ସଲମାନଙ୍କୁ ଅଟକାଇଥିବା ଓଡିଆ ଯବାନଙ୍କୁ ପ୍ରଶଂସା କଲା CISF, ଟୁଇଟ କରି ଜଣାଇଲା

ଗତ ଦୁଇଦିନ ତଳେ ମୁମ୍ବାଇ ବିମାନବନ୍ଦରରେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ଙ୍କୁ ଅଟକାଇଥିବା ଓଡିଆ ସିଆଇଏସ୍‌ଏଫ୍‌ ଯବାନଙ୍କ ଉପରେ କୌଣସି ଦଣ୍ଡ ନୁହେଁ ବରଂ ତାଙ୍କୁ ପ୍ରଶଂସା କରାଯାଇଛି। ସିଆଇଏସ୍‌ଏଫ୍‌ ପକ୍ଷରୁ ଟୁଇଟ୍‌ କରି ଏଭଳି ସ୍ପଷ୍ଟୀକରଣ ରଖାଯାଇଛି। ସିଆଇଏସଏଫ୍‌ ଯବାନଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଖବର ମିଛ ବୋଲି କୁହାଯାଇଛି।

ନିକଟରେ ମୁମ୍ବାଇ ଏୟାରପୋର୍ଟରେ ଫିଲ୍ମ ‘ଟାଇଗର ୩’ର ସୁଟିଂ ପାଇଁ ଯାଉଥିବା ବେଳେ ସିଆଇଏସଏଫର ଜଣେ ଯବାନ ଅଟକାଇଥିଲେ। ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ସଲମାନ ଖାନ ତାଙ୍କ ଫିଲ୍ମର ସୁଟିଂ ପାଇଁ ବିଦେଶ ଯାଉଥିଲେ। ବିମାନ ବନ୍ଦରର ଏହି ଭିଡିଓରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଏସ୍ଏଫ୍) ର ଜଣେ ଅଧିକାରୀ ସଲମାନ ଖାନଙ୍କୁ ଅଟକାଇଥିଲେ। ସଲମାନ ଖାନ ଯାଞ୍ଚ ନକରି ଭିତରକୁ ଯାଉଥିଲେ ଯେତେବେଳେ ଏହି ଅଧିକାରୀ ତାଙ୍କୁ ଅଟକାଇଥିଲେ।

ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ପରେ ସୋମନାଥ ମହାନ୍ତିଙ୍କ ମୋବାଇଲ ଜବତ କରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତାଙ୍କ ମୋବାଇଲ ସିଆଇଏସଏଫ୍‌ ପକ୍ଷରୁ ଜବତ କରାଯାଇଥିବା କୁହାଯାଇଥିଲା। ତେବେ ଏହା ମିଛ ଖବର। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସିଆଇଏସଏଫ୍‌ ପକ୍ଷରୁ କୁହାଯାଇଛି। ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତାଙ୍କୁ ଡ୍ୟୁଟି ପାଇଁ ପ୍ରଶଂସା କରାଯାଇଛି ବୋଲି କୁହାଯାଇଛି।

Leave A Reply

Your email address will not be published.