ସିରିଏଲ ରାମାୟଣର ‘ବିଭୀଷଣ’ଙ୍କ ଯନ୍ତ୍ରଣାଦାୟକ କାହାଣୀ, ଏହି କାରଣରୁ ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ

ଅଭିନେତା ମୁକେଶ ରାୱଲ। ଯିଏ ଏହି 'ରାମାୟଣ' ସିରିଏଲରେ ବିଭୀଷଣଙ୍କ ଭୂମିକାରେ ଅଭିନୟ କରିଥିଲେ । ମୁକେଶଙ୍କ କାହାଣୀ ବହୁ   ଦୁଃଖଦାୟ । ମୁକେଶ ଆଜି ଆମ ମଧ୍ୟରେ ଆଉ ନାହାଁନ୍ତି। 2016 ମସିହାରେ ଅଭିନେତାଙ୍କର ଦେହାନ୍ତ ହୋଇସାରିଛି।

ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ଟିଭି ସିରିଏଲ ‘ରାମାୟଣ’, ଯାହା କେବଳ ଏ ଯୁଗର ଏକ ଲୋକପ୍ରିୟ ନୁହେଁ ବରଂ ସବୁ ଦିନ ପାଇଁ ମନେ ରହିବା ଭଳି ଏକ ଟିଭି ସିରିଏଲ । ଏହି ସିରିଏଲଟିରେ ଲକ୍ଷ୍ମଣ, ମାତା ସୀତା, ହନୁମାନ, ରାବଣ,ବିଭୀଷଣ ଏବଂ ପ୍ରଭୁ ରାମ ଆଦି ଭୂମିକାରେ ଅଭିନୟ କରିଥିବା ଅଭିନେତାମାନେ ଲୋକଙ୍କ ସ୍ମୃତିରେ ଆଜି ଯାଏଁ  ରହିଛନ୍ତି ଏବଂ ଆଗକୁ ବି ସବୁଦିନ ପାଇଁ ସେମିତି ରହିବେ ।

ଅଭିନେତା ମୁକେଶ ରାୱଲ। ଯିଏ ଏହି ‘ରାମାୟଣ’ ସିରିଏଲରେ ବିଭୀଷଣଙ୍କ ଭୂମିକାରେ ଅଭିନୟ କରିଥିଲେ । ମୁକେଶଙ୍କ କାହାଣୀ ବହୁ   ଦୁଃଖଦାୟ । ମୁକେଶ ଆଜି ଆମ ମଧ୍ୟରେ ଆଉ ନାହାଁନ୍ତି। 2016 ମସିହାରେ ଅଭିନେତାଙ୍କର ଦେହାନ୍ତ ହୋଇସାରିଛି।

ramayan pic

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୁକେଶ ରାୱଲ ଆତ୍ମହତ୍ୟା କରିଥିଲେ। ମୁମ୍ବାଇର କାନ୍ଦିଭାଲି ଷ୍ଟେସନ ନିକଟରେ କ୍ଷତବିକ୍ଷତ ଅବସ୍ଥାରେ ଅଭିନେତାଙ୍କ ମୃତଦେହ ମିଳିଥିଲା। ମୁକେଶ ଏପରି କାହିଁକି କରିଥିଲେ? । ତେବେ ଶୁଣିବାକୁ ମିଳେଯେ ମୁକେଶ ନିଜ ପୁଅର ମୃତ୍ୟୁ ପରଠାରୁ ଗଭୀର ଅବସାଦରେ ଥିଲେ। ମୁକେଶଙ୍କର ଦୁଇଟି ସନ୍ତାନ । ଗୋଟେ ଝିଅ ଏବଂ ଗୋଟେ ପୁଅ । ତାଙ୍କର ଝିଅ ବିବାହ କରିସାରି ଥିବାବେଳେ, ତାଙ୍କ ପୁଅଙ୍କର ମୃତ୍ୟୁ ହୋଇସାରିଛି।

କୁହାଯାଏ ଯେ ମୁକେଶ ତାଙ୍କ ଝିଅର ବିବାହ ପରେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ ଏବଂ ପୁଅକୁ ମନେ ପକାଇ ଗଭୀର ଅବସାଦରେ ପୀଡିତ ହୋଇଥିଲେ। ଏହି ସମୟରେ ଏହି ଅବସାଦ କାରଣରୁ ଦିନେ ସେ ଟ୍ରେନ୍ ସାମ୍ନାରେ ଡେଇଁ ଆତ୍ମହତ୍ୟା କରିଥିଲେ। ମୁକେଶଙ୍କ ବିଷୟରେ କୁହାଯାଏ ଯେ ସେ ଦୀର୍ଘ ଦିନ ଧରି ଥିଏଟର ସହିତ ଜଡିତ ଥିଲେ ଏବଂ ଏଠାରେ ଏକ ନାଟକ କରୁଥିବା ସମୟରେ ରାମାନନ୍ଦ ସାଗରଙ୍କ ଆଖି ତାଙ୍କ ଉପରେ ପଡିଥିଲା। ମେଘନାଦଙ୍କ ସହ ବିଭୀଷଣଙ୍କ ଭୂମିକା ପାଇଁ ମୁକେଶ ଅଡିସନ ଦେଇ ଥିଲେ। ତେବେ ପରେ ତାଙ୍କୁ ବିଭୀଷଣଙ୍କ ଭୂମିକା ଦିଆଯାଇଥିଲା।

Leave A Reply

Your email address will not be published.