍କ ସେକ୍ସ ପ୍ରତି ଆଗ୍ରହ କମ୍‌ ଥିବା କଥାକୁ ସୈଫ୍‌ ବହୁତ ଭଲ ଭାବେ ବୁଝିଥିଲେ ଏବଂ ସପୋର୍ଟ ମଧ୍ୟ କରିଥିଲେ। ତେବେ ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ପ୍ରତ୍ୟେକ ପୁରୁଷ ସପୋର୍ଟିଭ ହେବା ଉଚିତ ବୋଲି କରୀନା କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.