ବାହା ହେଲେ ଓଲିଉଡ୍ ନାୟକ ଜ୍ୟୋତି ରଞ୍ଜନ, ପତ୍ନୀ ବନିଲେ ସିମରନ୍

ଭୁବନେଶ୍ବର : ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଚୁପଚାପ୍ ବାହା ହୋଇଗଲେ ଓଲିଉଡ୍ ହିରୋ ଜ୍ୟୋତି ରଞ୍ଜନ ନାୟକ । ସେ ଟେଲିଭିଜନ୍ ଅଭିନେତ୍ରୀ ସିମରନ ମହାରଣାଙ୍କୁ ସାତ ଜନ୍ମର ସାଥି କରିଛନ୍ତି । ଜ୍ୟୋତି ଓ ସିମରନ୍ ପରସ୍ପରକୁ ଭଲ ପାଉଥିଲେ ।

୨୦୧୬ ମସିହାରେ ଓଡ଼ିଆ ଫିଲ୍ମ ଜଗତରେ ପ୍ରବେଶ କରିଥିବା ଜ୍ୟୋତି ଦେଲେ ଧରା କଥା ସରେ, ତୁ ମୋ ହିରୋ, ଦିଲକା ରାଜା, ନିଝୁମ ରାତିର ସାଥୀ, ମିଠା ମିଠା, ହାପି ଲକୀ, ଓଲେ ଓଲେ ଦିଲ୍ ବୋଲେ, ସାଥୀ ତୁ ଫେରିଆ, ପ୍ୟାର ଅଲଗା ପ୍ରକାର ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଆହୁରି ମଧ୍ୟ ପ୍ରେମରେ ରଖିଛି ଶହେରୁ ହେ, ସୁପର ବୟ, ଅଳ୍ପ ଦିନର ଗଳ୍ପ, ତୁ ଭାରି ବିୟୁଟିଫୁଲ, ବିଭ୍ରାନ୍ତ ଭଳି ଫିଲ୍ମରେ ନାୟକ ସାଜିଛନ୍ତି ଜ୍ୟୋତି ।