ରାଜ୍ୟରେ ହଲଚଲ: ରାଜ କୁନ୍ଦ୍ରାଙ୍କ ଡାର୍ଟି ପିକଚରରେ ଓଡ଼ିଆ ଅଭିନେତା, ଫସିଛନ୍ତି ଆଉ ଅନେକ

କେନ୍ଯୁଜ୍: ପର୍ଣ୍ଣ ଭିଡ଼ିଓ ପ୍ରସ୍ତୁତ କରିବା ନେଇ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଚର୍ଚ୍ଚା ଜୋର୍‌ । କୁନ୍ଦ୍ରାଙ୍କ ଅଶ୍ଳୀଳ ଫିଲ୍ମରେ କିଛି ଓଡ଼ିଆ ଅଭିନୟ କରିଥିବା ସୂଚନା ମିଳିବା ପରେ ରାଜ୍ୟରେ ହଲଚଲ ସୃଷ୍ଟି ହୋଇଛି । ଓଡ଼ିଶାର ଅନେକ କଳାକାର ମାୟା ନଗରୀ ଯାଇ ଅଶ୍ଳୀଳ ଫିଲ୍ମରେ କାମ କରୁଥିବା ସୂଚନା ମଧ୍ୟ ମିଳିଛି। ରାତାରାତି ଷ୍ଟାର କରିଦେବାର ପ୍ରତିଶ୍ରୁତି ଦେଇ କେତେକ ନିର୍ଦ୍ଦେଶକଙ୍କ ମାଧ୍ୟମରେ ଓଡ଼ିଶାରୁ ଅନେକ ଯୁବତୀଙ୍କୁ ମୁମ୍ବାଇ ନିଆଯାଉଛି । ସେଠାରେ ଫିଲ୍ମ ସୁଟିଂ ନାଁରେ ଅଶ୍ଳୀଳ ଫିଲ୍ମ ସୁଟିଂ କରାଯାଉଛି ।

ପାଟି ଖୋଲିଲେ ତାଙ୍କୁ ବରବାଦ୍‌ କରିଦେବା ସହ ଚୁକ୍ତିନାମା କରିଥିବାରୁ ମାମଲା ରୁଜୁ କରିବାର ଭୟ ମଧ୍ୟ ଦେଖାଯାଉଛି । ତେଣୁ ବାଧ୍ୟ ହୋଇ ଅନେକ ଯୁବତୀ ଅଶ୍ଳୀଳ ଫିଲ୍ମରେ ନିଜକୁ ସାମିଲ କରିଦେଉଛନ୍ତି । ଏହି ରାକେଟରେ ସମ୍ପୃକ୍ତି ଥିବା ବ୍ୟକ୍ତିମାନଙ୍କୁ ଏବେ ବାନ୍ଧିବା ପାଇଁ ଅଣ୍ଟା ଭିଡୁଛି ଓଡିଶା ପୋଲିସ ।

ଏହି ତାଲିକାରେ ଜଣେ ଓଡ଼ିଆ ମଡେଲଙ୍କ ନାଁ ଆସିଛି । ମୁମ୍ବାଇରେ ରହୁଥିବା ଭୁବନେଶ୍ୱରର ସେକ୍ସପିୟର ତ୍ରିପାଠୀଙ୍କୁ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଫିଲ୍ମରେ ଦେଖିବାକୁ ମିଳିଛି । ଏପରିକି ସେ ସୋସିଆଲ ମିଡିଆରେ ଫିଲ୍ମିର ଅଶ୍ଳୀଳ ଫଟୋକୁ ଅପଲୋଡ କରିଛନ୍ତି । ଆଉ ଏକ ବଡ କଥା ହେଲା, ଓଡ଼ିଶାର ଜଣେ ଅଭିନେତ୍ରୀଙ୍କୁ ଏହି ଅଶ୍ଳୀଳ ଫିଲ୍ମ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଉଠାଇ ନେଇ ଜେରା କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.