ଘୋଷଣା ହେଲା ଓସ୍କାର ଆଓ୍ଵାର୍ଡ-୨୦୧୯ , ସର୍ଟ ଡକ୍ୟୁମେଣ୍ଟାରୀ ‘ପିରିଅଡ୍. ଏଣ୍ଡ ଅଫ୍ ସେଣ୍ଟେନ୍ସ’ ପାଇଁ ଭାରତକୁ ମିଳିଲା ପୁରସ୍କାର

କେନ୍ୟୁଜ୍ : ଘୋଷଣା ହେଲା ଓସ୍କାର ଆଓ୍ଵାର୍ଡ-୨୦୧୯ । ସର୍ଟ ଡକ୍ୟୁମେଣ୍ଟାରୀ ପାଇଁ ଭାରତୀୟ ଫିଲ୍ମକୁ ମିଳିଲା ଓସ୍କାର । ‘ପିରିଅଡ୍. ଏଣ୍ଡ ଅଫ୍ ସେଣ୍ଟେନ୍ସ’ ପାଇଁ ଓସ୍କାର ମିଳିଛି । ଫିଲ୍ମ ପ୍ରୟୋଜକ ଅଛନ୍ତି ଗୁନୀତ ମୋଙ୍ଗା । ୧୨ରୁ ୧୪ ବର୍ଷର ଝିଅଙ୍କୁ ନେଇ ଫିଲ୍ମ ନିର୍ମିତ ହୋଇଛି । ଆମେରିକା କାର୍ଲିଫର୍ଣ୍ଣିଆରେ ଡଲବୀ ଥିଅଟରେ ଅନୁଷ୍ଠିତ ସମାରୋହରେ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଭାବେ ରୋମାକୁ ମିଳିଛି ଓସ୍କାର । ୯୧ ତମ ଓସ୍କାର ଉତ୍ସବରେ ଗ୍ରୀନ ବୁକକୁ ମିଳିଛି ଶ୍ରେଷ୍ଠ ଫିଲ୍ମ ଆଓ୍ଵାର୍ଡ, ଶ୍ରେଷ୍ଠ ଅଭିନେତା ଭାବେ ରମି ମାଲେକ, ସହ ଅଭିନେତ୍ରୀ ଭାବେ ରେଜିନା କିଙ୍ଗ, ଶ୍ରେଷ୍ଠ ସହ ସହ ଅଭିନେତା ଭାବେ ମହାର୍ଶାଲା ଅଲ୍ଲୀଙ୍କୁ ପୁରସ୍କୃତ କରାଯାଇଛି ।
ଓସ୍କାର ୨୦୧୯: ସର୍ବଶ୍ରେଷ୍ଠ ବିଦେଶୀ ଫିଲ୍ମ ସହିତ ‘ରୋମା’କୁ ମିଳିଛି ୩ଟି ଆୱାର୍ଡ, ପଢନ୍ତୁ ବିଜେତାମାନଙ୍କ ନାଁ :
ଓସ୍କାର ପୁରସ୍କାର ସମାରୋହରର ଶ୍ରେଷ୍ଠ ବିଜେତାମାନଙ୍କର ନାଁ ଘୋଷଣା ହୋଇସାରିଛି। ଫିଲ୍ମ ବୋହିମିଆନ ରାହ୍ପସୋଡ଼ି ପାଇଁ ରାମୀ ମଲ୍ଲିକଙ୍କୁ ସର୍ବଶ୍ରେଷ୍ଠ ଅଭିନେତାର ଆୱାର୍ଡ ମିଳିଛି। ବ୍ରିଟିଶ ଅଭିନେତ୍ରୀ ଓଲିଭିଆ କୋଲିମାନଙ୍କୁ ‘ଦ ଫେବରେଟ’ ଫିଲ୍ମ ପାଇଁ ବେଷ୍ଟ ଆକ୍ଟରର ଆୱାଡର୍ଡ ମିଳିଛି। ମେକ୍ସିକନ ଫିଲ୍ମ ରୋମା ପାଇଁ ଅଲଫୋନ୍ସି କ୍ବାରୋନି ସର୍ବଶେଷ୍ଟ୍ର ନିର୍ଦ୍ଦେଶକ ରୂପେ ପୁରସ୍କାର ପାଇଥିଲେ। ‘ରୋମା’ କୁ ସର୍ବଶ୍ରେଷ୍ଠ ବିଦେଶୀ ଫିଲ୍ମ ଏବଂ ବେଷ୍ଟ ସିନେମାଅଟୋଗ୍ରାଫି ପାଇଁ ଓସ୍କାର ଆୱାର୍ଡ ମିଳିଥିଲା। ଚଳିତ ବର୍ଷ ପୁରସ୍କାର ପୂର୍ବରୁ ପ୍ରଥମେ ‘ଦ ଫେବରେଟ’ ଏବଂ ‘ରୋମା’ ଦୁଇଟି ଫିଲ୍ମର ଖୁବ ଚର୍ଚ୍ଚା ହୋଇଥିଲା, ଯାହାକୁ ୧୦-୧୦ ନୋମିନେଟ ମିଳିଥିଲା। ଚଳିତ ବର୍ଷ ୯୧ତମ ଓସ୍କାର ଆୱାର୍ଡ ସମାରୋହ ୧୯୮୯ ପରେ ପ୍ରଥମ ସମାରୋହ।
ଶ୍ରେଷ୍ଠ ଅଭିନେତା
ରାମୀ ମଲ୍ଲିକ (ବୋହିମିଆନ ରାହ୍ପାସୋଡ଼ି)
ଶ୍ରେଷ୍ଠ ଅଭିନେତ୍ରୀ
ଓଲିଭିଆ କୋଲିମାନ (ଦ ଫେବରେଟ)
ଶ୍ରେଷ୍ଠ ସପୋର୍ଟିଙ୍ଗ ଅଭିନେତା
ମେହରସାଲା ଅଲ୍ଲୀ (ଗ୍ରୀନ୍ ବୁକ)
ଶ୍ରେଷ୍ଠ ସପୋର୍ଟିଙ୍ଗ ଅଭିନେତ୍ରୀ
ରେଜିନା କିଙ୍ଗ (ଆଇ ଏଫ ସ୍ଟ୍ରିଟ୍ କୁଡ ଟକ)
ଶ୍ରେଷ୍ଠ ନିର୍ଦ୍ଦେଶକ
ଅଲଫୋନ୍ସି କ୍ବାରୋନି (ରୋମା)
ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର
ରୋମା
ବେଷ୍ଟ ପିକ୍ଚର
ଗ୍ରୀନ ବୁକ
ଶ୍ରେଷ୍ଠ ସଙ୍ଗିତ
ସୌଲେ (ଲେଡି ଗାଗା)
ବେଷ୍ଟ ଓରିଜିନାଲ ସ୍କୋର
ବ୍ଲାକ ପୌଥର
ବେଷ୍ଟ ଅଡାପଟେଡ ସ୍କ୍ରିନପ୍ଲେ
ବ୍ଲାକଲାନ୍ସମାନ
ବେଷ୍ଟ ଲାଇଭ ଆକ୍ସନ ସର୍ଟ ଫିଲ୍ମ
‘ସ୍କିନ’
ବେଷ୍ଟ ଭିଜୁଆଲ ଇଫେକ୍ଟ
ଫର୍ସ୍ଟ ମୌନ
ବେଷ୍ଟ ଏନିମେଡ଼େଟ ସର୍ଟ ଫିଲ୍ମ
ବାଓ
ବେଷ୍ଟ ଡ଼କ୍ୟୁମେଣ୍ଟାରୀ ସର୍ଟ କ୍ୟାଟେଗରୀ ଫିଲ୍ମ
ଭାରତର ଫିଲ୍ମ ନିର୍ଦ୍ଦେଶକ ଗୁନୀତ ମୌଗାଙ୍କ ଫିଲ୍ମ ‘ପିରିୟଡ଼ ଏଣ୍ଡ ଅଫ ସେଣ୍ଟେନ୍ସ’
ବେଷ୍ଟ ଏନିମିଟେଡ଼ ଫିଚର ଫିଲ୍ମ
ସ୍ପାଇଡ଼ର-ମ୍ୟାନ: ଇନ ଟୁ ଦ ସ୍ପାଇଡ଼ର-ଭେରସ
ସାଉଥ ବେଷ୍ଟ ଫିଲ୍ମ ଏଡ଼ିଟିଙ୍ଗ
ବୋହିମିଆନ ରାହ୍ପସୋଡ଼ି
ବେଷ୍ଟ ପ୍ରଡ଼କ୍ସନ ଡ଼ିଜାଇନ, ବେଷ୍ଟ କଷ୍ଟ୍ୟୁମ ଡ଼ିଜାଇନ
ବ୍ଲାକ ପୌଥର
ବେଷ୍ଟ ଡ଼କ୍ୟୁମେଣ୍ଟ୍ରି ଫିଚର
ଫ୍ରି ସୋଲୋ
ବେଷ୍ଟ ମେକଅପ
ବାଇସ