ଶେହନାଜଙ୍କ ୨୯ ତମ ଜନ୍ମ ଦିନରେ ଭାଇ ଶେହବାଜ୍ ସେୟାର କଲେ ବିଗ୍‌ବସ୍‌-୧୩ର ଭିଡିଓ

ଆଜି ଅଭିନେତ୍ରୀ ଶେହନାଜ୍‌ ଗିଲ୍‌ ୨୯ ବର୍ଷ ବୟସରେ ପାଦ ଥାପିଛନ୍ତି। ତେଣୁ ତାଙ୍କ ଭାଇ ଶେହବାଜ୍ ଆଜି ଶେହନାଜଙ୍କ ଜନ୍ମ ଦିନରେ ବିଗ୍ ବସ୍ ୧୩ ର ଭିଡ଼ିଓ ସେୟାର କରି ତାଙ୍କୁ ଶୁଭେଛା ଜଣାଇଛନ୍ତି । ଏହା ସହିତ ଆଜି ସେ ଯଦି ସଫଳତା ହାସଲ କରିଛନ୍ତି ତେବେ ତାଙ୍କ ଭଉଣୀ ପାଇଁ ସବୁକିଛି ମିଳିଛି ବୋଲି କହିଛନ୍ତି।

ତେବେ ଶେହନାଜ୍ ଏବେ ଏତେ ଫେମସ୍ ହୋଇଛନ୍ତି ଯେ ତାଙ୍କ ପରିଚୟ ଆଉ ଆବଶ୍ୟକ ନାହିଁ । ଭାରତର କୋଣେ ଅନୁକୋଣେ ସେ ତାଙ୍କ ଅଭିନୟ, ସୌନ୍ଦର୍ଯ୍ୟ, ପିଲାଳିଆମି ଓ କମେଡି ଢଙ୍ଗରେ ସମସ୍ତ ହୃଦୟରେ ଏକ ସ୍ଥାନ ସୃଷ୍ଟି କରି ସାରିଛନ୍ତି । ଖାସ୍‌କରି ସେ ବିଗ୍‌ବସ୍‌ରୁ ହିଁ ବେଶି ପରିଚିତ ହୋଇଥିଲେ । ସେହି ଶୋରେ ପ୍ରବେଶ କରିବା ପରେ ବଦଳି ଯାଇଥିଲା ଶେହନାଜ୍‌ଙ୍କ ଭାଗ୍ୟ । ସେ ସମସ୍ତଙ୍କୁ ଏଣ୍ଟରଟେନ କରାଉଥିଲେ। ତେବେ ବିଗ୍‌ବସ୍‌ରୁ ହିଁ ସିଦ୍ଧାର୍ଥଙ୍କ ସହିତ ତାଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ଏମିତିକି ଉଭୟଙ୍କୁ ଖୁବ୍ ପସନ୍ଦ କରୁଥିଲେ ଦର୍ଶକ। ସିଡନାଜ୍ ହାଜ୍ ଟ୍ୟାଗ୍ ସହିତ ଦୁହିଁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିଲା।

 

 

View this post on Instagram

 

A post shared by SHEHBAZ BADESHA (@badeshashehbaz)

ହେଲେ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଶେହନାଜ ଗିଲଙ୍କୁ ମଧ୍ୟ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲା। ସିଦ୍ଧାର୍ଥ ମୃତ୍ୟୁ ପରେ ସେ ନିଜକୁ ସମ୍ଭାଳିବା ବହୁତ କଷ୍ଟକର ହୋଇପଡିଥିଲା। କିନ୍ତୁ ଏବେ ପୁଣି ଥରେ ଶେହନାଜ ଆଗକୁ ବଢିଛନ୍ତି । ଶେହନାଜ୍‌ ଆଜି ତାଙ୍କର ୨୯ତମ ଜନ୍ମ ଦିନ ପାଳନ କରୁଛନ୍ତି ।

ବର୍ତ୍ତମାନ ଶେହନାଜ ଇଣ୍ଡଷ୍ଟ୍ରିରେ ତଥା ସେଠାରେ ପାଦ ରଖିବାକୁ ଯାଉଛନ୍ତି, ଯେଉଁଠାରେ ତାଙ୍କ ସଂପର୍କ ସିଦ୍ଧାର୍ଥଙ୍କ ସହିତ ଗଢି ଉଠିଥିଲା। ଅର୍ଥାତ୍‌ ଖୁବଶୀଘ୍ର ଶେହନାଜ ବିଗ୍‌ବସ୍‌ ହାଉସରେ ଦେଖିବାକୁ ମିଳିବେ। ଖବର ଅନୁଯାୟୀ, ‘ବିଗ୍‌ ବସ୍‌ ୧୫’ର ଫାଇନାଲକୁ ଦମଦାର କରିବା ପାଇଁ ମେକର୍ସ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହାରି ମଧ୍ୟରେ ବିଗ୍‌ବସ୍ ଫାଇନାଲ ଏପିସୋଡରେ ଶେହନାଜ ଗିଲଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଶେହନାଜ ଏହି ଶୋ ରେ ପ୍ରଥମ ଥର ପାଇଁ ସିଦ୍ଧାର୍ଥଙ୍କ ସହିତ ଦେଖା ହୋଇଥିଲେ। ଏହି ଶୋ ଜରିଆରେ ଶେହନାଜ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସୁଛନ୍ତି। ତେବେ ସିଦ୍ଧାର୍ଥଙ୍କ ସବୁ ସ୍ବପ୍ନ ପୁରା କରିବେ ବୋଲି ସେ କହିଛନ୍ତି । ତେବେ ଆଜି ଯେହେତୁ ଶେହନାଜଙ୍କ ଜନ୍ମ ଦିନ ତାଙ୍କ ଜନ୍ମ ଦିନରେ ଶେହବାଜ୍ ଉତ୍ସାହିତ ହୋଇ ଜନ୍ମଦିନ ପାଳନ କରିବେ ବୋଲି କହିଛନ୍ତି।