ବାପା ହେଲେ ଅଭିନେତା ଅମ୍ଳାନ, ପତ୍ନୀ ଜନ୍ମ ଦେଲେ କନ୍ୟା ରତ୍ନ

ଭୁବନେଶ୍ୱର : ଓଲିଉଡ୍‌ ହିରୋ ଅମ୍ଳାନ ବାପା ହୋଇଛନ୍ତି । ଗତ ୧୧ ତାରିଖ ଦିନ ତାଙ୍କ ପତ୍ନୀ ଭୂମି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ କନ୍ୟାକୁ ଜନ୍ମ ଦେଇଛନ୍ତି । ଏ ସମ୍ପର୍କରେ ତାଙ୍କ ପରିବାର ତରଫରୁ ସୂଚନା ଦିଆଯାଇଛି ।
ନାୟକ ଅମ୍ଳାନ ହେଉଛନ୍ତି ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ବଡ଼ ପୁଅ । ମାଓ ଝିଅ ସୁସ୍ଥ ଥିବାର ସୂଚନା ମିଳିଛି । ତେବେ ଏ ସମ୍ପର୍କରେ ଅମ୍ଳାନଙ୍କ ତରଫରୁ ସିଧାସଳଖ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.