ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲି ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ

ରଜ କୁଇନରୁ ଆରମ୍ଭ କରି ପପୁଲାର ମେଗା ଧାରାବାହିକ ଓ ବହୁ ଆଲବମରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିବା ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରିଲ ଲାଇଫରୁ ବାହାରି ରିଏଲ ଲାଇଫରେ ଛନ୍ଦି ହୋଇ ରଞ୍ଜିତା ସଂସାର ବନ୍ଧନରେ ବାନ୍ଧି ହୋଇଛନ୍ତି ।

ବାସୁଦେବପୁର(କେନ୍ୟୁଜ୍): ବର୍ତ୍ତମାନ ବଲିଉଡ଼, ଓଲିଉଡ ସବୁଠି ଚାଲିଛି ବିବାହ ସିଜିନ୍। ଯେଉଁମାନେ ସବୁ ବାହାହେବାକୁ ନିଷ୍ପତି ନେଇଥିଲେ ପ୍ରାୟ ସମସ୍ତଙ୍କ ବାହାଘର ହେଉଛି। ତେଣୁ ବର୍ତ୍ତମାନ ବିଭିନ୍ନ କଳାକାରମାନେ ଜଣଙ୍କ ପରେ ଜଣେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି।

ତେବେ ଏହାରି ଭିତରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟେଲି ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ। ରଜ କୁଇନରୁ ଆରମ୍ଭ କରି ପପୁଲାର ମେଗା ଧାରାବାହିକ  ଓ ବହୁ ଆଲବମରେ ମୁଖ୍ୟ ନାୟିକା ଭାବେ ସେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଛନ୍ତି। ରଞ୍ଜିତା ପାଣିଗ୍ରାହୀ ଗତକାଲି କାଲି ଜୀବନର ଆଉ ଏକ ଇନିଂସ ଆରମ୍ଭ କରିଛନ୍ତି। ରିଲ ଲାଇଫରୁ ବାହାରି ରିଏଲ ଲାଇଫରେ ବିବାହ ବନ୍ଧନରେ ଛନ୍ଦି ହୋଇ ସଂସାର ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଭଦ୍ରକ ଜିଲ୍ଲା ବେତଡା ମଧୁନ୍ଦନପୁର ଗ୍ରାମର ବସନ୍ତ ପାଣିଗ୍ରାହୀ ଓ ସୁଲୋଚନା ପାଣିଗ୍ରାହୀଙ୍କ କନ୍ୟା ରଞ୍ଜିତା ନିଜ ମନ ପସନ୍ଦର ନାୟକ ଭଦ୍ରକ ବାରିକପୁର ଡିହସାହି ଗ୍ରାମର ବାବୁନ୍ କୁମାରଙ୍କୁ ନିଜର ଜୀବନ ସାଥି ଭାବେ ବାଛି ନେଇଛନ୍ତି । ରାଜ କୁମାର ବାବୁନ୍ କୁମାର ଜଣେ ଜଣାଶୁଣା ସିନେମା ପ୍ରଯୋଜକ ଏବଂ ଅଲଓଡିଶା ଇଭେଣ୍ଟ ମେନେଜମେଣ୍ଟର ସଂପାଦକ ଅଛନ୍ତି । ରଞ୍ଜିତା ଏକ ଜଣାଶୁଣା ମେଗା ଧାରାବାହିକରେ ତନୁଜା ଖୁଡି ଭାବେ ବେଶ ପରିଚିତ ଥିବା ବେଳେ ସେ ବହୁ ସିରିଏଲ ସମେତ ବହୁ ଆଲବମରେ ଅଭିନୟ କରିଛନ୍ତି ।

actress marriage

ସିନେମା ଜଗତରେ ତାଙ୍କ ଭାବି ସ୍ୱାମୀ ପ୍ରୋଯଜକ ଭାବେ କାର୍ଯ୍ୟ କରୁଥିବାରୁ ସେ ଆଗାମୀ ଦିନରେ ସେ ସିନେମା ଜଗତରେ ଖୁବ୍ ଶିଘ୍ର ପାଦ ଥାପିବେ ବୋଲି  କହିଛନ୍ତି ରଞ୍ଜିତା ପାଣିଗ୍ରହୀ । ଯେଉଁଭଳି ଭାବେ ରିଲ ଲାଇଫରେ ନିଜ ପରିବାର ପ୍ରତି ଯତ୍ନବାନ ରୁହନ୍ତି ସେହିଭଳି ରିଏଲ ଲାଇଫରେ ନିଜ ପରିବାରର ଯତ୍ନ ନେବେ ବୋଲି ସେ କହିଛନ୍ତି ।

 

 

Leave A Reply

Your email address will not be published.