ମୁମ୍ବାଇ : ହରର୍ କମେଡି ଫିଲ୍ମ ‘ସ୍ତ୍ରୀ’ର ସୁଟିଂ ସମୟରେ ଅଦୃଶ୍ୟ ଶକ୍ତିର ଉପସ୍ଥିତିକୁ ଅନୁଭବ କରିଥିଲେ ଫିଲ୍ମର ମୁଖ୍ୟ କଳାକାର ରାଜକୁମାର ରାଓ ଓ ଶ୍ରଦ୍ଧା କପୁର। ଏହାର ବିଷୟରେ ଖୁଲାସା କରିଛନ୍ତି ଫିଲ୍ମର ଡାଇରେକ୍ଟ ଅମର କୌଶିକ। ସେ କହିଛନ୍ତି, ସୁଟିଂ ସମୟରେ ମୁଖ୍ୟ କଳାକାର ଶ୍ରଦ୍ଧା ଓ ରାଜକୁମାରଙ୍କୁ କିଛି ଅଜବ ପ୍ରକାରର ଅନୁଭବ ହୋଇଥିଲା ।
ଫିଲ୍ମର ସୁଟିଂ ସମୟରେ ମଧ୍ୟପ୍ରଦେଶର ଏକ ଛୋଟ ଗାଁ ଚନ୍ଦେରୀରେ କରିବା ସମୟରେ ସ୍ଥାନୀୟ ଲୋକ ଟିମ୍କୁ ଭୂତ ସମ୍ବନ୍ଧୀୟ ଚେତାବନୀ ବି ଦେଇଥିଲେ। ସେମାନେ ଯାଉଥିବା ରାସ୍ତାଟି ହଣ୍ଟେ୍ଡ୍ ବୋଲି ଗାଁଲୋକ କହିଥିଲେ। ରାତି ସମୟରେ ସୁଟିଂ ନକରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ମାତ୍ର ଟିମ୍ ସେମାନଙ୍କ କଥା ଶୁଣିନଥିଲେ।
ଏହାପରେ ସୁଟିଂ ସମୟରେ ରାସ୍ତାରେ ଅଚାନକ ବହୁ ଅଜବ ଏବଂ ଭୟଙ୍କର ଘଟଣା ସବୁ ଘଟିଥିଲା । କ୍ୟାମେରା ମଧ୍ୟ ଠିକରେ କାମ କରିନଥିଲା। ବିଦ୍ୟତ୍ କାଟ ହେବା ସହ ବାରମ୍ବାର ବଲବ୍ ମଧ୍ୟ ଠିକରେ ଜଳିନଥିଲା । ଏଭଳି କିଛି ସେଦିନ ଘଟିଥିଲା ଫିଲ୍ମର ୟୁନିଟ୍ ମେମ୍ବରଙ୍କ ସହ ଯାହା ପରେ ରାତି ସମୟରେ ସୁଟିଂ କରିବା ବନ୍ଦ କରାଯାଇଥିଲା।