ବୋରଦା ଗାଁରୁ ବଲିଉଡ୍: ଏବେ ଏଇ ନିପଟ ମଫସଲର ପୁଅ ଗୋଲ୍ଡ ମେଡାଲିଷ୍ଟ

ଇଚ୍ଛା ଶକ୍ତି ଆଗରେ ସବୁ ବାଧା ପ୍ରତିରୋଧକ ହାର୍ ମାନିଥାଏ। କେବଳ ସହରର ପିଲା କିମ୍ବା ଉଚ୍ଚ ଶିକ୍ଷିତମାନେ ଯେ ଆଗକୁ ଯାଇ ପାରିବେ ତାହା ଭାବିବା ଭୁଲ୍। ଯାହାକୁ ଜଣେ ନିପଟ ମଫସଲର ପୁଅ ସମ୍ଭବ କରି ଦେଖାଇଛନ୍ତି। ସୋରଡା ବ୍ଲକ ବୋରଦା ଗ୍ରାମର ଚନ୍ଦୁ ନାୟକ । ଏହି ଗାଁଟି ପୁରା ମଫସଲ କହିଲେ ଅତୁକ୍ତି ହେବ ନାହିଁ। ଗରିବ ହେଲେ ମଧ୍ୟ ଆଜି ଚନ୍ଦୁ ମୁମ୍ବାଇ ସହରରେ ରହି ହୋଟେଲରେ କାମ କରି ବଡିବିଲଡରେ ସ୍ବର୍ଣ୍ଣ ପଦକ ପାଇଛନ୍ତି ।

ସୋରଡା(କେନ୍ୟୁଜ୍):  ଇଚ୍ଛା ଶକ୍ତି ଆଗରେ ସବୁ ବାଧା ପ୍ରତିରୋଧକ ହାର୍ ମାନିଥାଏ। କେବଳ ସହରର ପିଲା କିମ୍ବା ଉଚ୍ଚ ଶିକ୍ଷିତମାନେ ଯେ ଆଗକୁ ଯାଇ ପାରିବେ ତାହା ଭାବିବା ଭୁଲ୍। ଯାହାକୁ ଜଣେ ନିପଟ ମଫସଲର ପୁଅ ସମ୍ଭବ କରି ଦେଖାଇଛନ୍ତି। ସୋରଡା ବ୍ଲକ ବୋରଦା ଗ୍ରାମର ଚନ୍ଦୁ ନାୟକ । ଏହି ଗାଁଟି ପୁରା ମଫସଲ କହିଲେ ଅତୁକ୍ତି ହେବ ନାହିଁ। ଗରିବ ହେଲେ ମଧ୍ୟ ଆଜି ଚନ୍ଦୁ ମୁମ୍ବାଇ ସହରରେ ରହି ହୋଟେଲରେ କାମ କରି ବଡିବିଲଡରେ ସ୍ବର୍ଣ୍ଣ ପଦକ ପାଇଛନ୍ତି ।

ବୋରଦା ଗ୍ରାମରେ କୈଳାଶ ନାୟକ ଓ ସ୍ତ୍ରୀ ରୁନୁ ନାୟକ ଦୁଇ ପୁଅ ଓ ତିନି ଝିଅ। କୈଳାଶ ଜଣେ ଦିନ ମଜୁରିଆ। ନିଜର କିଛି ଜମିରେ ଚାଷ କାମ କରି ସେ ପରିବାର ଚଳାନ୍ତି। ବଡ କଷ୍ଟରେ କିଛି ବିକା ବିକି କରି ବଡ ଝିଅକୁ ବାହା କରିଦେଲେ । ଘରର ଅବସ୍ଥା କହିଲେ ନ ସରେ। ଘର ଭିତରକୁ ଗଲେ ମୁଣ୍ଡରେ ଚାଳ ଲାଗେ। ଘରର ଛପର ପକାଇବା ପାଇ ଅର୍ଥ ଅଭାବ । ଚିରା ପାଲ ତଳେ ଜୀବନ କଟୁଛି ।

ତେବେ ବଡ ପୁଅ ଚନ୍ଦୁ ନାୟକଙ୍କର ପିଲାଟିବେଳୁ କଳାକାରଟିଏ ହେବା ପାଇଁ ବହୁତ ଇଚ୍ଛା। କିନ୍ତୁ ଅର୍ଥ ଅଭାବ ଯୋଗୁ ସେ ଆଗକୁ ଯାଇପାରୁ ନ ଥିଲେ । ଅଷ୍ଟମ ପାସ କରିବା ପରେ ଚନ୍ଦୁ ଫିଲ୍ମରେ ରୋଲ କରିବା ପାଇଁ ଭୁବନେଶ୍ବର ଯାଇଥିଲେ। କିନ୍ତୁ ବୟସ ହୋଇନଥିବାରୁ ସେ ଫେରି ଆସିଥିଲେ। ପୁଣି ଅଠର ବର୍ଷ ପରେ ଘରୁ କିଛି ଟଙ୍କା ଚୋରି କରି ଆକ୍ଟର ହେବା ପାଇ ପୁଣି ଭୁବନେଶ୍ଵର ଯାଇଥିଲେ କିନ୍ତୁ ସେଠାରେ ତାଙ୍କୁ ଲାଞ୍ଛନା ମିଳିଲା । ଶିକ୍ଷା ଓ ଟଙ୍କା ଦରକାର ବୋଲି ଚନ୍ଦୁ ଙ୍କୁ କୁହାଗଲା । ଗରିବ ଘରର ପିଲା ମୋତେ ସିଖାଅ ବୋଲି କହି ବହୁ କାକୁତି ମିନତୀ ହୋଇଥିଲେ ଚନ୍ଦୁ। କିନ୍ତୁ ଟଙ୍କା ନ ଥିବା ଯୋଗୁ ବିତାଡିତ କରାଗଲା ତାଙ୍କୁ । ସେ ନିରାଶ ହୋଇ ଷ୍ଟେସନରେ କିଛିଦିନ ରହି କେରଳ ଚାଲିଗଲେ ।

hotel

ସେଠାରେ ହୋଟେଲରେ କାମ କରି ନିଜ ବଡିର ଫଟୋ ପୋଷ୍ଟ କଲେ । ସେହି ଫଟୋକୁ ଦେଖି ମୁମ୍ବାଇର ଅଭିଷେକ ଜୋଶୀ ତାଙ୍କ ରିଏଲିଟି ସୋକୁ ଡକାଇଲେ ଏବଂ ରାଧାକୃଷ୍ଣ ସିରିଏଲରେ ଚନ୍ଦୁ କାମ ପାଇଲେ। ଏହା ପରେ ନିଜ ଦେହର ଫିଟନେସ ଦେଖି ରୋହିତ ଖଣ୍ଡୁଆଲଙ୍କ ବଡିବିଲଡର ସୋ ରେ ଭାଗ ନେଇ ସ୍ବର୍ଣ୍ଣ ପଦକ ହାସଲ କଲେ। ତାହା ପର ଠାରୁ ସେ ଆଗକୁ ବଢି ଚାଲିଛନ୍ତି। ବହୁ ମୁଭିରେ ବର୍ତମାନ କାମ କଲେଣି । ଯେଉଁ ଓଡିଶାର ଇଣ୍ଡଷ୍ଟ୍ରି ଅନାଦାର କରିଥିଲା ବାହାର ଇଣ୍ଡଷ୍ଟ୍ରି
କିନ୍ତୁ ତାଙ୍କୁ ପ୍ରାଧାନ୍ଯ ଦେଲା। ହେଲେ ଘରେ କିନ୍ତୁ ଚନ୍ଦୁଙ୍କ ବାପା ମା ଭାଇ ଭଉଣୀ ବଡ ଦୁଖ କଷ୍ଟରେ ରହୁଛନ୍ତି ।

ପାଠ ନ ପଢି ମଧ୍ୟ ମଫସଲ ଗ୍ରାମରୁ ଯାଇ ବଡ ଇଣ୍ଡଷ୍ଟ୍ରି ରେ ନା କମେଇଲେଣି ଚନ୍ଦୁ ନାୟକ । ଦିନେ ନା ଦିନେ ଅଞ୍ଚଳର ସୁନାମ ଆଣିବେ । ପୁଅ ଅଭିନୟ କରୁଥିଲେ ମଧ୍ୟ ପରିବାରର ଅବସ୍ଥା କହିଲେ ନ ସରେ। କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଗରିବୀ। ଆଗକୁ ବଢିବାକୁ ବାଟ ବି ପାଇଛନ୍ତି । ହେଲେ ଅର୍ଥଭାବ ଯୋଗୁଁ ଲକ୍ଷସ୍ଥଳରେ ପହଁଚିବା କଷ୍ଟ ହେଉଛି। ତେଣୁ ପ୍ରଶାସନଙ୍କୁ ଗୁହାରି କରିଛନ୍ତି ପରିବାର, ଚନ୍ଦୁଙ୍କୁ କିପରି ସାହାଯ୍ଯ କଲେ ସେ ଆହୁରୀ ଆଗକୁ ବଢିପାରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.