ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ବଲିଉଡ୍ ସେଲିବ୍ରେଟି

ଗତକାଲି ଅର୍ଥାତ୍ ମଙ୍ଗଳବାର (୨୨ ଏପ୍ରିଲ) ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏକ ଭୟଙ୍କର ଘଟଣା ଘଟିଛି । ଆତଙ୍କବାଦୀମାନେ ନିରିହ ଲୋକଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ମଧ୍ୟ ହୋଇଛନ୍ତି । ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ଏହି ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି ।

‘ସୋନୁ ସୁଦ’ ଏହି ଆକ୍ରମଣକୁ ନେଇ କ’ଣ କହିଲେ :

ଅଭିନେତା ସୋନୁ ସୁଦ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଟ୍ୱିଟରରେ ଲେଖିଛନ୍ତି, ‘‘କାଶ୍ମୀରର ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି । ବିଶ୍ୱରେ ଏପରି ଆତଙ୍କବାଦର କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା । ଓମ୍ ସାଇ ରାମ’’ ।

ତୁଷାର କପୁର :
ତୁଷାର କପୁର ମଧ୍ୟ ସମାନ ଭାବନା ପ୍ରକାଶ କରି କହିଛନ୍ତି, ‘‘ପହଲଗାମରେ ହୋଇଥିବା କଠୋର ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି । ଭାରତ କାପୁରୁଷମାନଙ୍କୁ ଉଚିତ ଜବାବ ଦେବ । ଆହତ ଏବଂ ମୃତକଙ୍କ ପରିବାର ପାଇଁ ପ୍ରାର୍ଥନା, ପହଲଗାମ ।’’

ବିବେକ ଓବରୟ ମଧ୍ୟ ଦୁଃଖ ପ୍ରକାଶ କରି କହିଛନ୍ତି :

ବିବେକ ଓବରୟ ତାଙ୍କ ଦୁଃଖ ପ୍ରକାଶ କରି କହିଛନ୍ତି, ‘‘ଆଜି ଦୁଃଖର ଛାୟା ଖେଳିଯାଇଛି, କାରଣ କାଶ୍ମୀରରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଖବର ଆମ ହୃଦୟକୁ ଭାଙ୍ଗି ଦେଇଛି । ଦୁଃଖଦ ଭାବରେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ସମସ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଏବଂ ପ୍ରାର୍ଥନା । ଏବେ, ପୂର୍ବ ଅପେକ୍ଷା ଅଧିକ, ବିଶ୍ୱକୁ ଏହି ପ୍ରକାରର ଘୃଣା ବିରୁଦ୍ଧରେ ଏକତାରେ ଏକାଠି ହେବାକୁ ପଡିବ, ଶକ୍ତି, ଆରୋଗ୍ୟ ଏବଂ ସ୍ଥାୟୀ ଶାନ୍ତି ପାଇଁ ପ୍ରୟାସ କରିବାକୁ ପଡିବ ।’’

ରବୀନା ଟଣ୍ଡନ ଲେଖିଛନ୍ତି :
ରବୀନା ଟଣ୍ଡନ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି, “ଓମ ଶାନ୍ତି, ସମବେଦନା, ମର୍ମାହତ ଏବଂ କ୍ରୋଧିତ, ଯନ୍ତ୍ରଣା ପ୍ରକାଶ କରିବା ପାଇଁ କୌଣସି ଶବ୍ଦ ନାହିଁ । ପୀଡିତଙ୍କ ପାଇଁ ପ୍ରାର୍ଥନା । ଆମେ ସମସ୍ତେ ଛୋଟ ଛୋଟ ଘରୋଇ ଝଗଡ଼ା ଛାଡି ଏକତ୍ରିତ ହେବା ଏବଂ ପ୍ରକୃତ ଶତ୍ରୁକୁ ଚିହ୍ନିବା ’’।

ଭାଗ୍ୟଶ୍ରୀ କହିଛନ୍ତି :
ଭାଗ୍ୟଶ୍ରୀ ଏହି ଆକ୍ରମଣରେ ତାଙ୍କର ମର୍ମାହତ ଏବଂ ଦୁଃଖ ପ୍ରକାଶ କରି ଲେଖିଛନ୍ତି, ‘‘ନିର୍ଦ୍ଦୋଷ ଲୋକମାନେ ପ୍ରାଣ ହରାଇଛନ୍ତି । କାଶ୍ମୀରରେ ଦୁଷ୍ଟମାନେ ଯାହା କରିଛନ୍ତି ତାହା ଦେଖି ମୁଁ ମର୍ମାହତ। ଆମେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଏହି ଘୃଣ୍ୟ କାର୍ଯ୍ୟ କରିଥିବା ଲୋକଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରୁଛୁ ।’’

ସଞ୍ଜୟ ଦତ୍ତ :
ସଞ୍ଜୟ ଦତ୍ତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି,‘‘ସେମାନେ ଆମ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି । ଏହାକୁ କ୍ଷମା କରାଯାଇପାରିବ ନାହିଁ । ଏହି ଆତଙ୍କବାଦୀମାନେ ଜାଣିବା ଉଚିତ ଯେ ଆମେ ଚୁପ୍ ବସିବୁ ନାହିଁ । ଆମକୁ ପ୍ରତିଶୋଧ ନେବାକୁ ପଡିବ । ମୁଁ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ, ଗୃହମନ୍ତ୍ରୀ ଅମିତା ଶାହ ଜୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୀଙ୍କୁ ଅନୁରୋଧ କରୁଛି ଯେ ସେମାନଙ୍କୁ ସେମାନଙ୍କ ଯୋଗ୍ୟ ଦଣ୍ଡ ଦିଅନ୍ତୁ ’’।

ଅନୁପମ ଖେର୍ :
ବରିଷ୍ଠ ଅଭିନେତା ଅନୁପମ ଖେର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ଗଭୀର ଶୋକ ଏବଂ କ୍ରୋଧ ପ୍ରକାଶ କରିଛନ୍ତି । ଇନଷ୍ଟ୍ରାଗ୍ରାମରେ ଖେର ଏକ ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବର୍ବରତାର ନିନ୍ଦା କରିଛନ୍ତି ଏବଂ ଲୁହ ମାଧ୍ୟମରେ ନିଜର ଅସହାୟତା ପ୍ରକାଶ କରିଛନ୍ତି । ସେ ହିନ୍ଦୀରେ ମଧ୍ୟ ଲେଖିଛନ୍ତି, ଗଲତ…ଗଲତ…ଗଲତ ! ପହଲଗାମ ହତ୍ୟାକାଣ୍ଡ!!

କରିନା କପୁର ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି :
ବଲିଉଡ୍ ଅଭିନେତ୍ରୀ କରୀନା କପୁର ମଧ୍ୟ ତାଙ୍କ ଇନଷ୍ଟା ଷ୍ଟୋରୀରେ ପୋଷ୍ଟ କରି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଦୁଃଖ ପ୍ରକାଶ କରିଛନ୍ତି । କରୀନା ଲେଖିଛନ୍ତି, ‘‘ପିଡୀତ ଏବଂ ସେମାନଙ୍କ ପରିବାର ପାଇଁ ହୃଦୟ ଭାଙ୍ଗିଯାଇଛି, କିନ୍ତୁ ଯେଉଁମାନେ ନିଜ ଜୀବନ ହରାଇଛନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କରୁଛି ’’।

Also read : ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ପହଲଗାମରେ ଥିଲେ ଏହି ଟିଭି କପଲ୍, ଜାଣନ୍ତୁ କ’ଣ କହିଲେ