ୟଶ ଦାସଗୁପ୍ତାଙ୍କ ସହ ଦୁର୍ଗା ପୂଜା କରୁଥିବାର ନଜର ଆସିଲେ ନୁସରତ ଜହାଁ, ଦେଖନ୍ତୁ ଫଟୋ

ଟିଏମ୍‌ସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁ ନିଜ ବ୍ୟକ୍ତିଗତ ଜୀବନ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପୁଅର ଜନ୍ମ ପରେ ୟଶ ଦାସଗୁପ୍ତାଙ୍କ ସହ ରିଲେସନ୍‌ସିପ୍‌ ଯୋଗୁ ସେ ଅଧିକ ଚର୍ଚ୍ଚିତ ଅଛନ୍ତି। ସେହିପରି ୟଶଙ୍କ ଜନ୍ମଦିନରେ କେକ୍‌ ଉପରେ ଡ୍ୟାଡ୍‌ ଓ ହଜ୍‌ବେଣ୍ଡ ଲେଖିଥିଲେ। ଏହି ଘଟଣା ପରେ ଫ୍ୟାନ୍‌ମାନେ ଜାଣିଥିଲେ ଯେ ନୁସରତ ଓ ୟଶ ପରସ୍ପରକୁ ବିବାହ କରିନେଇଛନ୍ତି। ତେବେ ବର୍ତ୍ତମାନ ଦୁର୍ଗା ପୂଜା ଅବସରରେ ନୁସରତ ଏକ ଫେଷ୍ଟିଭ୍‌ ଫଟୋ ସୁଟ୍‌ କରାଇଛନ୍ତି, ଯେଉଁଥିରେ ଉଭୟେ ନୁସରତ ଓ ୟଶଙ୍କ ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଛି।
ଇନ୍‌ଷ୍ଟାଗ୍ରାମ୍‌ରେ ୟଶ ଦାସଗୁପ୍ତାଙ୍କ ଫ୍ୟାନ୍‌ ପେଜ୍‌ରେ କେତେକ ଫଟୋ ସେୟାର କରାଯାଇଛି। ଏଥିରେ ନୁସରତ ୟଶ ଦାସ ଗୁପ୍ତାଙ୍କ ସହ ରୋମାଣ୍ଟିକ୍‌ ପୋଜ୍‌ ଦେଉଥିବା ନଜର ଆସିଛି।

ଏହି ପୂଜା ଗେଟ୍‌ ଅପ୍‌ରେ ନୁସରତଙ୍କ ଲୁକ୍‌ ଖୁବ୍‌ ସୁନ୍ଦର ଲାଗୁଛି। ଫଟୋରେ ନୁସରତ ଏକ ଗୋଲ୍ଡେନ୍‌ ବର୍ଡର ଥିବା ଆକାଶିଆ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ମ୍ୟାଚ୍‌ କରି ଏମ୍ରୋଡରି କରାଯାଇଥିବା ହଳଦିଆ ରଙ୍ଗର ବ୍ଲାଉଜ୍‌ ପିନ୍ଧିଛନ୍ତି। ଏହି ଲୁକ୍‌ ସହ ସେ ଲାଇଟ୍‌ ମେକ୍‌ଅପ୍‌, ପିଙ୍କ କଲରର ଲିପଷ୍ଟିକ୍‌ ଓ ଛୋଟ ବିନ୍ଦୀ ଲଗାଇଛନ୍ତି। ସେହିପରି ଚୁଟିରେ ସେ ଖୋସା କରି ଫୁଲ ଲଗାଇଥିବା ଦେଖାଯାଇଛି। ଏଥିସହ ସେ ଜୁଏଲାରୀରେ ଚୋକର ସହ ହାତରେ ଶାଢ଼ି ସହ ମ୍ୟାଚିଂ କରୁଥିବା ଚୁଡ଼ି ପିନ୍ଧିଛନ୍ତି। ଏହି ଫଟୋକୁ ନୁସରତ୍‌ ମଧ୍ୟ ନିଜ ଇନଷ୍ଟାଗ୍ରାମ୍‌ରେ ମଧ୍ୟ ସେୟାର କରିଛନ୍ତି ଓ କ୍ୟାପସନ୍‌ରେ ଲେଖିଛନ୍ତି-ଶୁଭୋ ମହାସପ୍ତମୀ।

 

View this post on Instagram

 

A post shared by Nusrat (@nusratchirps)

ଫଟୋରେ ୟଶ ଦାସଗୁପ୍ତାଙ୍କ ଲୁକ୍‌ ମଧ୍ୟ ବେଶ୍‌ ଷ୍ଟାଇଲିସ୍‌ ନଜର ଆସୁଛି। ସେ ଧଳା ରଙ୍ଗର ସାର୍ଟ ସହ ବ୍ଲୁ ଜିନ୍ସ ପିନ୍ଧିଛନ୍ତି। ଏବେ ସୋସିଆଲ ମିଡିଆରେ ୟଶ ଦାସ ଗୁପ୍ତା ଓ ନୁସରତଙ୍କ ଫଟୋ ଖୁବ୍‌ ଭାଇରାଲ ହେଉଛି। ଉଭୟଙ୍କ କେମେଷ୍ଟ୍ରିକୁ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି।

 

View this post on Instagram

 

A post shared by Yash (@yashdasgupta)


ଅକ୍ଟୋବର ୧୦ରେ ୟଶ ଦାସଗୁପ୍ତାଙ୍କ ଜନ୍ମ ଦିନ ଥିଲା। ଏ ଅବସରରେ ନୁସରତ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେବେଠୁ କୁହାଯାଉଥିଲା ଯେ ସେ ୟଶଙ୍କୁ ବିବାହ କରି ନେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୯ ମସିହାରେ ନୁସରତ ନିଖିଲ ଜୈନ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ମାତ୍ର କିଛି ଦିନ ମଧ୍ୟରେ ହିଁ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ତା’ର କିଛି ଦିନ ପରେ ନୁସରତ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଏ ବିଷୟରେ ନିଖିଲ କହିଥିଲେ ଯେ ନୁସରତ ଗର୍ଭବତୀ ଥିବା କଥା ସେ ଜାଣିନାହାନ୍ତି। ଏ ବିଷୟରେ ନୁସରତ ତାଙ୍କୁ କିଛି କହିନାହାନ୍ତି ଓ ଏ ସନ୍ତାନର ପିତା ସେ ନୁହେଁ ବୋଲି ନିଖିଲ ସଫା ସଫା କହିଦେଇଥିଲେ। ତେବେ ମା’ ହେବା ପରେ ନିଖିଲ ନୁସରତଙ୍କୁ ଅଭିନନ୍ଦନ ଜଣାଇଥିଲେ। କିନ୍ତୁ ପରେ ରେଜିଷ୍ଟ୍ରେସନ୍‌ରୁ ଜଣାପଡ଼ିଥିଲା ଯେ ଛୁଆର ବାପା ହେଉଛନ୍ତି ୟଶ ଦାସଗୁପ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.