ଓଡ଼ିଆ ଫିଲ୍ମ ‘ଚନ୍ଦ୍ରମା’ ର ଟିଜର ରିଲିଜ୍, ଭୟଙ୍କର ସିନ୍ ଦେଖିଲେ ଛାତି ଥରିଯିବ; ନଜର ପକାନ୍ତୁ

ଓଲିଉଡ ଫିଲ୍ମ ଦମନ ରାଜ୍ୟ ତଥା ରାଜ୍ୟ ବାହାରେ ଖୁବ୍ ପ୍ରଶଂସା ସାଉଣ୍ଟିବା ପରେ ଏବେ ପୁଣି ଏକ ଦମଦାର ଓଡ଼ିଆ ଫିଲ୍ମ ସାମ୍ନାକୁ ଆସିଛି। ନିକଟରେ ନିର୍ଦ୍ଦେଶକ ବିଶ୍ବ ଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚନ୍ଦ୍ରମା’ ର ଟିଜର ରିଲିଜ ହୋଇଛି। ତାମିଲ, ତେଲୁଗୁ ଏବଂ ମାଲାୟଲମ ଭାଷାରେ ଏହି ଫିଲ୍ମର ନାଁ ‘ଚନ୍ଦ୍ର’ ରହିଛି। ତେବେ ଏହି ଫିଲ୍ମଟି ଭୂତ, ପ୍ରେତଙ୍କ କାହାଣୀ ଉପରେ ଆଧାରିତ ହୋଇଛି। ପ୍ରଥମ ଥର ପାଇଁ ଏପରି ଏକ ଫିଲ୍ମ ଓଲିଉଡ ଇଣ୍ଡଷ୍ଟ୍ରୀରେ ହୋଇଥିବାରୁ ବେଶ୍ ଚର୍ଚ୍ଚାରେ ରହିଛି। ଫିଲ୍ମର ଟିଜରକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ମିଳିଛି।

ଚନ୍ଦ୍ରମା ଫିଲ୍ମରେ ଓଲିଉଡର ବହୁ ଜଣାଶୁଣା କଳାକାର ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ଦେବାଶିଷ ପାତ୍ର, ଭୂମିକା ଦାସ, ପ୍ରିୟା ଚୌଧୁରୀ ପ୍ରମୁଖ ଅଭିନୟ କରୁଥିବାର ନଜର ଆସିଛନ୍ତି। ତେବେ ଏହି ଫିଲ୍ମର କାହାଣୀ ଶିବ ଲେଖିଥିବା ବେଳେ ସନ୍ଦୀପ ପଣ୍ଡା କଣ୍ଠଦାନ କରିଛନ୍ତି। ଲଞ୍ଜଫ୍ଲିକ୍ସ ଏଣ୍ଟରଟେନମେଣ୍ଟ ଏହାର ପ୍ରଯୋଜନା କରିଛି।

ପପୁଲାର ସୋସିଆଲ ମିଡ଼ିଆ ୟୁଜର ‘ଭାଇରାଲ ଭାୟାନି’ ଏହି ଫିଲ୍ମର ଟିଜରକୁ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ଆଶା କରାଯାଉଛି ଯେ, ଫିଲ୍ମ ଦମନ ଭଳି ଚନ୍ଦ୍ରମା ମଧ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ, ଏବଂ ବକ୍ସ ଅଫିସରେ ଏହା ଭଲ ଆୟ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.