ଜନ୍ମଦିନରେ ମଲାଇକା ଅରୋରାଙ୍କୁ ଏମିତି ଅଭିନନ୍ଦନ ଜଣାଇଲେ ବୟଫ୍ରେଣ୍ଡ୍‌ ଅର୍ଜୁନ, ସେୟାର କଲେ ରୋମାଣ୍ଟିକ୍‌ ଫଟୋ

ଆଜି ନିଜ ଜନ୍ମଦିନ ପାଳୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା। ସୋସିଆଲ ମିଡିଆରେ ଫ୍ୟାନ୍‌, ଫଲୋୟର୍ସ ଓ ବନ୍ଧୁ ବାନ୍ଧବଙ୍କ ତରଫରୁ ଆଜି ମଲାଇକାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏ ଅବସରରେ ମଲାଇକାଙ୍କ ବୟଫ୍ରେଣ୍ଡ୍‌ ଅର୍ଜୁନ କପୁର ମଧ୍ୟ ରୋମାଣ୍ଟିକ୍‌ ଫଟୋ ପୋଷ୍ଟ କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।

ଅର୍ଜୁନ ମଲାଇକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ଅବସରରେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ମଲାଇକା ଅର୍ଜୁନଙ୍କ ମୁଣ୍ଡକୁ ଗେଲ କରୁଛନ୍ତି। ଅର୍ଜୁନ କପୁର ଚେୟାର ବସିଛନ୍ତି ଓ କ୍ୟାମେରାକୁ ଦେଖି ହସୁଛନ୍ତି। ଏହି ପ୍ରେମୀ ଯୁଗଳ ଛାତ ଉପରେ ବସି ପାର୍ଟି କରୁଥିବା ଦେଖାଯାଇଛି। ଜନ୍ମଦିନର ଅଭିନନ୍ଦନ ଜଣାଇ ଅର୍ଜୁନ କପୁର ଏକ ସୁନ୍ଦର କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି। ଅର୍ଜୁନ କପୁର ଲେଖିଛନ୍ତି- ‘ଆଜି ହେଉ କି ଅନ୍ୟ ଦିନ, ମୁଁ କେବଳ ତୁମ ଓଠରେ ହସ ଆଣିବାକୁ ଚାହୁଁଛି। ଆଶା କରୁଛି ଚଳିତବର୍ଷ ତୁମେ ସବୁଠୁ ଅଧିକ ହସ’।

 

View this post on Instagram

 

A post shared by Arjun Kapoor (@arjunkapoor)

ଅର୍ଜୁନ କପୁରଙ୍କ ପୋଷ୍ଟରେ ମଲାଇକା ଅରୋରା ମଧ୍ୟ ରିପ୍ଲାଏ କରିଛନ୍ତି। ମଲାଇକା ବୟଫ୍ରେଣ୍ଡ୍‌ଙ୍କୁ ଜବାବ ଦେଇ ଲେଖିଛନ୍ତି-ଏହି ଫଟୋରେ କ୍ଲିୟର ଦିଶୁଛି ଯେ ମୁଁ ତୁମକୁ ହସାଉଛି। ଅର୍ଜୁନ କପୁର ଓ ମଲାଇକାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଅର୍ଜୁନଙ୍କର ଏହି ଫଟୋରେ ଅନେକ ସେଲିବ୍ରିଟି କମେଣ୍ଟ କରୁଛନ୍ତି। ରିୟା କପୁର, ଦିୟା ମିର୍ଜା, ତାହିରା କଶ୍ୟପ, ମନୀଷ ମାଲହୋତ୍ରା, ଅମୃତା ଆରୋରା, କରୀନା କପୁର ଖାନ୍‌, ବିପାଶା ବସୁ ମଧ୍ୟ କମେଣ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି। ଅଧିକାଂଶ ସେଲିବ୍ରିଟି ଏହି ଫଟୋରେ ହାର୍ଟ ଇମୋଜି କମେଣ୍ଟ ଦେଇଛନ୍ତି।

ଅର୍ଜୁନ କପୁରଙ୍କ ପୋଷ୍ଟରେ କରୀନା କପୁରଙ୍କ ରିଆକ୍ସନ୍‌ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। କରୀନା ଲେଖିଛନ୍ତି- ମୁଁ ଫଟୋରେ କ୍ରେଡିଟ୍‌ ଚାହୁଁଛି ଅର୍ଜୁନ କପୁର ଜୀ। କରୀନାଙ୍କ ଏହି କମେଣ୍ଟରୁ ସ୍ପଷ୍ଟ ହୋଇଛି ଯେ ଏହି ଫଟୋକୁ ସେ ଉଠାଇଛନ୍ତି, ଯେଉଁଥିପାଇଁ ସେ କ୍ରେଡିଟ୍‌ ମାଗୁଛନ୍ତି।

ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ସମ୍ପର୍କ ବେଶ୍‌ ଚର୍ଚ୍ଚାରେ ରହିଛି। ମଲାଇକା ବୟଫ୍ରେଣ୍ଡ୍‌ ଅର୍ଜୁନଙ୍କ ଠାରୁ ବୟସରେ ବେଶ୍‌ ବଡ଼। ମଲାଇକା ଓ ଅର୍ଜୁନ୍‌ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଖବର ସାମ୍ନାକୁ ଆସୁଛି। ତେବେ ଏହି ଯୋଡ଼ି କେବେ ବିବାହ ବନ୍ଧନରେ ବାନ୍ଧି ହେବେ ସେ ନେଇ ସେମାନେ ଏବେ ଯାଏଁ ମୁହଁ ଖୋଲିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.