ଆଲବମ୍ କୁଇନ୍ ଦୀପା ଏଥର ସତସତିକା ଚାଲି ଯାଇଛନ୍ତି ଆରପାରିକୁ। ପୂର୍ବରୁ ସେ ସୁସ୍ଥ ଥିଲା ବେଳେ ଥରେ ତାଙ୍କ ନାଁରେ ହଠାତ୍ ଗୁଜବ ଉଠିଥିଲା। ଦୀପାଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସାରା ପ୍ରଚାର ହୋଇଗଲା। ଫ୍ୟାନ୍ରେ ବେକ କଟି ସେ ମୃତ୍ୟୁବରଣ କରିଥିବା କୁହାଗଲା। ସେତେବେଳେ ଦୀପା ହାଇଦ୍ରାବାଦରେ ଧାରାବାହିକର ସୁଟିଂ କରୁଥିଲେ। ଘର ଲୋକେ ତାଙ୍କୁ ଫୋନ୍ କରି ପଚାରିଲେ ତୁ ଠି୍ ଅଛୁ ତ ? ଦୀପ ଆଶ୍ଚର୍ଯ୍ୟ ହୋଇଗଲେ । ଓଲଟା ପଚାରିଲେ କଣ ହେଲାକି ? ପରେ ଜାଣିଲେ ଯେ ତାଙ୍କ ନାଁରେ ଏକ ଗୁଜବ ପ୍ରଚାର ହୋଇଛି ବୋଲି । ତା ପରେ ଘର ଲୋକଙ୍କୁ ଆଶ୍ୱାସନା ଦେଇ ସେ ଭଲ ଅଛନ୍ତି ତାଙ୍କର କିଛି ହୋଇନାହିଁ ବୋଲି କହିଲେ ।

ଏହି ଘଟଣାର କିଛି ଦିନ ପରେ ସେ ଓଡ଼ିଶା ଫେରି ଜାଣିଲେ ଯେ ତାଙ୍କ ମୃତ୍ୟୁ ଖବର ଖାଲି ପ୍ରଚାରିତ ହୋଇନଥିଲା ତାଙ୍କର ଅନେକ ଫ୍ୟାନ୍ ଶୋକସଭା ବି କରି ସାରିଥିଲେ ।