ଏହି ବଡ ସୁପରଷ୍ଟାରଙ୍କ ସହ ବଲିଉଡରେ ଡେବ୍ୟୁ କରିବେ କ୍ରିତି ସାନନଙ୍କ ଭଉଣୀ ନୁପୁର, ସେୟାର କଲେ ଫଟୋ

କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନ ତାଙ୍କ ବଡ ବଲିଉଡ ଡେବ୍ୟୁକୁ ନେଇ ଅପେକ୍ଷା କରିଥିଲେ ଏବଂ ସେ ଶୀଘ୍ର ଏହି ସୁଯୋଗ ମଧ୍ୟ ପାଇଛନ୍ତି । ଅଭିନେତ୍ରୀ କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନ ତାଙ୍କ ବଡ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ। ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ନୁପୁର ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିସାରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ନୁପୁର ଏକ ପଞ୍ଜାବୀ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍ ସହିତ ବଲିଉଡରେ ଡେବ୍ୟୁ କରିବେ।

 

 

View this post on Instagram

 

A post shared by Nupur Sanon (@nupursanon)

ସୋସିଆଲ ମିଡିଆରେ ନୁପୁର ସାନନ ଏବଂ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଫଟୋ ମଧ୍ୟ ଭାଇରାଲ ହେବାକୁ ଲାଗୁଛି। ନୁପୁର ନିଜ ଫିଲ୍ମର ଫଟୋ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମରେ ସେୟାର କରିଛନ୍ତି। ନୱାଜୁଦ୍ଦିନ ମଧ୍ୟ ନୁପୁରଙ୍କ ସହ ଏକ ଚିତ୍ର ସେୟାର କରିଛନ୍ତି ଯେଉଁଥିରେ ଉଭୟ ହସୁଥିବା ଦେଖାଯାଉଛି। ତେବେ ଫିଲ୍ମର ନାମ ‘ନୁରାନୀ ଚେହରା’ ରଖାଯିବ ବୋଲି କୁହାଯାଉଛି ।

 

 

View this post on Instagram

 

A post shared by Nupur Sanon (@nupursanon)

କୁହାଯାଉଛି ଯେ ଏହି ଚଳଚ୍ଚିତ୍ରଟି ‘କାଲା ଶାହା କାଲା’ର ରିମେକ୍ ଅଟେ ଏବଂ ଏହାର ନାମ’ ନୁରାନୀ ଚେହରା ‘ରଖାଯାଇଛି। ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଯାଇଛି ଏବଂ ଏହି ଚଳଚ୍ଚିତ୍ରଟି ପାନୋରାମା ଷ୍ଟୁଡିଓ, ୱାଇଲ୍ଡ ରିଭର ପିକ୍ଚର୍ସ ଏବଂ ପଲ୍ପ ଫିକ୍ସନ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହେଉଛି। ଅକ୍ଷୟଙ୍କ ସହ କାମ କରିବା ପରେ ନୁପୁର ଅକ୍ଷୟଙ୍କ ବିଷୟରେ କହିଥିଲେ ଯେ ମୁଁ ତାଙ୍କ ସହ କାମ କରିବି ବୋଲି କେବେ ଭାବିନଥିଲି। ତାଙ୍କ ସହ କାମ କରିବା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ମୁଁ ଯେତେଥର ସୁଯୋଗ ପାଇବି ତାଙ୍କ ସହ କାମ କରିବାକୁ ଚାହେଁ। ସେ ଜଣେ ଅଦ୍ଭୁତ ଅଭିନେତା।ଅକ୍ଷୟ ସାରଙ୍କ ସହ କାମ କରିବା ପରେ ନୱାଜୁଦ୍ଦିନଙ୍କ ସହ ଏହା ତାଙ୍କର ଦ୍ଵିତୀୟ କାମ କିନ୍ତୁ ସେ ପ୍ରଥମ ଥର ପାଇଁ ବଲିଉଡ ଫିଲ୍ମରେ ତାଙ୍କର ଡେବ୍ୟୁ କରୁଛନ୍ତି, ଯାହାକୁ ନେଇ ସେ ବହୁତ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.