ବଲିଉଡ୍‌ ଭଳି ଟେଲିଭିଜନ୍‌ ଦୁନିଆରେ ବି ଅଛନ୍ତି ‘ବଡ଼ା ଛୋଟା’ ଦମ୍ପତି

ବଲିଉଡ୍‌ ଭଳି ଛୋଟ ପରଦା ବା ଟେଲିଭିଜନ୍‌ ଦୁନିଆରେ ରେ ମଧ୍ୟ ସିରିଏଲ୍‌ ଅଭିନେତା ଅଭିନେତ୍ରୀଙ୍କ ପ୍ରେମ ଖବର ଖୁବ୍‌ ଚର୍ଚ୍ଚାରେ ଥାଏ । କାରଣ ସେମାନଙ୍କ ଚେହରା ଘରେ ଘରେ ପରିଚିତ । ସେମାନଙ୍କ ଚରିତ୍ରକୁ ଲୋକ ନିଜ ଭିତରେ ଖୋଜି ନିଅନ୍ତି । ତେବେ ବଲିଉଡ୍‌ ଭଳି ଏଠିବି କିଛି ଅଭିନେତା ଓ ଅଭିନେତ୍ରୀ ନିଜ ଠାରୁ ବୟସରେ ବହୁତ ବଡ଼ଙ୍କୁ ବାହା ହୋଇଛନ୍ତି । ଆସନ୍ତୁ ନଜର ପକାଇବା ସେହିଭଳି କିଛି ଯୋଡ଼ି ଉପରେ ।

BHARATI-3ଲେଡି କମେଡ଼ିଆନ୍‌ ତଥା ମୋଟି କମେଡ଼ିଆନ୍‌ ଭାବେ ସମସ୍ତଙ୍କ ଶ୍ରଦ୍ଧା ପାଉଥିବା ଭାରତୀ ସିଂହ ୨୦୧୭ରେ ହର୍ଷ ଲିମ୍ବାଚିୟାଙ୍କୁ ବିବାହ କରିଥିଲେ । ବେଶ୍‌ କିଛି ବର୍ଷ ସେମାନଙ୍କ ପ୍ରେମ ଚାଲିବା ପରେ ବାହାଘର ହୋଇଥିଲା । ତେବେ ଅଧିକାଂଶ ଫ୍ୟାନ୍‌ ଜାଣି ନଥିବେ ଯେ ଭାରତୀ ତାଙ୍କ ସ୍ୱାମୀଙ୍କ ଠାରୁ ବୟସରେ ୮ ବର୍ଷ ବଡ଼ ।

KISWAR-1ସେହିଭଳି ଅଭିନେତ୍ରୀ ତଥା ବିଗ୍‌ବସ୍‌ ପ୍ରତିଯୋଗୀ କିଶ୍ୱର ମର୍ଚ୍ଚାଣ୍ଟ ଅଭିନେତା ସୁୟଶ ରାୟଙ୍କୁ ୨୦୧୬ରେ ବାହା ହୋଇଥିଲେ । କିଛି ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଅବଶ୍ୟ କିଶ୍ୱର ପୂର୍ବରୁ ବିବାହିତ ଥିଲେ ଓ ତାଙ୍କ ସ୍ୱାମୀକୁ ଛାଡ଼ିପତ୍ର ଦେଇଥିଲେ । ତେବେ ସୂଚନା ଅନୁଯାୟୀ କିଶ୍ୱର ବୟସରେ ସୁୟଶଙ୍କ ଠାରୁ ୮ ବର୍ଷ ବଡ଼ ।

KARANVIR-3
ଟେଲିଭିଜନ୍‌ ଦୁନିଆଁର ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି କରଣବୀର । ସେ ତାଙ୍କ ଠାରୁ ଦୁଇ ବର୍ଷ ବଡ଼ ଟିଜେ ସିଦ୍ଧୁଙ୍କ ବିବାହ କରିଛନ୍ତି । ସେମାନଙ୍କର ଯାଆଁଳା ଝିଅ ଅଛନ୍ତି ।

MOHIT AND SANAYA-5ଆଉ ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ସନାୟା ଇରାନୀ । ନିଜ ଠାରୁ ୨ ବର୍ଷ ସାନ ମୋହିତ ସେହଗଲଙ୍କୁ ବିବାହ କରିଛନ୍ତି । କିଛି ବର୍ଷର ପ୍ରେମ ପରେ ଏହି ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
ତେବେ ବୟସରେ ତାରତମ୍ୟ ସତ୍ତ୍ୱେ ଏହି ଯୋଡ଼ି ବେଶ୍‌ ଖୁସିରେ ଦାମ୍ପତ୍ୟ ଜୀବନ ନିର୍ବାହ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.