ମନୋରଂଜନ

ଓଡି଼ଆ ସିନେ ଜଗତରୁ ପୁଣି ଆସିଲା ଦୁଃଖ ଖବର: ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ଦେହାନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) :  ଓଡି଼ଆ ସିନେ ଜଗତରୁ ପୁଣି ଆସିଲା ଦୁଃଖ ଖବର।  ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡି଼ଛି । ଯାହାକୁ ନେଇ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ, ଦିର୍ଘ ଦିନ ଧରି ଚକ୍ରଧର ମଧୁମେୟ ରୋଗରେ ପୀଡିତ ଥିଲେ। କିନ୍ତୁ ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇଯାଇଥିଲା । ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଆୟିସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ସେ ଆଖି ବୁଜିଛନ୍ତି ।

ତେବେ ଗତକାଲି ସୋମବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ଖବର ଶୁଣି ଓଡ଼ିଆ  ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ତାଙ୍କ ପ୍ରିୟଜନ ସ୍ତବ୍ଧ ହୋଇଯାଇଛନ୍ତି । ତେବେ ୧୯୮୩ରେ ଏନ୍ଏସ୍ଡି ବା ଜାତୀୟ ନାଟ୍ୟ ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଚକ୍ରଧର ଜେନା ହଲିଉଡ ସିନେମା ‘ସିଟି ଅଫ୍ ଜୟ’ ଓ ‘ଇଲେକଟ୍ରିକ ମୁନ୍’ରେ ଅଭିନୟ କରିଛନ୍ତି ।

ତାଙ୍କର ପ୍ରଥମ ଅଭିନୀତି ଓଡ଼ିଆ ସିନେମା ହେଉଛି ‘ପଥର ଖସୁଛି ବଡ଼ ଦେଉଳୁ’ । ଏହାଛଡ଼ା ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ନିଖୁଣ ଅଭିନୟର ଛାପ ଛାଡ଼ିଛନ୍ତି । ସେ ଓଡ଼ିଅ ସଙ୍ଗୀତ ନାଟକ ଆକାଡେମୀର ନାଟକ ଚୟନ କ୍ଷେତ୍ରରେ ବି ବିଚାରକ ଭାବେ ଦାୟିତ୍ୱ ତୁଳାଇଛନ୍ତି । ରଣଭୂମୀ, ମାୟା, ଅର୍ଜୁନ, ପ୍ରେମ ୱେଡ୍ସ ପ୍ରିୟା, ରଙ୍ଗିଲା ବାବା, ଭଉଁରୀ ଓ କଥାନ୍ତର ଭଳି ଅନେକ ସିନେମାରେ ଅଭିୟନ କରିଛନ୍ତି ।

Sonalisa

Recent Posts

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଇଭିଏମ୍‌ ଏବଂ ଭିଭିପାଟ୍‌କୁ ପୋଖରୀରେ ଫିଙ୍ଗିଲେ ଲୋକ

ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…

18 mins ago

ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ

ମହାକାଳପଡ଼ା(କେନ୍ୟୁଜ୍‌): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…

20 mins ago

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

32 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

36 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

43 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

1 hour ago