କେବଳ କୃଷ୍ଣକାୟ ମୃଗ ଶିକାର ମାମଲା ନୁହେଁ, ଏହି ସବୁ ମାମଲାରେ ମଧ୍ୟ ଫସିଛନ୍ତି ଦବଙ୍ଗ ଖାନ

କୋଡିଏ ବର୍ଷ ପୁର୍ବରୁ ୧୯୯୮ରେ ରାଜସ୍ତାନରେ ସୁରଜ ବଡଜାତ୍ୟାଙ୍କ ଫିଲ୍ମ ’ହମ ସାଥ ସାଥ ହେ’ର ସୁଟିଂ ସମୟରେ ଜୋଧପୁରରେ ଅଭିନେତା ସଲମାନ ଖାନ ଏବଂ ତାଙ୍କ ସାଥି କଳାକାରମାନଙ୍କ ଉପରେ ହରିଣ ଶିକାର କରିବାର ଅଭିଯୋଗ ଲାଗିଥିଲା। ଜୋଧପୁରରେ ଫିଲ୍ମର ସୁଟିଂ ସମୟରେ ସଲମାନ ଏବଂ ଅନ୍ୟ ସାଥି କଳାକାରଙ୍କ ଉପରେ ହରିଣ ଶିକାର ସହିତ ଆର୍ମ୍ସ ଆକ୍ଟ ମାମଲା ମଧ୍ୟ ରୁଜୁ ହୋଇଥିଲା। ପ୍ରାୟ କୋଡିଏ ବର୍ଷ ପୂର୍ବରୁ ରାଜସ୍ଥାନ ପୋଲିସ ସଲମାନଙ୍କ ଉପରେ ଗୋଟିଏ କିମ୍ବା ଦୁଇଟି ନୁହେଁ ମୋଟ ଚାରୋଟି ମମଲା ରୁଜୁ କରିଥିଲା।
ମମଲା ୧ : ଭବାଦରେ ଚିଙ୍କାରା ଶିକାର
୨୭ ସେପ୍ଟେମ୍ବର ୧୯୯୮ରେ ସଲମାନ ଖାନଙ୍କ ଉପରେ ଜୋଧପୁର ପାଖରେ ଥିବା ଭବାଦ ଗ୍ରାମର ସୀମାରେ ଚିଙ୍କାରା ଶିକାର କରିବାର ଅଭିଯୋଗ ହୋଇଥିଲା।
କେସର ସ୍ଥିତି- ୧୭ ଫେବ୍ରୁୟାରୀ ୨୦୦୬ରେ ମୁଖ୍ୟ ନ୍ୟାୟାଧୀସ ଅଦାଲତ ଏକ ବର୍ଷର ଦଣ୍ଡ ଶୁଣାଇଲେ। ସଲମାନ ଖାନଙ୍କ ଆବେଦନ କ୍ରମେ ରାଜସ୍ଥାନ ହାଇକୋର୍ଟ ଦଣ୍ଡକୁ ସ୍ଥଗିତ କଲେ।
ମମଲା ୨ : ଘୋଡା ଫାର୍ମ ଶିକାର ମମଲା
ସଲମାନଙ୍କ ଉପରେ ଜୋଧପୁର ପାଖରେ ଥିବା ଓସିଆର ଘୋଡା ଫାର୍ମରେ ଦୁଇଟି ଚିଙ୍କାରା ଶିକାରର ଆରୋପ ଲାଗିଥିଲା।
କେସର ସ୍ଥିତି- ୧୦ ଅପ୍ରିଲ ୨୦୦୬ରେ ସଲମାନଙ୍କୁ ପାଞ୍ଚ ବର୍ଷର ଦଣ୍ଡ ଶୁଣା ଯାଇଥିଲା। ସଲମାନ ଶୁଣାଣି ବିରୁଦ୍ଧରେ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଏହା ଖାରଜ ହୋଇଯାଇଥିଲା। ହାଇକୋର୍ଟରେ ରିଭିଜନ ପିଟିଶନ ଦାୟର କରାଯାଇଥିଲା। ଏବଂ ରାଜସ୍ଥାନ ହାଇକୋର୍ଟ ୨୫ ଜୁଲାଇ ୨୦୧୭ରେ ଘୋଡା ଫାର୍ମ ଏବଂ ଭବାଦରଦୁଇଟି ଶିକାର କେସରେ ସଲମାନ ଖାନଙ୍କୁ ମୁକ୍ତ କଲେ।