ଭାରତରେ ରିଲିଜ୍ ହେବ ନାହିଁ ପାକିସ୍ତାନୀ ଅଭିନେତା ଫୱାଦଙ୍କ ଫିଲ୍ମ, କେନ୍ଦ୍ର ସରକାର ଲଗାଇଲେ ପ୍ରତିବନ୍ଧକ

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପାକିସ୍ତାନ ବିରୋଧରେ କ୍ରୋଧ ଶୀର୍ଷରେ ପହଞ୍ଚିଛି । ଏହାର ପ୍ରଭାବରେ ଭାରତରେ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଫିଲ୍ମ ଅବୀର ଗୁଲାଲର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସୂତ୍ର ଏହି ସୂଚନା ଦେଇଛି ।
ଏହି ଫିଲ୍ମକୁ ନେଇ ପୂର୍ବରୁ ବିବାଦ ଥିଲା କିନ୍ତୁ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଶେଷରେ ଏହାର ରିଲିଜ୍ କୁ ବନ୍ଦ କରିଦିଆଯାଇଛି । ଏହି ଚଳଚ୍ଚିତ୍ରଟି ୯ ମଇ ୨୦୨୫ରେ ରିଲିଜ ହେବାର ଥିଲା । ଏହି ଫିଲ୍ମ ମାଧ୍ୟମରେ ଫୱାଦ ଖାନ ବହୁ ବର୍ଷ ପରେ ଭାରତୀୟ ଫିଲ୍ମରେ ଫେରି ଆସୁଥିଲେ । କିନ୍ତୁ ଏବେ ଭାରତରେ ଏହାର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ଫୱାଦ ଏବଂ ଭାନିଙ୍କ ବ୍ୟତୀତ ରିଦ୍ଧି ଡୋଗ୍ରା, ଲିସା ହେଡନ୍, ସୋନି ରାଜଦାନ, ଫରିଦା ଜଲାଲ୍, ରାହୁଲ ଭୋହରା ଏବଂ ପରମୀତ ସେଟ୍ଟୀ ଭଳି ଅନେକ ପ୍ରସିଦ୍ଧ କଳାକାର ଏହି ଫିଲ୍ମରେ କାମ କରିଛନ୍ତି । ଏହାପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନା ଏହି ଚଳଚ୍ଚିତ୍ରକୁ ବିରୋଧ କରିଥିଲେ। ମହାରାଷ୍ଟ୍ରରେ ଫିଲ୍ମଟି ରିଲିଜ୍ ନ କରିବାକୁ ଅନୁରୋଧ କରିଥିଲେ । ଏହି ଧମକ ସତ୍ତ୍ୱେ ନିର୍ମାତାମାନେ ଫିଲ୍ମ ସହିତ ଜଡିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ । । ଫୱାଦଙ୍କୁ ଶେଷରେ କରଣ ଜୋହରଙ୍କ ୨୦୧୬ ଚଳଚ୍ଚିତ୍ର ଏ ଦିଲ ହେ ମୁଶକିଲରେ ଦେଖିବାକୁ ମିଳିଥିଲା ।
ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ବହୁତ କ୍ରୋଧ ଦେଖିବାକୁ ମିଳୁଛି । ଫିଲ୍ମକୁ ବ୍ୟାନ୍ କରିବା ବ୍ୟତୀତ ଏହାର ଭିଡିଓ ଗୀତ ଗୁଡ଼ିକୁ ମଧ୍ୟ YouTubeରୁ ହଟାଇ ଦିଆଯାଇଛି । ଏପର୍ଯ୍ୟନ୍ତ ‘ଅଂଗ୍ରେଜି ରଙ୍ଗରାସିଆ’ ଏବଂ ‘ଖୁଦାୟା ଇଶ୍କ’ ଫିଲ୍ମର ଦୁଇଟି ଗୀତ ରିଲିଜ୍ ହୋଇଛି । ଉଭୟ ଗୀତ ଆଉ ଭାରତରେ YouTubeରେ ଦେଖାଯାଉନାହିଁ । ଏ ସମ୍ପର୍କରେ ନିର୍ମାତାଙ୍କ ପକ୍ଷରୁ କୌଣସି ସୂଚନା ଆସିନାହିଁ।, ‘ଖୁଦାୟା ଇଶ୍କ’ ଗୀତର ଟିଜର ଏବଂ ଫିଲ୍ମର ଘୋଷଣା ଏବେ ବି ପ୍ରଡକ୍ସନ ହାଉସର ୟୁଟ୍ୟୁବ୍ ପେଜ୍ ରେ ଦେଖିବାକୁ ମିଳିଛି ।
Also read: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ବଲିଉଡ୍ ସେଲିବ୍ରେଟି