ମନୋରଂଜନ

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ମାମଲା: ଧରାପଡିଲା ୬ଷ୍ଠ ଅଭିଯୁକ୍ତ, ଆଜି କୋର୍ଟରେ କରାଯିବ ହାଜର

ବଲିଉଡର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ବୋମା ମାଡ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଗିରଫ ହୋଇଥିବା ଯୁବକଙ୍କ ବୟସ ୩୪ ବର୍ଷୀୟ ହରପାଲ ସିଂ ବୋଲି ଜଣାପଡିଛି । ଅଭିଯୁକ୍ତର ଘର ହରିୟାଣାର ଫତେହାବାଦରେ ବୋଲି ପୋଲିସ ସୂଚନା ଦେଇଛି ।

ମୁମ୍ବାଇ କ୍ରାଇମବ୍ରାଞ୍ଚର ଏକ ଟିମ ସୋମବାର ସନ୍ଧ୍ୟାରେ ଅଭିଯୁକ୍ତକୁ ଗୃହନଗରରୁ ଗିରଫ କରିଛି । ଗିରଫ ହୋଇଥିବା ହରପାଲଙ୍କୁ ଆଜି ମୁମ୍ବାଇ ଅଣାଯାଇ କୋର୍ଟରେ ହାଜର କରାଯିବ । ତେବେ ଏହି ମାମଲାରେ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରିସାରିଛି ।

ଚଳିତ ମାସ ଆରମ୍ଭରୁ ମୁମ୍ବାଇ ପୋଲିସ ରଫିକ ଚୌଧୁରୀକୁ ଗିରଫ କରିଥିଲା । ରଫିକୁ ମୁମ୍ବାଇ ପୋଲିସ ପଞ୍ଜାବରୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଏପ୍ରିଲ ୧୪ରେ ବାନ୍ଦ୍ରାରେ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫାୟାରିଂ ହୋଇଥିଲା । ଦୁଇ ବାଇକ ଆରୋହୀ ଗୁଳିମାଡ କରିଥିଲେ । ପ୍ରାୟ ୨-୩ ରାଉଣ୍ଡ ଫାୟାରିଂ ହୋଇଥିଲା । ଏହି ଘଟଣାପରେ ସଲମାନଙ୍କ ପରିବାର, ବଲିଉଡ ଇଣ୍ଡଷ୍ଟ୍ରୀ, ଫ୍ୟାନ୍ସ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପ୍ରକଟ କରିଥିଲେ । ଘଟଣାକୁ ନେଇ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ନିଜକୁ ଦାୟୀ କରିଥିଲା । ତଦନ୍ତ କରୁଥିବା ପୋଲିସକୁ ଘଟଣା ସ୍ଥଳର କିଛି ଦୂରରେ ବାଇକ ମିଳିଥିଲା । ଏହାର ୨ ଦିନ ପରେ ମୁମ୍ବାଇ ପୋଲିସ ୨ ବାଇକ ଆରୋହୀଙ୍କୁ ଗୁଜରାଟ କଚ୍ଛରୁ ଗିରଫ କରିଥିଲା । ପଚରା ଉଚରାରୁ ସନ୍ଦିଗ୍ଧ ଜଣକ କହିଥିଲା କି, ଏହି ଘଟଣାକୁ ଘଟାଇବା ପରେ ତାପି ନଦୀରେ ବନ୍ଧୁକ ଫୋପାଡି ଦେଇଛି । ଏହାପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ବିକ୍କି ଗୁପ୍ତାକୁ ସୁରଟର ତାପି ନଦୀକୁ ନେଇ ଯାଇଥିଲା । ସେଠାରୁ ବନ୍ଧୁକକୁ ଜବତ କରିଥିଲା ।

ସଲମାନଙ୍କ ଘର ବାହାରେ ଗୁଳିଚାଳନା ପୂର୍ବରୁ ଦୁହେଁ ଗତ ଏକ ମାସ ହେବ ମୁମ୍ବାଇ ନିକଟସ୍ଥ ପନଭେଲ ଅଞ୍ଚଳର ଏକ ସୋସାଇଟିରେ ଭଡ଼ାରେ ରହୁଥିଲେ । ଏହି ଅଞ୍ଚଳରେ ସଲମାନଙ୍କ ଫାର୍ମହାଉସ ରହିଛି । ଦୁହେଁ ବଲିଉଡ ଷ୍ଟାରଙ୍କ ଘର ଉପରେ ଲଗାତାରନଜର ରଖିବା ପରେ ଗୁଳିକାଣ୍ଡ ଘଟାଇଥିଲେ । ଫେବୃଆରୀ ୨୯, ୨୦୨୪ର ଏକ ସିସିଟିଭି ଫୁଟେଜ୍ରେ ସାମ୍ନାକୁ ଆସିଥିଲା, ଯାହାକି ହରିୟାଣାର ରୋହତକ ଠାରେ ଏକ ଢାବାର ବୋଲି କୁହାଯାଉଥିଲା । ଏଥିରେ ବିଶାଲ ନାମକ ଜଣେ ଯୁବକ ନଜର ଆସିଥିଲା । ସିସିଟିଭିରେ ରେକର୍ଡ ହୋଇଥିବା ଦୃଶ୍ୟରେ ସେ ଗୁଳି ଚଳାଇଥିବା ଦେଖିବାକୁ ମିଳିଥିଲା । ବିଶାଲ ହେଉଛି ରାଜସ୍ଥାନର ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଗୋଷ୍ଠୀର । ରୋହିତ ଗୋଦାରା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡିତ ।

Swagatika

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

6 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

7 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

11 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

34 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

41 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

48 mins ago