ବିବାହ କରିବେ ତପୁ ମିଶ୍ର , ଜାଣନ୍ତୁ କାହା ହାତ ଧରି ଶାଶୁଘର ଚାଲିଯିବେ ଲୋକପ୍ରିୟ ଗାୟିକା

ଶାଶୁ ଘର ଚାଲିଯିବେ ତପୁ ମିଶ୍ର । ଆଜ୍ଞା ହଁ ସୁପରହିଟ୍ ଫିଲ୍ମ ଶାଶୁ ଘର ଚାଲିଯିବିର ଲୋକପ୍ରିୟ ଗୀତ ମଥାରେ ଓଢଣା ଦେବି ଶାଶୁ ଘର ଚାଲି ଯିବି ଗୀତର ଗାୟିକା ତପୁ ମିଶ୍ର କରିବେ ବିବାହ । ଶେଷ ହୋଇଛି ନିର୍ବନ୍ଧ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା କାହାକୁ ନିଜର ଜୀବନସାଥୀ କରିବେ ତପୁ ମିଶ୍ର । ଅନେକ ବିଜ୍ଞାପନ, ଧାରାବାହିକ ତଥା ସମ୍ବଲପୁରୀ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିବା ଦୀପକ ପୂଜାହାରୀଙ୍କୁ ବିବାହ କରିବେ ତପୁ ମିଶ୍ର ।

ତେବେ ନଭେମ୍ବର ମାସରେ ତପୁଙ୍କ ନିର୍ବନ୍ଧ ସରିଥିବା ବେଳେ ଆଜି ଏହାକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହା ସହ ନିଜ ପ୍ରଶଂସକଙ୍କ ଶୁଭେଚ୍ଛା କାମନା କରିଛନ୍ତି । ମିଳିଥିବା ସୂଚନା ମୂତାବକ ଡିସେମ୍ବର ୧୨ ରେ ଭୁବନେଶ୍ବରର ଏକ ହୋଟେଲରେ କରିବେ ବିବାହ ।

ଆ ମାନେ ଆନନ୍ଦପୁର ଗୀତରେ ରାତାରାତି ଷ୍ଟାର୍ ପାଲଟିଥିବା ତପୁ ମିଶ୍ର ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ହିଟ୍ ଗୀତ । ଯେଉଁଥିରେ ଲେଖିଛି ନାଁ ତୋର, ଦିଲ୍ ଜାନିଆ, ମୋ ପ୍ରେମର ପ୍ରେମ ତୁ ଏବଂ ତୁ ଟିକେ ଦେଲୁ ଚାହିଁ ଆଦି ଗୀତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.