କାରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ କଲେ ଅଭିନେତା ସବ୍ୟସାଚୀ

ବିଶ୍ଵ ମହାମାରୀ କାରୋନା ଏବେ ସାରା ଦେଶରେ ତାଣ୍ଡବ କରୁଛି। ବିଶ୍ଵବାସୀଙ୍କ ନିଦ ହଜାଇଛି ଏହି ଘାତକ କାରୋନା ଭାଇରସ। ଏହି ଜୀବନ ନାଶକ କାରୋନା ଭାରତରେ ମଧ୍ୟ ତାର କାୟା ବିସ୍ତାର କରିସାରିଛି। ସେଥିପାଇଁ ପୂରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଭୟଙ୍କର ଭାଇରସରେ ଓଡ଼ିଶାର 3 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାରା ରାଜ୍ୟବାସୀ ଏହି କ୍ଷତିକାରକ କାରୋନାର ମୁକାବିଲା କରିବା ପାଇଁ ପୁରା ପ୍ରସ୍ତୁତରେ ଅଛନ୍ତି।

sabyaକରୋନା ଭାଇରସ ବିଶ୍ୱରେ ବଡ଼ ସଙ୍କଟ ସୃଷ୍ଟି କରିଛି । କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଉଦ୍ୟମ ଜାରି ରହିଛି । ଏହି ସଙ୍କଟ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (କୋଭିଡ୍‌-୧୯)କୁ ଚାରି ଆଡୁ ଆସୁଛି ସହାୟତା ରାଶି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.