ଓସ୍କାର ରେସ୍‌ରେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଚଳଚ୍ଚିତ୍ର ‘କାଲିର ଅତୀତ’

ଭୁବନେଶ୍ବର: ଓସ୍କାର ରେସ୍‌ରେ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ । ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ଫିଲ୍ମ କାଲିର ଅତୀତ ସମ୍ମାନଜନକ ଓସ୍କାର ଆୱାର୍ଡ ଦୌଡ଼ରେ ରହିଛି । ଫିଲ୍ମ ‘କାଲିର ଅତୀତ’ ଜେନେରାଲ କାଟାଗୋରୀର ୪ଟି ଭାଗରେ ସ୍ଥାନ ପାଇଛି ।

ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବର୍ଗରେ ମନୋନୀତ କରାଯାଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଓସ୍କାର ସ୍କ୍ରିନିଂ କରାଯିବ । କେନ୍ଦ୍ରାପଡ଼ାର ସାତଭାୟାର ୭ଟି ଗାଁର ସତ୍ୟ କଥା ଉପରେ ଆଧାରିତ ଏହି ଫିଲ୍ମ ଏବେ ଓସ୍କାର ରେସ୍‌ରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.