ମନୋରଂଜନ

ଦୀପିକାଙ୍କ ପରେ ଏବେ ଡ୍ରଗ୍ସ ଲିଙ୍କ୍‌ରେ ସୋନାକ୍ଷୀ ସିହ୍ନାଙ୍କ ସମେତ ଆଉ ୨ ସେଲିବ୍ରିଟି, ଖୁବ୍‌ଶୀଘ୍ର ବନ୍ଧା ହେବେ!

ସୁଶାନ୍ତଙ୍କ ମୃତ୍ୟୁ ମାମଲା ଏବେ ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍‌ର ଗୁମର ଖୋଲୁଛି। ଏହି ମାମଲାରେ ପ୍ରଥମେ ରିୟା ଗିରଫ ହେବା ପରେ ଏବେ ସେ ଗୋଟି ଗୋଟି କରି ସମସ୍ତଙ୍କ ନାଁ କହୁଛନ୍ତି। ତେବେ ପଚରାଉଚରା ବେଳେ ରିୟା ୨୫ ଜଣ ସେଲିବ୍ରିଟିଙ୍କ ନାଁ ନେଇଛନ୍ତି। ଏଥିରେ ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରୀତ ସିଂହ, ସିମୋନ ଖବାଣ୍ଟାଙ୍କ ନାଁ ପୂର୍ବରୁ ସାମ୍ନାକୁ ଆସିସାରିଛି। ଏବେ ଦୀପିକା ପାଦୁକୋନ୍‌ଙ୍କ ନାଁ ବି ଡ୍ରଗ୍ସ ମାମଲା ସହ ଯୋଡ଼ି ହୋଇଛି। ତାଙ୍କ ନାଁ ଆସିବା ପରେ ଏବେ ସବୁଠି ଜୋର ଧରିଛି ଦୀପୁ ଡ୍ରଗ୍ସ ଚର୍ଚ୍ଚା।

ଗତ କାଲି ରାତିରେ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ନାଁ ସାମ୍ନାକୁ ଆସିଛି। ବର୍ତ୍ତମାନ ଦୀପିକାଙ୍କ ଡ୍ରଗ୍ସ ପାର୍ଟି ‘ହେଲୋବିନ୍‌ ପାର୍ଟି’ ବିଷୟରେ ଜଣାପଡ଼ିବା ପରେ ଏହି ମାମଲାରେ ଆଉ ୩ଟି କଳାକାରଙ୍କ ନାଁ ଯୋଡ଼ି ହୋଇଛି। ଏହି ୩ କଳାକାର ହେଉଛନ୍ତି ସୋନାକ୍ଷୀ ସିହ୍ନା, ସିଦ୍ଧାର୍ଥ ମାଲହୋତ୍ରା ଓ ଆଦିତ୍ୟ ରାୟ କପୁର।

ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ ହାତରେ ଦୀପିକା ପାଦୁକୋନ୍‌ଙ୍କ ଏକ ଚାଟ୍‌ ଧରାପଡ଼ିଛି। ସେଥିରେ ସେ କ୍ୱାନ୍‌ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସପ୍ଲାଇ କରିସ୍ମା ପ୍ରକାଶଙ୍କ ସହ ଚାଟ୍‌ କରୁଛନ୍ତି। ଏହି ଚାଟ୍‌ରେ ସେ କରିସ୍ମାଙ୍କୁ ହସିସ୍‌ ନାମକ ଡ୍ରଗ୍ସ ମାଗୁଛନ୍ତି। ଏହି ଚାଟ୍‌ ୨୮ ଅକ୍ଟୋବର ୨୦୧୭ର। ଦୀପିକାଙ୍କୁ କରିସ୍ମା ପଚାରୁଛନ୍ତି ଆପଣ କୋକୋ କେତେବେଳେ ପହଞ୍ଚିବେ। ଏହାର ଉତ୍ତରରେ ଦୀପିକା କହୁଛନ୍ତି ୧୧.୩୦ରୁ ୧୨ଟା ଭିତରେ।

ସୂଚନାଯୋଗ୍ୟ ଯେ କୋକୋ ହେଉଛି ମୁମ୍ବାଇର ଏକ ବଡ଼ ପବ୍‌। ଏଠାରେ ପ୍ରାୟତଃ ବଲିଉଡ୍‌ ଷ୍ଟାରମାନେ ପାର୍ଟି କରିଥାନ୍ତି। ଏଠାରେ ହିଁ ଡ୍ରଗ୍ସ ପାର୍ଟି ହୋଇଥିଲା।

ଦେଖନ୍ତୁ ଉକ୍ତ ପାର୍ଟିର କେତେକ ଫଟୋ:

WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

13 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

27 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

42 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

52 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago