ମନୋରଂଜନ

ସ୍ତ୍ରୀଙ୍କ ଅନ୍ତିମ ସଂସ୍କାରରେ ଯିବାକୁ ଚାହୁଁଥିଲେ ବ୍ୟକ୍ତି ! ସୋନୁ ସୁଦଙ୍କୁ କଲେ ସାହାଯ୍ୟ ଭିକ୍ଷା, ଅଭିନେତା ଦେଲେ ଏପରି ଜବାବ ଯାହା ଏବେ ହେଉଛି ଭାଇରାଲ

ରିୟଲ ଲାଇଫର ହିରୋ ସୋନୁ ସୁନଙ୍କୁ ପ୍ରବାସୀ ମାନେ ସାହାଯ୍ୟ ଭିକ୍ଷା କରୁଛନ୍ତି। ଅଭିନେତା ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ଦିନ ରାତି ପ୍ରଚେଷ୍ଟା ଜାରୀ ରଖିଛନ୍ତି। ଏହି କରୋନା ଲକଡାଉନ ସମୟରେ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୋନୁ ସୁଦ୍‌। ଅଭିନେତା ରିୟଲ ଲାଇଫର ହିରୋ ସାଜି ଲୋକଙ୍କୁ ଟ୍ରେନ, ବସ, ଫ୍ଲାଇଟ ଯୋଗେ ସେମାନଙ୍କ ଘରେ ପହଁଚାଉଛନ୍ତି। ତେବେ ଏହିସବୁ ମଧ୍ୟରେ ସୋନୁ ସୁଦ ଜଣେ ଏମିତି ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି। ଯାହାଙ୍କୁ ନିଜ ସ୍ତ୍ରୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାର ଥିଲା।

ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କର ନିଧନ ହୋଇଗଲା। ଲକଡାଉନ କାରଣରୁ ଅନ୍ୟ ରାଜ୍ୟରେ ଫସି ରହିଥିବା ସ୍ୱାମୀ ନିଜ ସ୍ତ୍ରୀକୁ ଶେଷ ଦର୍ଶନ କରିବା ପାଇଁ ନିଜ ଘରକୁ ଫେରିବାକୁ ଚାହୁଁଥିଲେ। ଆସିବା ପାଇଁ ଅନ୍ୟ କିଛି ଉପାୟ ନ ପାଇ ବ୍ୟକ୍ତି ଅଭିନେତା ସୋନୁ ସୁଦଙ୍କୁ ଟ୍ଵିଟର ମାଧ୍ୟମରେ ସାହାଯ୍ୟ ଭିକ୍ଷା କଲେ। ବ୍ୟକ୍ତିଙ୍କର ଜଣେ ବନ୍ଧୁ, ‘ଟ୍ଵିଟ କରି ଲେଖିଛନ୍ତି ମୋ ପଡୋସୀଙ୍କ ସ୍ତୀଙ୍କର ବାରଣାସୀରେ ନିଧନ ହୋଇଛି। ସେ ଅନ୍ତିମ ସଂସ୍କାର ପାଇଁ ବନାରସ ଯିବାକୁ ଚେଷ୍ଟା କରୁଛନ୍ତି। ସେମାନେ ମିଶି ତିନି ଜଣ ଅଛନ୍ତି। ଦୟାକରି ସାହାଯ୍ୟ କର।’

ବ୍ୟକ୍ତି ଜଣଙ୍କ ଆଗକୁ ଲେଖିଲେ, ‘ଆପଣଙ୍କ ଛଡା ଆମ ସାମ୍ନାରେ ଅନ୍ୟ କିଛି ବିକଳ୍ପ ନାହିଁ।’ ସେହିପରି ବ୍ୟକ୍ତିଙ୍କର ଏହି ଟ୍ଵିଟର ପ୍ରତିକ୍ରିୟା ଦେଇ ସୋନୁ ସୁଦ ଲେଖିଲେ, ‘ଏହି କ୍ଷତି ପାଇଁ ଦୁଃଖିତ। କାଲି ହିଁ ପଠାଇଦେବି। ବହୁତ ଜଲଦି ଘରେ ପହଁଚିବ। ଭଗବାନଙ୍କ ତୁମ ମାନଙ୍କୁ ଦୟା କରନ୍ତୁ। ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଏହି ଟ୍ଵିଟ ଖୁବ୍‌ ଭାଇରାଲ ହେଉଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ଲକଡାଉନରେ ସୋନୁ ସୁଦଙ୍କ କାରଣରୁ ଅନେକ ଲୋକ ସେମାନଙ୍କ ଭିଟାମାଟିକୁ ଫେରିପାରିଛନ୍ତି। ସେ କେବଳ ମୁମ୍ବାଇ ନୁହେଁ ଦୁନିଆର ଅନେକ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ତାଙ୍କ ଘରେ ପହଁଚାଇବା ପାଇଁ ସୁବନ୍ଦୋବସ୍ତ କରୁଛନ୍ତି। ଅନେକ ଲୋକ ତାଙ୍କୁ ଭଗବାନଙ୍କ ସ୍ଥାନ ଦେଇ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି।

Pritiparna

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

3 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

9 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

39 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

46 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago