ମନୋରଂଜନ

ବିବାହର ୩ ଦିନ ପରେ ନଜର ଆସିଲେ ରଣବୀର କପୁର, ହେଲେ କୁଆଡ଼େ ଗଲେ ଆଲିଆ? ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବେ ନୂଆ ନୂଆ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଅଭିନେତାଙ୍କର ଏକ ଲାଟେଷ୍ଟ୍‍ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରଣବୀର କପୁର ବିବାହ ପରେ ପ୍ରଥମ ଥର ଘର ବାହାରେ ସ୍ପଟ୍‌ ହୋଇଛନ୍ତି। ୧୪ ଏପ୍ରିଲରେ ‘ବାସ୍ତୁ’ରେ ବିବାହ ପରେ ରଣବୀର ପାଖାପାଖି ୩ ଦିନରେ ନ୍ୟୁଲି େଓ୍ଵଡ୍‌ ଆଲିଆଙ୍କୁ ଘରେ ଛାଡ଼ି ଏକ ମିଟିଂ ପାଇଁ ବାହାରିଥିଲେ। ଏହି ସମୟରେ ପାପାରାଜି ତାଙ୍କୁ ସ୍ପଟ୍‌ କରି ନେଇଥିଲେ।

ଭିଡିଓରେ ଆପଣ ଦେଖି ପାରିବେ ଯେ ରଣବୀର କପୁର ବହୁତ ଜଲ୍‌ଦିରେ ଅଛନ୍ତି। ସେ ଗାଡ଼ିରୁ ଓହ୍ଲାଇ ତୁରନ୍ତ ଭିତରକୁ ଚାଲି ଯାଉଛନ୍ତି। ଏହି ସମୟରେ ପାପାରାଜି ତାଙ୍କୁ ବିବାହ ଶୁଭେଚ୍ଛା ଜଣାଇଥିଲେ, ଯେଉଁଥିରେ ରଣବୀର ହାତ ହଲାଇ ସମ୍ବୋଧିତ କରିଥିଲେ। ତାଙ୍କର ଏହି ପୋଷ୍ଟ୍‍ େଓ୍ଵଡିଂ ଲୁକ୍‌ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଉଛି। ଏହି ସମୟରେ ରଣବୀର କାଜୁଆଲ ଲୁକ୍‌ରେ ନଜର ଆସିଥିଲେ।

କହି ରଖୁଛୁ, ରଣବୀର ଓ ଆଲିଆଙ୍କ ବିବାହରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରେ କରଣ ଜୋହର, ସୋନି ରାଜଦାନ, ଶାହୀନ ଭଟ୍ଟ, ଅର୍ଜୁନ କପୁର, ମଲାଇକା ଅରୋରା, ତାରା ସୁତାରିଆ, ଆଦିତ୍ୟ ସିଲ୍‌ ପ୍ରମୁଖ ସାମିଲ ଥିଲେ। ସୋସିଆଲ ମିଡିଆରେ ଏହି ସେଲିବ୍ରିଟିମାନଙ୍କର ଫଟୋ ଖୁବ୍‌ ଭାଇରାଲ ହେଉଛି। ଏମାନଙ୍କୁ ‘ବାସ୍ତୁ’ ବାହାରେ ସ୍ପଟ୍‌ କରାଯାଇଥିଲା।

ରିପୋର୍ଟ ମୁତାବକ, ବିବାହ ପରେ ରଣବୀର ଓ ଆଲିଆ ହନିମୁନ୍‌ ପାଇଁ ଦକ୍ଷିଣ ଆଫ୍ରିକା ଯିବେ। ଏହା ମଧ୍ୟ କୁହାଯାଉଛି ଯେ ଆଲିଆ ହନିମୁନ ପାଇଁ ଏକ ସପ୍ତାହର ଛୁଟି ନେବେ। ଓ୍ଵାର୍କ ଫ୍ରଣ୍ଟ୍‌ ଦେଖିଲେ, ରଣବୀର ଓ ଆଲିଆ ନିଜର ନୂଆ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ୯ ସେପ୍ଟେମ୍ବର, ୨୦୨୨ରେ ସିନେମାଘରେ ରିଲିଜ୍‌ ହେବ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago