ଶାହାରୁଖଙ୍କ ପୁଅ ଆର୍ୟନ୍ଙ୍କୁ ହୃଦୟ ଦେଇ ବସିଲେ ଏହି ପାକିସ୍ତାନୀ ଅଭନେତ୍ରୀ, ଫଟୋ ପଠାଇ କଲେ ପ୍ରେମ ନିବେଦନ
ବଲିଉଡ୍ କିଙ୍ଗ୍ ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟନ୍ ଖାନ ଏବେ ତାଙ୍କର ଡେବ୍ୟୁକୁ ନେଇ ବହୁତ ଚର୍ଚ୍ଚିତ । ନିକଟରେ ଆର୍ୟନ୍ ଏଡିଡାସ ସ୍ପୋର୍ଟସ ସୁଜ ପାଇଁ କିଛି ଫଟୋ ସୁଟ କରିଥିଲେ । ଯାହାକି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହା ମଧ୍ୟରେ ଜଣେ ପାକିସ୍ତାନୀ ଅଭିନେତ୍ରୀ ଆର୍ୟନଙ୍କ ପାଇଁ ପ୍ରେମ ନିବେଦନ କରିଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ହେଲେ ୨୦୧୭ ରେ ଶ୍ରୀଦେବୀଙ୍କ ସହ ଫିଲ୍ମ ‘ମମ୍’ରେ ଡେବ୍ୟୁ କରିଥିବା ପାକିସ୍ତାନୀ ଅଭିନେତ୍ରୀ ସେଜଲ ଅଲୀ ।
ସେଜଲ ଅଲୀ ତାଙ୍କର ଇନ୍ଷ୍ଟାଗ୍ରାମରେ ସର୍ବ ସମ୍ମୁଖରେ ଆର୍ୟନଙ୍କ ପାଇଁ ହୃଦୟ ଖୋଲି ଦେଇଛନ୍ତି । ଯାହାକୁ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚ ଚାଲିଛି । ସେଜଲ ତାଙ୍କ ଇନଷ୍ଟାଗ୍ରାମରେ ଆର୍ୟନ୍ଙ୍କ ଫଟୋ ସେୟାର କରିବା ସହ ଏଥିରେ ଲଭ ଇମୋଜି ଦେଇଥିଲେ ଓ ବ୍ୟାକ୍ ଗ୍ରାଉଣ୍ଡରେ ଗୀତ ‘ହବାଏଁ ’ ରଖିଥିଲେ । ତାଙ୍କ ଏହି ଇନଷ୍ଟାଗ୍ରାମ ଷ୍ଟୋରୀ ଏବେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।ସୋସିଆଲ ମିଡିଆରେ ଏହା ଭାଇରାଲ ହେଉଥିବା ବେଳେ ଆଉ କେତେକ ଏହାକୁ ଟ୍ରୋଲ ବି କରୁଛନ୍ତି ।
#SajalAli has grabbed the attention of fans after she shared a picture of #AryanKhan. She will be next seen in Shekhar Kapur’s What’s Love Got To Do With It. pic.twitter.com/28UC82AbHK
— lakhpati (@dutta_lakhpati) September 16, 2022
କେହି କେହି ଏହାକୁ ସଜଲଙ୍କ ଆଗାମୀ ଫିଲ୍ମ ପାଇଁ ଭାରତ ଆସିବାକୁ ଚାଲ ବୋଲି କହୁଛନ୍ତି । ସେଜଲ, ଆର୍ୟନଙ୍କ ଇନଷ୍ଟାଗ୍ରାମକୁ ବହୁତ ଫଲୋ ମଧ୍ୟ କରିଥାନ୍ତି । ସେଜଲ ପାକିସ୍ତାନୀ ଟିଭି ଶୋ ଓ ଫିଲ୍ମରେ କାମ କରିସାରିଛନ୍ତି । ଆଗାମୀରେ ବଲିଉଡ ଫିଲ୍ମ ନିର୍ମାତା ଶେଖର କପୁରଙ୍କ ପ୍ରୋଜେକ୍ଟରେ କାମ କରିପାରନ୍ତି ।
ଫିଲ୍ମ ନାମ ‘What’s Love Got To Do With It.’ ରହିଥିବା ଜଣାଯାଇଛି । ଏହା ଏକ ବ୍ରିଟିଶ ରୋମାଣ୍ଟିକ କମେଡି ଫିଲ୍ମ । ଏହି ଫିଲ୍ମ ୨୦୨୩ ଜାନୁଆରୀ ୨୭ ରେ ମୁକ୍ତିଲାଭ ହେବାକୁ ଦିନ ସ୍ଥିର କରାଯାଇଛି । ପ୍ରକାଶଯୋଗ୍ୟ ଯେ ସେଜଲ ୨୦୨୦ ରେ ବୟଫ୍ରେଣ୍ଡ ଓ ତାଙ୍କ ସହଯୋଗୀ କଳାକାର ଅହଦ ରଜାଙ୍କୁ ବିବାହ କରିଥିଲେ ।