Indian Idol ଅଡିସନରେ ଓଡ଼ିଆ ପ୍ରତିଭାଙ୍କ ଜୟଯାତ୍ରା : ନିଜ ରେଶମୀ ଭଏସର ଯାଦୁରେ ବିଚାରପତିଙ୍କ ହୃଦୟ ଜିତିଲେ ବିଶ୍ବଜିତ୍ ମହାପାତ୍ର

ଜାତୀୟ ମଂଚରେ ଓଡିଆ ପ୍ରତିଭାଙ୍କ ଜୟଯାତ୍ରା ଅନେକ ଦେଖିବାକୁ ମିଳିଛି । ଜାତୀୟ ସ୍ତରରେ ନିଜ ପ୍ରତିଭା ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି  ଏକାଧିକ ଓଡିଆ । କୌଣସି ସଙ୍ଗୀତ ପ୍ରତିଯୋଗୀତାର ମଂଚ ହେଉ କି ଡ୍ୟାନ୍ସ ରିୟଲିଟି ସୋ । ଅନେକ ପ୍ରତିଭାଙ୍କ ପାଇଁ ଜାତୀୟ ସ୍ତରରେ ଗର୍ବିତ ହୋଇଛି ଓଡ଼ିଆ ।  ଓଡିଆ ପ୍ରତିଭାଙ୍କ ଏହି ତାଲିକାରେ ଯୋଡା ହୋଇଛି ଆଉ ଏକ ନାମ । ସେ ହେଲେ ବିଶ୍ବଜିତ୍ ମହାପାତ୍ର ।

ଲୋକପ୍ରିୟ ରିୟଲିଟି ସୋ ଇଣ୍ଡିଆନ୍ ଆଇଡଲର ଚଳିତ ବର୍ଷ ସିଜିନରେ ଦେଖିବାକୁ ମିଳିଛି ବିଶ୍ବଜିତଙ୍କ ପ୍ରତିଭା ।  ଅଡିସନର ପ୍ରଥମ ରାଉଣ୍ଡରେ ‘ବଡିଗାଡ୍’ ଫିଲ୍ମର ‘I love you’ ଗୀତ ପରିବେଷଣ କରିଥିଲେ ବିଶ୍ବଜିତ୍ । ତେବେ ନିଜ ରେଶମୀ ଭଏସର ଯାଦୁରେ ବିଚାରପତି ଅନୁ ମଲ୍ଲିକ୍ , ନେହା କକର୍ ଏବଂ ଭିସାଲ୍ ଡାଡଲାନିଙ୍କ ହୃଦୟ ଜିତି ପାରିଛନ୍ତି ବିଶ୍ବଜିତ୍ ।

ଏହା ପୂର୍ବରୁ ବିଶ୍ବଜିତ୍ ମହାପାତ୍ର ୨୦୧୬ମସିହାର Indian Idol ମଂଚରେ ’ପୁଚୁକି ଗାଲି’ ଗୀତ ଗାଇ ଧମାଲ ମଚାଇ ଥିଲେ । ଏବଂ ଚୁଟକି ରେ ଜିତି ପାରିଥିଲେ ବିଚିରପତିଙ୍କ ହୃଦୟ । ଏହି ଗୀତର ତାଳେ ତାଳେ ଝୁମିଥିଲେ ମଂଚକୁ ନିମନ୍ତ୍ରିତ ହୋଇଥିବା ସ୍ପେସିଆଲ୍ ଅତିଥି ସୋନୁ ନିଗମ୍ ଏବଂ ଅନୁ ମଲ୍ଳିକ୍ ।

୨୬ ବର୍ଷ ବୟସରେ ୧୨ଟି ଓଲିଉଡ୍ ଫ୍ଲିମରେ ସ୍ବର ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସଷ୍ଟି କରିପାରିଛନ୍ତି । ନିଜ ମା’ଙ୍କ ଠାରୁ ସେ ହିନ୍ଦୁସ୍ଥାନି କ୍ଳାସିକାଲ୍ ଭୋକାଲ୍ ସଙ୍ଗୀତ ଶିକ୍ଷା କରିଥିଲେ । ଗୁରୁ ସନ୍ତୋଷ କୁମାର ଝା ଓ ଚିତ ରଂଜନ ପାଣୀଙ୍କ ଠାରୁ ମଧ୍ୟ ସଙ୍ଗିତ ଶିକ୍ଷା ଲାଭକରି କୋଲକତାର ସାରମୀ ଚକ୍ରବତୀଙ୍କ ଠାରୁ ଓ୍ଯଷ୍ଟେନ୍ ମ୍ଯୁଜିକ୍ ଶିଖିଥିଲେ ।

Leave A Reply

Your email address will not be published.