ଆଖୁ କିଆରୀରେ ଫସିଗଲେ ନୁସରତ ଭରୁଚ୍ଛା, ଚାରିପଟେ ଘେରି ଗଲେ ଭୂତ ଆଉ ତା’ ପରେ…

ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଛି ହରର ଫିଲ୍ମ ‘ଛୋରୀ’ର ଟିଜର। ଟିଜର ଦେଖି ଆପଣ ନିଶ୍ଚିତ ଭାବେ ଅନୁମାନ ଲଗାଇପାରିବେ। ନୁସରତ ଭରୁଚା ନିଜ ଫ୍ୟାନ୍ସଙ୍କୁ ଡରାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଛନ୍ତି। ‘ଛୋରୀ’ର ଟିଜର ମାଧ୍ୟମରେ ଏପରି ସିନ କ୍ରିଏଟ୍‌ କରିଛନ୍ତି, ଯାହାକୁ ଦେଖି ଆପଣଙ୍କର ମଧ୍ୟ ହୋସ୍‌ ଉଡିଯିବ। ଟିଜରରେ ନୁସରତ ଏବଂ ମୀତା ବିଶିଷ୍ଠ ନଜର ଆସିଛନ୍ତି ଏବଂ ଦର୍ଶକ ଡରିବା ସହିତ ଭାବିବା ପାଇଁ ବାଧ୍ୟ ହେଉଛନ୍ତି।

‘ଛୋରୀ’ର ଟିଜରରେ ନୁସରତ ଏକ ଶୂନଶାନ୍‌ ଜାଗାକୁ ଯାଉଛନ୍ତି, କିନ୍ତୁ ପୂର୍ବରୁ ସେଠାରେ ଭୟଙ୍କର ଖେଳ ଚାଲିଛି।  ଟିଜରରେ ନୁସରତ ଗର୍ଭବତୀ ଥିବା ଦେଖିବାକୁ ମିଳିଛି। ଫିଲ୍ମର ଟିଜରରେ ହରର ସିନର ଜବରଦସ୍ତ ଛୁଙ୍କ ଦେଖିବାକୁ ମିଳିଛି।

ଫିଲ୍ମ ‘ଛୋରୀ’କୁ ବିଶାଲ ଫୁରିୟା ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମର ପ୍ରଯୋଜନା ଭୂଷଣ କୁମାର, କୃଷ୍ଣ କୁମାର, ବିକ୍ରମ ମଲହୋତ୍ରା, ଜ୍ୟାକ୍‌ ଡେଭିସ ଏବଂ ଶିଖା ଶର୍ମା କରୁଛନ୍ତି। ଫିଲ୍ମ ‘ଛୋରୀ’ ସୁପରହିଟ ମରାଠୀ ଫିଲ୍ମ ‘ଲପାଛପି’ର ରିମେକ୍‌। ଏଥିରେ ମୁଖ୍ୟ ଭୂମିକାରେ ନୁସରତ ଭରୁଚ୍ଛା ଥିବା ବେଳେ ମୀତା ବିଶିଷ୍ଠ, ରାଜେଶ ଜାଏସ, ସୌରଭ ଗୋ,ଲ, ୟାନିୟା ଭରଦ୍ୱାଜ ପ୍ରମୁଖ କଳାକାର ଭାବେ ନଜର ଆସିବେ।

ସୂଚନାଯୋଗ୍ୟ, ନିକଟରେ ଫିଲ୍ମମେକର ଲଭରଂଜନଙ୍କ ଫିଲ୍ମର ସୁଟିଂ ସେଟରେ ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିଲେ ନୁସରତ। ଯାହା ପରେ ନୁସରତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କୁ ଭର୍ଟିଗୋ ଆଟାକ୍ ଆସିଥିଲା। ରିପୋର୍ଟ ମୁତାବକ, ନୁସରତ ଲଭରଂଜନଙ୍କ ଆଗାମୀ ଫିଲ୍ମ ‘ଜନହିତ ମେଁ ଜାରି’ ର ସୁଟିଂ ମୁମ୍ବାଇର ଏକ ଷ୍ଟୁଡିଓରେ କରୁଥିବା ବେଳେ ମୁଣ୍ଡ ବୁଲାଇ ତଳେ ପଡିଯାଇଥିଲେ।

video courtesy : Amazon Prime Video India

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.