ଓଲିଉଡରେ ନାଗ-ନାଗୁଣୀ କାହାଣୀ : ଚଳଚ୍ଚିତ୍ର ‘ତୁ ମୋ ସୁନାଚଢ଼େଇ’ର ହେଲା ମହୂରତ

ଭୁବନେଶ୍ବର : ଓଲିଉଡରେ ନିକଟରେ ଏକ ଭିନ୍ନ ସ୍ବାଦର କାହାଣୀ ଥିବା ଚଳଚ୍ଚିତ୍ରର ମୁହୁରତ ହୋଇଛି। ଏକ ନାଗ-ନାଗୁଣୀର କାହାଣୀ ଉପରେ ଆଧାରିତ ତୁମୋ ସୁନା ଚଢ଼େଇରେ ମୁଖ୍ୟ ଚରିତ୍ରରେ ନଜର ଆସିବା ପାଇଁ ଯାଉଛନ୍ତି ଜ୍ୟୋତି,ଏଲସା ଏବଂ ଶ୍ରୀୟା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ବରେ ଏସ.ଦିଲିପ୍ ପଣ୍ଡା ଏବଂ ସଂଙ୍ଗୀତ ସମ୍ପାଦନା କରିଛନ୍ତି ବ୍ୟଦନାଥ ଦାଶ ।

ଚଳଚ୍ଚିତ୍ରର କାହାଣୀ ଅନୁଯାୟୀ , ନାଗ-ନାଗୁଣୀ ଉପରେ ପୂର୍ବରୁ ମଧ୍ୟ ଚଳଚ୍ଚିତ୍ର ଆସିଥିଲେ ଏହି ଚଳଚ୍ଚିତ୍ରରେ ଆପଣଙ୍କ ସର୍ପ ଉପରେ ଆଧାରିତ ଏକ ଭିନ୍ନ ସ୍ବାଦର କାହାଣୀ ଦେଖିବାକୁ ମିଳିବ । ଚଳଚ୍ଚିତ୍ରର ସୁଟିଂ ବର୍ତ୍ତମାନ ଆରମ୍ଭ ହୋଇ ସାରିଥିବା ବେଳେ ଏଥିରେ ସଂଙ୍ଗୀତକୁ ପ୍ରାଧାନ୍ୟ ଦିଆ ଯିବାର ସୂଚନା ରହିଛି। ଏଥିରେ ମୋଟ ୭ଟି ଗୀତ ରହିଥିବା ବେଳେ ୩ଟି ଗୀତର ସୁଂଟି ଓଡ଼ିଶା ବାହାରେ ହେବାକୁ ଥିବାର ସୂଚନା ମିଳିଛି।ତେବେ ଦର୍ଶକଙ୍କ ମନରେ ଚଳଚ୍ଚିତ୍ରଟିକୁ ନେଇ ଆଗ୍ରହ ଭରିଯାଇଛି।

You might also like