ଓଡ଼ିଆ ଝିଅ ଲାବଣ୍ୟା ଦାଶ ହେଲେ ମିଶ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାସନାଲ-୨୦୧୯ ଟାଇଟଲର ବିଜେତା

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଆ ଝିଅ ଲାବଣ୍ୟା ଦାଶ, ମିଶ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାସନାଲ-୨୦୧୯ର ଟାଇଟଲ ବିଜେତା ହୋଇଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସେ ୪୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ସଫଳତା ପାଇଥିଲେ। ଭୁବନେଶ୍ୱର ୟନିଟ୍‌-୮ ଡିଏଭି ସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ ଲାବଣ୍ୟା। ଫାଇନାଲରେ ସେ ଏକମାତ୍ର ଓଡ଼ିଆ ଝିଅ ଥିଲେ । ପୂର୍ବରୁ ସେ ୨୦୧୮ରେ ମାଲେସିଆରେ ଅନୁଷ୍ଠିତ ମିସ୍‌ ଟୁରିଜିମ୍‌ ଆମ୍ବାସଡର ୟୁନିଭର୍ସ ଟିନ୍‌ ଟାଇଟଲ ଜିତିଥିଲେ । ବର୍ତ୍ତମାନ ତାଙ୍କର ସଫଳତା ପରେ ତାଙ୍କୁ ଭେଟିଥିଲେ ଆମ୍‌ ଦିଲ୍ଲୀ ବ୍ୟୁରୋ ଚିଫ୍‌ ଆଶୁତୋଷ ରାଉତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.