କଟକ : ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ୍ ହିରୋ ସମ୍ବିତ। କଟକର ଝିଅ ସାୟୋନାଙ୍କ ହାତ ଧରିଛନ୍ତି ଏହି ହାଣ୍ଡସମ୍ ହିରୋ । ଦୀର୍ଘ ୬ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ସମ୍ବିତ୍ ନିଜ ପ୍ରେମିକାଙ୍କୁ ଜୀବନ ସାଥୀ ଭାବେ ପାଇଛନ୍ତି । ସମ୍ବିତଙ୍କ ବରଯାତ୍ରୀରେ ବହୁ ନାମୀଦାମୀ କଳାକାର ଓ ତାଙ୍କ ବନ୍ଧୁ, ବାନ୍ଧବୀମାନଙ୍କୁ ବିଭିନ୍ନ ଗୀତର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଥିଲା ।