Categories: ମନୋରଂଜନ

KBCରେ ୨୫ ଲକ୍ଷ ଜିତିଲେ ଓଡ଼ିଆ ଯୁବକ ରବି କୁମାର

ଲୋକପ୍ରିୟ ରିୟଲିଟି ସୋ କୌନ ବନେଗା କରୋଡପତିରେ ୨୫ ଲକ୍ଷ ଟଙ୍କା ଜିତିଛନ୍ତି ଓଡିଆ ଯୁବକ ନମ୍ବଲା ରବି କୁମାର । କୋରପୁଟ ଜିଲ୍ଲା ଦାମନଯୋଡିର ନାଲକୋରେ ଟେକ୍ନିସିଆନ ଭାବେ କାମ କରନ୍ତି  ୪୭ ବର୍ଷୀୟ ରବି ।  ୨୦୦୦ ମସିହାରୁ କୌନ ବନେଗା କରୋଡପତି ପାଇଁ ପ୍ରସ୍ତୁତି ଚଲାଇଥିଲେ ରବି କୁମାର। ଆଉ ୭ ବର୍ଷ ହେବ ଅଡିସନ୍ ପାଇଁ ଚେଷ୍ଟା କରୁଥିଲେ । ଆଉ ଶେଷରେ ୭ ବର୍ଷ ପରେ ତାଙ୍କୁ ମିଳିଛି ଏହି ସଫଳତା ।

ଗତ ଗୁରୁବାର ପ୍ରସାରିତ ହୋଇଥିଲା ଏହି ଏପିସୋଡ । ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟରେ ବସି ବଚ୍ଚନଙ୍କ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଚାଲିଥିଲେ ଏନ୍ ରବି କୁମାର । ଆଉ ଶେଷରେ ଜିତିଥିଲେ ୨୫ ଲକ୍ଷ ଟଙ୍କା । ତେବେ କାର‌୍ୟ୍ୟକ୍ରମରେ ଉପସ୍ଥିତ ରହି ପତ୍ନୀ ଏନ. ରେଣୁକା ତାଙ୍କ ଉତ୍ସାହ ବଢାଇଥିଲେ । ତେବେ ରବି କୁମାରଙ୍କ ଏହି ସଫଳତା ପରେ ଚାରିଆଡୁ ଶୁଭେଛାର ସୁଅ ଛୁଟୁଛି ।

ତେବେ ଏହି ସୋ ରୁ ସେ ୭ କୋଟି ଟଙ୍କା ଜିତିବା ପାଇଁ ଆଶା ରଖିଥିଲେ । ଏବଂ ଏହି ଟଙ୍କାରେ ବିଗ୍ ବିଙ୍କ ଜୀବନୀକୁ ନେଇ କରିଥାନ୍ତେ ବାୟୋପିକ୍ । ଯେଉଁଥିରେ ଅମିତାଭଙ୍କ ଚରିତ୍ରରେ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିଥାନ୍ତେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ରବି କୁମାର ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

5 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

13 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

19 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

27 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

30 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

37 mins ago