“ମେଡାଲ ଅଫ ଫ୍ରିଡ଼ମ”ରେ ସମ୍ମାନ ପାଇବେ ଓସ୍କାର ବିଜେତା ଡେଂଜେଲ ୱାସିଂଟନ

ହଲିଉଡର ଜଣାଶୁଣା ଅଭିନେତା ଡେଂଜେଲ ୱାସିଂଟନଙ୍କୁ ମିଳିଥିବା ସମାନ ତାଲିକାରେ ଆଉ ଏକ ଉପଲବ୍ଧି ଯୋଡି ହୋଇଯାଇଛି । ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୧୭
ଜଣଙ୍କୁ ୟୁଏସ ପ୍ରେସିଡେନ୍ସିଆଲ “ମେଡାଲ ଅଫ ଫ୍ରିଡ଼ମ”ରେ ସମ୍ମାନିତ କରାଯିବା ନେଇ ଘୋଷଣା କରିଛନ୍ତି । ଆଉ ଏହି ୧୭ ଜଣିଆ ତାଲିକାରେ ଓସ୍କାର ବିଜେତା ଡେଂଜେଲ ୱାସିଂଟନଙ୍କ ନାଁ ରହିଛି ।

କହିରଖିବା ଉଚିତ ହେବାଯେ ପ୍ରତି ବର୍ଷ ପ୍ରେସିଡେନ୍ସିଆଲ ମେଡାଲ ଅଫ ଫ୍ରିଡମ ପ୍ରତିବର୍ଷ ଜୁଲାଇ ମାସ ହ୍ୱାଇଟ ହାଉସରେ ଆୟୋଜିତ ହୋଇଥିବା ଏକ ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଦିଆଯାଇଥାଏ । ଯେଉଁମାନେ ଆମେରିକିୟ ସମାଜ, ସଂସ୍କୃତି, ରାଜନୀତି କିମ୍ବା ବିଶ୍ବ ଶାନ୍ତିରେ ଯୋଗଦାନ ଦେଇଥିବେ ସେହି ମାନଙ୍କୁ ହିଁ ଏହି ପୁରସ୍କାର ମିଳିଥାଏ । ପ୍ରକୃତ କଥା ହେଉଛିଯେ ଅଭିନେତା ଡେଂଜେଲ ୱାସିଂଟନ ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଏହି ସମ୍ମାନ ମିଳିବ । ଏହି ସାମ୍ମନ ପାଇବାରେ ସେ ହେଉଛନ୍ତି ଇଣ୍ଡଷ୍ଟ୍ରିର ଏକ ମାତ୍ର ବ୍ୟକ୍ତି ।

ଆସନ୍ତା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ଏହି ସମାନ ଦିଆଯିବ । କହିରଖିବା ଉଚିତ ହେବକି ଡାଞ୍ଜେଲ ହେଉଛନ୍ତି ତାଙ୍କ ପିଢ଼ିର ପ୍ରସ୍ସିଦ୍ଧ ଅଭିନେତା, ନିର୍ଦ୍ଦେଶକ ଓ ନିର୍ମାତା ମାନଙ୍କ ମଧ୍ୟରୁ ଜଣେ । ନିଜ ସିନେମା ଗ୍ଲୋରି, ମ୍ୟାଲକମ ଆକ୍ସ ପାଇଁ ତାଙ୍କୁ ଓସ୍କାର ସମାନରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.